କୁକୁରଙ୍କୁ ଅଫିସର ପଦବୀ
ପରିଚିତ କମ୍ପାନୀ ନେସଲେ ଇଣ୍ଡିଆ ନିଜ ଅଫିସରେ ଦୁଇଟି ଗୋଲ୍ଡେନ ରିଟ୍ରିଭର କୁକୁରଙ୍କୁ 'ଚିଫ୍ ହାପିନେସ ଅଫିସର' ପଦବୀରେ ନିଯୁକ୍ତ କରିଛି । ଯାହାର ସୂଚନା କମ୍ପାନୀର ଏମଡି ମନୀଷ ତିୱାରୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏହା ବେଶ୍ ଭାଇରାଲ ହେବାରେ ଲାଗିଛି । ମନୀଷ ତିୱାରୀ ମଜାଳିଆ ଅନ୍ଦାଜରେ କହିଛନ୍ତି ଯେ, ଏହି କୁକୁର ଦ୍ୱୟଙ୍କ ନିଯୁକ୍ତି ଶୁଙ୍ଘିକରି ଇଣ୍ଟରଭ୍ୟୁ ନେବା ପ୍ରକ୍ରିୟା ମାଧ୍ୟମରେ ହୋଇଛି । ଯେଉଁଥିରେ ଲାଙ୍ଗୁଡ଼ ହଲାଇ ପ୍ରେଜେଣ୍ଟେସନ ମଧ୍ୟ ସାମିଲ ଥିଲା । କମ୍ପାନୀ ଅନୁଯାୟୀ, ଏହି ଦୁଇ ଗୋଲ୍ଡେନ ରିଟ୍ରିଭର ନେସଲେର ପେଟ୍ କେୟାର ବ୍ରାଣ୍ଡ ସହିତ ଜଡ଼ିତ ଅଛନ୍ତି ଏବଂ ସେମାନଙ୍କ ପାଖରେ ୧୬ ବର୍ଷର ଅଭିଜ୍ଞତା ରହିଛି । ଅଫିସରେ ସେମାନଙ୍କର ମୁଖ୍ୟ କାମ ହେଉଛି ଲୋକଙ୍କ ମାନସିକ ଚାପ ବା ଟେନସନ କମାଇବା । ଅଫିସର ପରିବେଶକୁ ଭଲ କରିବା ଏବଂ କର୍ମଚାରୀଙ୍କ ମୁହଁରେ ହସ ଫୁଟାଇବା। ଏହି ଅଫିସରମାନେ କର୍ମଚାରୀଙ୍କ ସହ ସ୍ନେହ-ଆଦରଭରା ମିଟିଂ କରିବେ । ଏହାସହ ପୁରା ପରିବେଶକୁ । ଷ୍ଟ୍ରେସ ଫ୍ରି ପରିବେଶ ପାଇଁ ଏହି କୁକୁରମାନେ କାର୍ଯ୍ୟ କରିବେ ବୋଲି ଉକ୍ତ ପୋଷ୍ଟରେ ଉଲ୍ଲେଖ କରାଯାଇଛି ।



