ଗଧକୁ ମିଳିଲା ନର୍ସିଂ ପ୍ରମାଣପତ୍ର

ଗଧକୁ ମିଳିଲା ନର୍ସିଂ ପ୍ରମାଣପତ୍ର
Ipsita Picture
By: Ipsita
Published On

 

ମଧ୍ୟପ୍ରଦେଶରେ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥାର ବଡ଼ଧରଣର ବିଶୃଙ୍ଖଳା ଯୋଗୁଁ ଗୋଟିଏ ଗଧ ନାମରେ ନର୍ସିଂ ପ୍ରମାଣପତ୍ର ଜାରି ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟବସ୍ଥାର ସତ୍ୟତା ପରଖିବା ପାଇଁ ଏନ୍‌ଏସ୍‌ୟୁଆଇ ରାଜ୍ୟ ଉପସଭାପତି ରବି ପାରମାର ଗଧର ଫୋଟୋ, ‘ଡଙ୍କି’ ନାମ ଏବଂ ପିତା-ମାତାଙ୍କ ନାମରେ ‘ଡଙ୍କି ଫାଦର’ ଓ ‘ଡଙ୍କି ମଦର’ ଲେଖି ଏକ ନକଲି ଆବେଦନ କରିଥିଲେ । ଏହାସହ ଦଶମ ଓ ଦ୍ୱାଦଶ ଶ୍ରେଣୀର ନକଲି ମାର୍କସିଟ୍, କାଳ୍ପନିକ ଠିକଣା ଏବଂ ପ୍ରଶିକ୍ଷଣ ପତ୍ର ବଦଳରେ ଦୁଇଟି ଖାଲି କାଗଜ ଅପଲୋଡ୍ କରାଯାଇଥିଲା । ତଥାପି, ମାତ୍ର ୨,୦୫୦ ଟଙ୍କା ଫି’ ପୈଠ କରିବାର ମାତ୍ର ୫ ମିନିଟ୍ ମଧ୍ୟରେ କୌଣସି ଯାଞ୍ଚ ନକରି ପଞ୍ଜୀକରଣ ନମ୍ବର ଓ ଡିଜିଟାଲ୍ ଦସ୍ତଖତ ଥିବା ନର୍ସିଂ ପ୍ରମାଣପତ୍ର ଜାରି କରିଦିଆଯାଇଥିଲା । ଏହି ଘଟଣାର ଭିଡିଓ ଜାରି କରି ପାରମାର ଅଭିଯୋଗ କରିଛନ୍ତି ଯେ, କାଗଜପତ୍ରର ଉଚିତ୍ ଯାଞ୍ଚ ଅଭାବରୁ ଏହିପରି ନକଲି ପଞ୍ଜୀକରଣର ବ୍ୟାପକ ଅପବ୍ୟବହାର ହୋଇପାରେ, ଏବଂ ସେ ଏହାର ତୁରନ୍ତ ତଦନ୍ତ ଦାବି କରିଛନ୍ତି ।

Tags: