୯୭ ବର୍ଷରେ କରୁଛନ୍ତି ଷ୍ଟଣ୍ଟ

୯୭ ବର୍ଷରେ କରୁଛନ୍ତି ଷ୍ଟଣ୍ଟ
Ipsita Picture
By: Ipsita
Published On

 

ବ୍ରିଟେନ୍ର ୯୭ ବର୍ଷୀୟା ବୃଦ୍ଧା ବେଟି ବ୍ରୋମେଜ୍ ଉଡ଼ନ୍ତା ବିମାନର ଡେଣା ଉପରେ ସେଫ୍ଟି ବେଲ୍ଟ ସାହାଯ୍ୟରେ ଛିଡ଼ା ହୋଇ 'ୱିଙ୍ଗ୍ ୱାକିଂ'  ଭଳି ଏକ ସାହସିକ ଷ୍ଟଣ୍ଟ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ୮୭ ବର୍ଷ ବୟସରୁ ଏହି ରୋମାଞ୍ଚକର ଯାତ୍ରା ଆରମ୍ଭ କରିଥିବା ବେଟି ଏପର୍ଯ୍ୟନ୍ତ ୬ ଥର ଉଡ଼ନ୍ତା ପ୍ଲେନ୍ର ଡେଣା ଉପରେ ଛିଡ଼ା ହୋଇସାରିଛନ୍ତି । ପୂର୍ବରୁ ୯୩ ବର୍ଷ ବୟସରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ନିଜ ନାମରେ କରିସାରିଛନ୍ତି । ଗତବର୍ଷ ଷ୍ଟ୍ରୋକ୍ ପରେ କଥା କହିବାରେ ସମସ୍ୟା ଦେଖାଦେଇଥିଲେ ବି ଏହି ରୋଗକୁ ହରାଇ ୯୭ ବର୍ଷ ୧୨୭ ଦିନ ବୟସରେ ସେ ପୁଣିଥରେ ଏହି ବିପଜ୍ଜନକ ଷ୍ଟଣ୍ଟ ସଫଳତାର ସହ ସମ୍ପାଦନ କରିଛନ୍ତି । ନିଜର ଦୃଢ଼ ଇଚ୍ଛାଶକ୍ତି ପ୍ରଦର୍ଶନ କରିବା ସହ ଏହି ଷ୍ଟଣ୍ଟରୁ ସଂଗୃହିତ ସମସ୍ତ ଅର୍ଥ ସେ ନିଜର ଚିକିତ୍ସା ଚାଲିଥିବା ହସ୍ପିଟାଲର ଷ୍ଟ୍ରୋକ୍ ୟୁନିଟ୍କୁ ଦାନ କରିଛନ୍ତି । ବର୍ତ୍ତମାନ ସେ ସୋସିଆଲ ମିଡିଆରେ ଭାଇରାଲ ହେବାସହ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

Tags: