ପିଉଛନ୍ତି ଗ୍ଲେସିୟର ପାଣି
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଅରବପତିଙ୍କ ଝିଅ ନିଜର ଶୋଷ ମେଣ୍ଟାଇବା ପାଇଁ ଏକ ପ୍ରାଇଭେଟ୍ ହେଲିକପ୍ଟର ଯୋଗେ ସିଧାସଳଖ ଗ୍ଲେସିୟରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ସେ କହିଛନ୍ତି ଯେ ତାଙ୍କୁ ସାଧାରଣ ବୋତଲ ବନ୍ଦ ପାଣି କିମ୍ବା ଘରର ଫିଲ୍ଟର ପାଣି ପିଇବା ପସନ୍ଦ ନୁହେଁ, ବରଂ ସେ ବରଫ ପାହାଡ଼ ମଝିରେ ଛିଡ଼ା ହୋଇ ସତେଜ ଗ୍ଲେସିୟର ପାଣି ପିଇବାକୁ ଭଲ ପାଆନ୍ତି । ଏହି ପୋଷ୍ଟର କ୍ୟାପସନରେ ସେ ଏହା ବି ଲେଖିଛନ୍ତି ଯେ ଲୋକମାନେ କିପରି ସାଧାରଣ ପାଣି ପିଇ ପାରୁଛନ୍ତି ତାହା ସେ ବୁଝିପାରୁ ନାହାନ୍ତି । ତେବେ ତାଙ୍କର ଏହି ଲେଖାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ଲୋକ ଏହାକୁ କେବଳ ଲୋକଦେଖାଣିଆ ଏବଂ ଅଯଥା ଆଭିଜାତ୍ୟ ବୋଲି ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଯୁବତୀ ଜଣଙ୍କ ଅନେକ ସମୟରେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ, ପ୍ରାଇଭେଟ୍ ଜେଟ୍ ଏବଂ ଦାମୀ ବ୍ରାଣ୍ଡ ପାଇଁ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଆସିଛନ୍ତି । ସୂଚନାଯୋଗ୍ୟ ଯେ, ଏନା ଜଣେ ବଡ଼ ବ୍ୟବସାୟିକ ପରିବାରର ଉତ୍ତରାଧିକାରୀ, ଯାହାଙ୍କର ରିଅଲ୍ ଇଷ୍ଟେଟ୍, ତୈଳ ଏବଂ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ରରେ ବଡ଼ କାରବାର ରହିଛି ।



