ଦୁବାଇର ସୁନା ରାସ୍ତା

ଦୁବାଇର ସୁନା ରାସ୍ତା
Ipsita Picture
By: Ipsita
Published On

 

ଦୁବାଇର ଗୋଲ୍ଡ ଡିଷ୍ଟ୍ରିକ୍ଟରେ ଖୁବଶୀଘ୍ର ୨୪ କ୍ୟାରେଟ୍ ସୁନାରେ ରାସ୍ତା ତିଆରି ହେବାକୁ ଯାଉଛି । ଯାହା ବିଶ୍ୱର ପ୍ରଥମ ଏବଂ ସବୁଠାରୁ ଦୀର୍ଘତମ ସୁନା ରାସ୍ତା ହେବ ଏବଂ ୨୦୨୬ ଶେଷ ହେବା ପୂର୍ବରୁ ଏହା ଖୋଲାଯିବାର ଆଶା କରାଯାଉଛି । ଏହି ରାସ୍ତାଟି ଏପରି ଏକ ଅଞ୍ଚଳରେ ଅଛି ଯେଉଁଠାରେ ୧,୦୦୦ରୁ ଅଧିକ ସୁନା ଏବଂ ଅଳଙ୍କାର ଦୋକାନ ରହିଛି । ଏହି ଅଞ୍ଚଳ ଚଳିତ ବର୍ଷ ଜାନୁଆରୀରେ ଆରମ୍ଭ ହୋଇଥିବା ଗୋଲ୍ଡ ଡିଷ୍ଟ୍ରିକ୍ଟର ଏକ ଅଂଶ ହୋଇଥିବାବେଳେ ସେଠାରେ ସୁନା ବ୍ୟତୀତ ପରଫ୍ୟୁମ୍, ପ୍ରସାଧନ ସାମଗ୍ରୀ  ବିକ୍ରି କରୁଥିବା ଦୋକାନଗୁଡ଼ିକ ମଧ୍ୟ ରହିଛି । ତେବେ ଏହି ରାସ୍ତାର ଦୈର୍ଘ୍ୟ, ନିର୍ମାଣ ଖର୍ଚ୍ଚ ଏବଂ ନିଶ୍ଚିତ ଉଦଘାଟନ ତାରିଖ ସମ୍ପର୍କରେ କୌଣସି ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ  । ତେବେ ଏହା ବ୍ୟତୀତ ଦୁବାଇ ଆଉ ଏକ ରେକର୍ଡ କରିଛି । ଏଠାରେ ଏକ ଯୋଡ଼ା ସୁନା କାନଫୁଲ ପ୍ରଦର୍ଶିତ ହୋଇଛି ଯାହା ୧୬.୫ କିଲୋଗ୍ରାମ ଓଜନ ଏବଂ ପ୍ରାୟ ଚାରି ଫୁଟ ଦୈର୍ଘ୍ୟ ବିଶିଷ୍ଟ । ଏହି କାନଫୁଲଟି ଗିନିଜ୍ ୱାର୍ଲ୍ଡ ରେକର୍ଡରେ ବିଶ୍ୱର ସବୁଠାରୁ ଭାରୀ ଏବଂ ବୃହତ୍ତମ କାନଫୁଲ ଭାବେ ସ୍ଥାନ ଅର୍ଜନ କରିଛି

Tags: