ପ୍ରେମ ପାଇଁ ଡଲ୍‌ଫିନ୍‌ର ଆତ୍ମହତ୍ୟା

ମଣିଷ ଏବଂ ପଶୁଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢିଉଠିବା କୌଣସି ନୂଆ କଥା ନୁହେଁ । ପଶୁପକ୍ଷୀମାନେ ମଣିଷଙ୍କୁ ଏଭଳି ଭାବେ ଭଲ ପାଇଯାଆନ୍ତି ଯେ ସେମାନଙ୍କ ଠାରୁ ଦୂରକୁ ଗଲେ ଖୁବ୍‌ କଷ୍ଟରେ ଜୀବନ ଅତିବାହିତ କରିଥାଆନ୍ତି । ମାତ୍ର ପ୍ରେମ ପାଇଁ କୌଣସି ପଶୁ କିମ୍ବା ପକ୍ଷୀର ଆତ୍ମହତ୍ୟା କରିଥିବାର ଖବର ହୁଏତ ଆପଣ କେବେ ଶୁଣିନଥିବେ । ହେଲେ ପ୍ରେମରେ ବିଫଳ ହୋଇ ଶେଷରେ ଏକ ଡଲ୍‌ଫିନ୍‌ ଜୀବନ ହାରିଛି । ଶୁଣିବାକୁ […]

Samaya Live Picture
Published On

ମଣିଷ ଏବଂ ପଶୁଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଗଢିଉଠିବା କୌଣସି ନୂଆ କଥା ନୁହେଁ । ପଶୁପକ୍ଷୀମାନେ ମଣିଷଙ୍କୁ ଏଭଳି ଭାବେ ଭଲ ପାଇଯାଆନ୍ତି ଯେ ସେମାନଙ୍କ ଠାରୁ ଦୂରକୁ ଗଲେ ଖୁବ୍‌ କଷ୍ଟରେ ଜୀବନ ଅତିବାହିତ କରିଥାଆନ୍ତି । ମାତ୍ର ପ୍ରେମ ପାଇଁ କୌଣସି ପଶୁ କିମ୍ବା ପକ୍ଷୀର ଆତ୍ମହତ୍ୟା କରିଥିବାର ଖବର ହୁଏତ ଆପଣ କେବେ ଶୁଣିନଥିବେ । ହେଲେ ପ୍ରେମରେ ବିଫଳ ହୋଇ ଶେଷରେ ଏକ ଡଲ୍‌ଫିନ୍‌ ଜୀବନ ହାରିଛି । ଶୁଣିବାକୁ ଅଜବ ଲାଗିଲେ ବି ଏହା ସତ । ଡଲ୍‌ଫିନ୍‌ ଓ ଜଣେ ମହିଳାଙ୍କର ପ୍ରେମର ଏହି କରୁଣ ପରିଣତି ବିଷୟରେ ଶୁଣିଲେ କାହାର ବି ହୃଦୟ ଭାଙ୍ଗିଯିବ, ଏଥିରେ ସନ୍ଦେହ ନାହିଁ । ଏହି ଡଲ୍‌ଫିନ୍‌ଟି ଜଣେ ମହିଳା ଟ୍ରେନର୍‌କୁ ଏତେ ମାତ୍ରାରେ ଭଲ ପାଇଯାଇଥିଲା ଯେ ଟ୍ରେନର ଦୂରେଇଯିବା ପରେ ଦୂରତ୍ୱ ସହ୍ୟ କରିନପାରି ଶେଷରେ ଆତ୍ମହତ୍ୟା କରିଛି । ୧୯୬୫ରେ କ୍ୟାରିବିଆନ୍‌ ଦ୍ୱୀପରେ ଏକ ସିକ୍ରେଟ୍‌ ପ୍ରୋଜେକଫ ଅନ୍ତର୍ଗତ ନାସା ପକ୍ଷରୁ ମାର୍ଗେଟ୍‌ ଲୋଭାଟ୍‌ ନାମ୍ନୀ ଜଣେ ମହିଳା ଟ୍ରେନରଙ୍କୁ ଡଲ୍‌ଫିନ୍‌ଗୁଡିକୁ ଇଂରାଜୀ ଭାଷା ଶିଖାଇବା ପାଇଁ ପଠାଗଲା । ସେଠାରେ ଥିବା ପିଟର ନାମକ ଏକ ଡଲ୍‌ଫିନ୍‌କୁ ଏହି ଟ୍ରେନର୍‌ ସହିତ ପ୍ରେମ ହୋଇଗଲା । ଏହାପରେ ମାର୍ଗେଟ୍‌ ଓ ପିଟର ପରସ୍ପରଙ୍କ ସହିତ ୨୪ ଘଣ୍ଟା ସମୟ ବିତାଇଲେ । ମାର୍ଗେଟ୍‌ ମଧ୍ୟ ପିଟର ପ୍ରେମରେ ପଡିଯାଇଥିବା କୁହାଯାଉଥିଲା । ମାତ୍ର ଏହାର କିଛି ବର୍ଷ ପରେ ନାସା ପକ୍ଷରୁ ପାଣ୍ଠି ଅଭାବରୁ ମାର୍ଗେଟ୍‌ଙ୍କୁ ଟର୍ମିନେଟ୍‌ କରାଗଲା । ଯାହାଫଳରେ ଉଭୟଙ୍କର ବିଚ୍ଛେଦ ହୋଇଗଲା ଏବଂ ମାର୍ଗେଟ୍‌ ଠାରୁ ଦୂରତା ସହିନପାରି ଡଲଫିନ୍‌ଟି ଶେଷରେ ଆତ୍ମହତ୍ୟା କରିଦେଇଥିଲା । କୁହାଯାଏ କି ପାଣିରେ ନିଃଶ୍ୱାସ ଚାପି ରଖିବା କାରଣରୁ ଡଲ୍‌ଫିନ୍‌ର ମୃତ୍ୟୁ ହୋଇଥିଲା । ତେବେ ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି କୌଣସି ସାମୁଦ୍ରିକ ଜୀବ ଅବସାଦ କିମ୍ବା ଦୁଃଖରେ ଥାଆନ୍ତି ତେବେ ପାଣିରେ ନିଃଶ୍ୱାସ ଚାପି ନିଜକୁ ହାନୀ ପହଞ୍ଚାଇଥାଆନ୍ତି । ଏପରି କରିବା ଦ୍ୱାରା କେତେକ ସ୍ଥଳେ ଏହି ଜୀବଗୁଡିକର ମୃତ୍ୟୁ ହୋଇଥାଏ, ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ଆତ୍ମହତ୍ୟାର ରୂପ ଦିଆଯାଏ ।

Tags: