ପାପାରାଜିଙ୍କ ପାଇଁ ଡ୍ରେସ କୋଡ

ପାପାରାଜିଙ୍କ ପାଇଁ ଡ୍ରେସ କୋଡ
Ipsita Picture
By: Ipsita
Published On

 

କେବଳ ସେଲିବ୍ରିଟି ନୁହଁନ୍ତି, ଫଟୋ ଉଠାଉଥିବା ପାପାରାଜିଙ୍କ ପାଇଁ ମଧ୍ୟ ଏଠାରେ ଡ୍ରେସ୍ କୋଡ୍ ରହିଛି । ସେମାନେ କେବଳ ବ୍ଲାକ୍ ଟକ୍ସିଡୋ ସୁଟ୍, ଟାଇ/ବୋ ଏବଂ ଫର୍ମାଲ୍ ଜୋତା ପିନ୍ଧି ଆସିପାରିବେ । ଯଦି କେହି ଏହି ନିୟମ ପାଳନ ନକରନ୍ତି, ତେବେ ତାଙ୍କୁ ଫଟୋ ଉଠାଇବାକୁ ଅନୁମତି ଦିଆଯାଏ ନାହିଁ । ତେବେ ମହିଳା ପାପାରାଜିଙ୍କୁ ଏହି ଡ୍ରେସ୍ କୋଡ୍‌ରେ କିଛିଟା କୋହଳ କରାଯାଇଛି ।

ହ୍ୟାଣ୍ଡବ୍ୟାଗ୍ ଏବଂ ସେଲ୍ଫି ଉପରେ କଟକଣା

ରେଡ୍ କାର୍ପେଟ୍ ପାଇଁ କୌଣସି ନିର୍ଦ୍ଧାରିତ ଡ୍ରେସ୍ କୋଡ୍ ନାହିଁ, କିନ୍ତୁ ପ୍ରତ୍ୟେକ ସେଲିବ୍ରିଟି ଗ୍ଲାମରସ୍ ଦେଖାଯିବା ବାଧ୍ୟତାମୂଳକ । ଆଶ୍ଚର୍ଯ୍ୟର କଥା ହେଉଛି, ରେଡ୍ କାର୍ପେଟ୍‌କୁ ହ୍ୟାଣ୍ଡବ୍ୟାଗ୍ ନେବା ସମ୍ପୂର୍ଣ୍ଣ ନିଷେଧ । ସେଲିବ୍ରିଟିମାନେ କ୍ଲଚ୍ କିମ୍ବା ଅନ୍ୟ କୌଣସି ବ୍ୟାଗ୍ ହାତରେ ଧରିପାରିବେ ନାହିଁ । ଏହା ସହିତ ରେଡ୍ କାର୍ପେଟ୍‌ରେ ନିଜେ ଫଟୋ କିମ୍ବା ସେଲ୍ଫି ନେବା ମଧ୍ୟ ବାରଣ। ସେଲିବ୍ରିଟିମାନେ କେବଳ ପାପାରାଜି ବା ଫଟୋଗ୍ରାଫରଙ୍କ ଦ୍ୱାରା ହିଁ ଫଟୋ ଉଠାଇ ପାରିବେ ।

 

ଦିନକୁ ୩ ଥର ବଦଳେ ରେଡ୍ କାର୍ପେଟ୍

କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଥାଏ ରେଡ୍ କାର୍ପେଟ୍। ୧୯୮୯ ମସିହାରେ ପ୍ରଥମ ଥର ପାଇଁ ରେଡ୍ କାର୍ପେଟ୍ ବିଛାଯାଇଥିଲା। ଦାମୀ ପୋଷାକ ଏବଂ ଅଳଙ୍କାର ପିନ୍ଧି ସେଲିବ୍ରିଟିମାନେ ଦିନସାରା ଏହି କାର୍ପେଟ୍ ଉପରେ ଚାଲନ୍ତି। ଏହି ରେଡ୍ କାର୍ପେଟ୍ ୨ କିଲୋମିଟର ଲମ୍ବା ହୋଇଥାଏ ଏବଂ ଏହାକୁ ସଫା ଦେଖାଇବା ପାଇଁ ଦିନକୁ ୩ ଥର ବଦଳାଯାଇଥାଏ।

 

 

Tags: