ଅଷ୍ଟ୍ରେଲିଆ ପହଞ୍ଚିଲା କୁକୁର
By: Ipsita
ସମ୍ବନ୍ଧିତ ଖବର ଫେରୁଛନ୍ତି କଙ୍କଡା
ନିକଟରେ ତେଲେଙ୍ଗାନାର ଏକ କୁକୁର ଖୁବ ଚର୍ଚ୍ଚାରେ ରହିଛି । ଏଠିକାର ଦମ୍ପତି ନିଜ ପୋଷା କୁକୁରକୁ ଅଷ୍ଟ୍ରେଲିଆ ନେବା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡିଛି । ନିଜ ଇନ୍ଷ୍ଟାଗ୍ରାମରେ ଉଭୟ ଏନେଇ ସୂଚନା ଦେଇଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ସୂଚନା ଅନୁସାରେ ବୃତ୍ତିଗତ କାରଣରୁ ଉଭୟ ଦମ୍ପତି ଅଷ୍ଟ୍ରେଲିଆରେ ରହିବା ପାଇଁ ଯିବା ସମୟରେ ନିଜ କୁକୁରକୁ ସାଙ୍ଗରେ ନେବାକୁ ଚାହିଁଥିଲେ । ହେଲେ ସଂକ୍ରମଣ ବ୍ୟାପିବାର ଆଶାରେ ଅଷ୍ଟ୍ରେଲିଆରେ ପୋଷା ଜୀବନଙ୍କର ଯିବା ଆସିବା ଉପରେ କଠୋର କଟକଣା ରହିଛି । ଏଥିପାଇଁ କୁକୁରକୁ ପ୍ରଥମେ ୬ମାସ ଧରି ଦୁବାଇରେ ରହିବାକୁ ପଡିଲା । ଯାହାପରେ ତାର ବିଭିନ୍ନ ପରୀକ୍ଷା କରାଯାଇ ହେଲଥ ସାର୍ଟିଫିକେଟ ପ୍ରସ୍ତୁତ କରାଯାଇଥିଲା । ଏହି କ୍ବାରେଣ୍ଟାଇନ ସରିବା ପରେ ହିଁ ଯାଇକି କୁକୁରକୁ ଅଷ୍ଟ୍ରେଲିଆ ନିଆଯାଇଥିଲା । ଏଥିରେ ପାଖାପାଖି ୧୯୦ ଦିନ ପାଇଁ ସେମାନଙ୍କର ୧୫ ଲକ୍ଷ ଖର୍ଚ୍ଚ ହୋଇଥିଲା ।
ସମ୍ବନ୍ଧିତ ଖବର ମନର ନିଅନ୍ତୁ ଯତ୍ନ
Tags:



