ବନ୍ଦ ହେଉନି ଆଖି

ବନ୍ଦ ହେଉନି ଆଖି
Ipsita Picture
By: Ipsita
Published On

 

ଚୀନର ଜଣେ ମହିଳା ବିଗତ ୬ ବର୍ଷ ହେବ ନିଜ ଆଖି ସମ୍ପୂର୍ଣ୍ଣ ବନ୍ଦ କରିପାରୁ ନାହାନ୍ତି ଏବଂ ଏହାର କାରଣ ହେଉଛି ଏକ କସମେଟିକ୍ ସର୍ଜରୀ ଯାହା ତାଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ଘଟଣାଅନୁଯାୟୀ ୨୦୨୦ ମସିହାରେ ୱାଙ୍ଗ ନାମକ ଜଣେ ମହିଳା 'ଡବଲ୍ ଆଇଲିଡ୍' ବା ଆଖିପତା ସର୍ଜରୀ କରାଇଥିଲେ । ମାତ୍ର ଅପରେସନର କିଛି ଘଣ୍ଟା ପରେ ତାଙ୍କ ଆଖିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ସର୍ଜରୀରେ ହୋଇଥିବା ତ୍ରୁଟି ଯୋଗୁଁ ତାଙ୍କ ଆଖିପତାର କ୍ଷତି ହୋଇଥିଲା । ଏହାପରେ ଦ୍ୱିତୀୟ ଥର ସର୍ଜରୀ କରାଯାଇଥିଲେ ମଧ୍ୟ ତାଙ୍କ ଆଖି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପାରିଲା ନାହିଁ । ଯାହାଫଳରେ ତାଙ୍କ ଆଖିରୁ କ୍ରମାଗତ ଭାବେ ଲୁହ ବୋହିବା ସହ ସେ ଅନିଦ୍ରା ଓ ଅବସାଦର ଶିକାର ହୋଇଥିଲେ । ତେବେ ୨୦୨୨ରେ ତାଙ୍କର ଏହି ସ୍ଥିତିକୁ ବିକଳାଙ୍ଗତା ଶ୍ରେଣୀଭୁକ୍ତ କରାଯାଇଛି। ପରବର୍ତ୍ତୀ ଯାଞ୍ଚରୁ ଜଣାପଡ଼ିଛି ଯେ ସର୍ଜରୀ କରିଥିବା ମହିଳାଙ୍କ ପାଖରେ କୌଣସି ଡାକ୍ତରୀ ଲାଇସେନ୍ସ ନଥିଲା ଏବଂ ଘଟଣାର କିଛି ମାସ ପରେ ସେହି କ୍ଲିନିକକୁ ବନ୍ଦ କରିଦିଆଯାଇଛି ।

Tags: