ଡ୍ରଗ୍ସ ପେଡଲର ବିଲେଇ

ଡ୍ରଗ୍ସ ପେଡଲର ବିଲେଇ
Ipsita Picture
By: Ipsita
Published On

 

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ମଣିଷମାନଙ୍କୁ ଡ୍ରଗ୍ସ ଚୋରା ଚାଲାଣ କରୁଥିବାର  ଦେଖିବାକୁ ମିଳିଥାଏ । ହେଲେ ନିକଟରେ ରୁଷରେ ଏହି କାମ ପାଇଁ ଏକ ବିଲେଇକୁ ବ୍ୟବହାର କରାଯିବାର ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜେଲ୍ ଭିତରକୁ ଡ୍ରଗ୍ସ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଏକ ବିଲେଇକୁ ପ୍ରବେଶ ପଥରେ ହିଁ ଅଟକାଯାଇଛି । ଉକ୍ତ ବିଲେଇଟି ଜେଲ୍ ପରିସର ମଧ୍ୟକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ଜେଲ୍ କର୍ମଚାରୀମାନେ ତାକୁ ଦେଖି ଅଟକାଇଥିଲେ ଏବଂ ତା' ବେକରେ ଦୁଇଟି କପଡ଼ା କଲର (ପଟ୍ଟା) ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲେ । ଯେଉଁଥିରେ ଚାଲାକିର ସହ ଡ୍ରଗ୍ସ ଲୁଚାଯାଇ ରଖାଯାଇଥିଲା । ପରେ କର୍ମଚାରୀମାନେ ସେହି କଲରଗୁଡ଼ିକୁ ବାହାର କରି ପରୀକ୍ଷା କରିବା ପରେ ସନ୍ଧାନୀ କୁକୁର ସାହାଯ୍ୟରେ ସେଥିରେ ନିଶାଦ୍ରବ୍ୟ ଥିବା ନିଶ୍ଚିତ ହୋଇଥିଲେ ଏବଂ ଅଧିକାରୀମାନେ ସେହି ସମସ୍ତ ଡ୍ରଗ୍ସକୁ ଜବତ କରିନେଇଥିଲେ । ତେବେ ଏହି ସମଗ୍ର ପ୍ରକ୍ରିୟାରେ ବିଲେଇଟିକୁ କୌଣସି ଆଘାତ ପହଞ୍ଚାଯାଇନାହିଁ ଏବଂ ତାକୁ ସୁରକ୍ଷିତ ଭାବେ ଫେରାଇ ଦିଆଯାଇଥିବା ସୂଚନା ରହିଛି ।

Tags: