ଗଧ ରେସ
ପାକିସ୍ତାନର କରାଚୀରେ ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ଏକ ରୋମାଞ୍ଚକର ଗଧ-ଗାଡ଼ି ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କରାଚୀର ଏକ ୨ କିଲୋମିଟର ବିଶିଷ୍ଟ ବନ୍ଦ ରାସ୍ତାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନେକ ଗଧ-ଗାଡ଼ି ଭାଗ ନେଇଥିଲେ, ଯାହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା । ଏହି ଥରର ରେସ୍ରେ ଅବ୍ଦୁଲ ମଜୀଦ ବିଜୟୀ ହୋଇଥିବା ଜଣାପଡିଛି । ସେହିଭଳି ଆୟୋଜକ ଅବ୍ଦୁଲ ରଜ୍ଜାକ ବଲୋଚଙ୍କ କହିବା ଅନୁଯାୟୀ, ଗଧ ପାଳନ କରୁଥିବା ଲୋକଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ । ପ୍ରତିଯୋଗିତାରେ ଭାଗ ନେଉଥିବା ଗଧମାନଙ୍କର ବିଶେଷ ଯତ୍ନ ନିଆଯାଇଥାଏ । ସେମାନଙ୍କୁ ଖାଇବାକୁ ବାଦାମ, କ୍ଷୀର, ସେଓ ମୁରବା ଦିଆଯାଏ ଏବଂ ଦୌଡ଼ିବା ପାଇଁ ସ୍ୱେଚ୍ଛାରେ ହାଲୁକା ଗାଡ଼ି ବ୍ୟବହାର କରାଯାଏ । ତେବେ ଅନ୍ୟପଟେ, ଏହି ପ୍ରତିଯୋଗିତା ଦ୍ୱାରା ଗଧମାନେ ଆହତ ହେବା ଓ ଅତ୍ୟଧିକ କ୍ଲାନ୍ତ ହୋଇପଡ଼ିବାର ଆଶଙ୍କା ଥିବାରୁ ଏହାକୁ ନେଇ ପଶୁପ୍ରେମୀ ମାନେ ଚିନ୍ତା ପ୍ରକାଶ କରିଛନ୍ତି ।




