ସ୍ବପ୍ନରେ ଶୁଭୁଛି କି ଶବ୍ଦ

ସ୍ବପ୍ନରେ ଶୁଭୁଛି କି ଶବ୍ଦ
Ipsita Picture
By: Ipsita
Published On

 

ଶୋଇବା ସମୟରେ କିମ୍ବା ନିଦ୍ରାବସ୍ଥାକୁ ଯିବା ପୂର୍ବରୁ ହଠାତ୍ କୌଣସି ବୋମା ବିସ୍ଫୋରଣ କିମ୍ବା ବିଜୁଳି ମାରିବା ଭଳି ଭୟଙ୍କର ଶବ୍ଦ ଶୁଣାଯିବାକୁ ଡାକ୍ତରୀ ଭାଷାରେ 'ଏକ୍ସପ୍ଲୋଡିଂ ହେଡ୍ ସିଣ୍ଡ୍ରୋମ' କୁହାଯାଏ। ଯାହା ପ୍ରକୃତରେ କୌଣସି ବାହ୍ୟ ଶବ୍ଦ ନୁହେଁ ବରଂ ମସ୍ତିଷ୍କର ଏକ ସାମୟିକ ଭ୍ରମ ମାତ୍ରବୋଲି ବିଶେଷଜ୍ଞ ବର୍ଣ୍ଣନା କରିଥାଆନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଶୋଇବା ଏବଂ ଜାଗ୍ରତ ଅବସ୍ଥା ମଧ୍ୟରେ ମସ୍ତିଷ୍କର ନିୟନ୍ତ୍ରଣ ବ୍ୟବସ୍ଥାରେ ସାମାନ୍ୟ ଅସନ୍ତୁଳନ ଦେଖାଦେଲେ ବ୍ରେନ୍ ଏଭଳି ସିଗନାଲ୍ ତିଆରି କରେ, ଯାହା ଫଳରେ ତୀବ୍ର ଶବ୍ଦର ଅନୁଭବ ହୋଇଥାଏ। ଏହା କୌଣସି ଗୁରୁତର ରୋଗ ବା ବ୍ରେନ୍ ଟ୍ୟୁମରର ସଙ୍କେତ ନୁହେଁ ଏବଂ ଏଥିରେ ଶରୀରର କୌଣସି ଆନ୍ତରିକ କ୍ଷତି ହୋଇନଥାଏ। ମାତ୍ର ଅତ୍ୟଧିକ ଚାପ , ଥକ୍କାପଣ ଏବଂ ଅନିଦ୍ରା କାରଣରୁ ଏହି ସମସ୍ୟା ବଢ଼ିପାରେ। ଯଦିଓ ଏଥିପାଇଁ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ପଡ଼େ ନାହିଁ, ତଥାପି ନିୟମିତ ୭ ରୁ ୮ ଘଣ୍ଟା ନିଦ୍ରା, ଶୋଇବା ପୂର୍ବରୁ ସ୍କ୍ରିନ୍ ଠାରୁ ଦୂରେଇ ରହିବା ଏବଂ ଗଭୀର ଶ୍ୱାସକ୍ରିୟା ବା ଧ୍ୟାନ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। କିନ୍ତୁ ଯଦି ଏହି ସମସ୍ୟା ବାରମ୍ବାର ହେଉଥାଏ କିମ୍ବା ଏହା ସହିତ ମୁଣ୍ଡବିନ୍ଧା ଓ ଶରୀରରେ ଦୁର୍ବଳତା ଦେଖାଦିଏ, ତେବେ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତା ରହିଛି  ।

Tags: