ବିଶ୍ବକପ ପାଇଁ କୁକୁର ହତ୍ୟା 

ବିଶ୍ବକପ ପାଇଁ କୁକୁର ହତ୍ୟା 
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଆଖିକୁ ସଫା ହେଲେ ଜୀବାଣୁର ଘର

୨୦୩୦ ଫିଫା ବିଶ୍ବକପ ପାଇଁ ପ୍ରସ୍ତୁତି ଆଜିଠାରୁ ଆରମ୍ଭ ହୋଇଛି । ତେବେ ଏହାରିଭିତରେ ମୋରକ୍କୋ ଉପରେ ଏକ ଗମ୍ଭୀର ଅଭିଯୋଗ ଆସିଛି । ବିଶ୍ବକପ ପ୍ରସ୍ତୁତି ପାଇଁ ଏଠାରେ କୁକୁରମରା ଅଭିଯାନ ଆରମ୍ଭ ହୋଇଥିବାନେଇ ଅଭିଯୋଗ ହୋଇଛି । ଆନିମଲ ରାଇଟ ସଙ୍ଗଠନ ପେଟା ପକ୍ଷରୁ କରାଯାଇଥିବା ଦାବି ଅନୁସାରେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ୩୦ ଲକ୍ଷ ବୁଲା କୁକୁରଙ୍କୁ ମାରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ୨୦୩୦ ବିଶ୍ବକପକୁ ସ୍ପେନ, ପର୍ତ୍ତୁଗାଲ ଓ ମୋରକ୍କ ମିଳିତ ଭାବେ କରୁଛନ୍ତି । ପଶୁ ସୁରକ୍ଷା ସହିତ ଜଡିତ ଦୁଇଟି ସଙ୍ଗଠନ ମିଳିତଭାବେ ସରକାର ଉପରେ ଏହି ସାମୁହିକ ହତ୍ୟାର ଅଭିଯୋଗ ଆଣିଛନ୍ତି । ଆଇଏଡବ୍ଲୁପିସିର ଦାବି ଅନୁସାରେ ପ୍ରଥମରୁ ଏହି ହତ୍ୟା ଜାରି ରହିଛି, ହେଲେ ବର୍ତ୍ତମାନ ବିଶ୍ବକପ ଘୋଷଣା ପରେ ଏହା ବଢିବାରେ ଲାଗିଛି । ସଙ୍ଗଠନର ଦାବି ଅନୁସାରେ କୁକୁରଙ୍କୁ ବିଷ, ଇଞ୍ଜେକସନ, ଗୁଳି ଆଦି ସାହାଯ୍ୟରେ ମରାଯାଉଛି । ହେଲେ ମୋରକ୍କ ସରକାର ଏହାକୁ ଖଣ୍ଡନ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର ଚାଲାଣ କାଟିବା ଧର୍ମ ବିରୋଧୀ

Tags: