ଶନି ସାଢ଼େସାତି ପାଇଁ ବୈଶାଖ ଅମାବାସ୍ୟା ରେ କରନ୍ତୁ ଏହି ବିଶେଷ ଉପାୟ
ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ଆରମ୍ଭ ହେଉଛି ବୈଶାଖ ମାସ I ଏହି ଦିନ ଠାରୁ ହିଁ ଆରମ୍ଭ ହେଉଛି ଓଡ଼ିଆ ନବ ବର୍ଷ I ଏହାକୁ ଧର୍ମ ମାସ ବୋଲି କୁହାଯାଏ I ବିଶେଷକରି ବୈଶାଖ ସୋମବାରରେ ଦେବ ଦେବ ମହାଦେବଙ୍କର ପୂଜା କରାଯାଇଥାଏ I ଏହାବାଦ ବୈଶାଖ ମାସର ଆଉ ଏକ ବିଶେଷ ମହତ୍ତ୍ୱ ରହିଛି I ବୈଶାଖ ମାସରେ ପଡୁଥିବା ଅମାବାସ୍ୟାରେ ଶନି ଦେବଙ୍କର ପୂଜା ହୋଇଥାଏ I ଦକ୍ଷିଣ ଭାରତରେ ଏହାକୁ […]
ଏପ୍ରିଲ ୧୪ ପଣା ସଂକ୍ରାନ୍ତିରୁ ଆରମ୍ଭ ହେଉଛି ବୈଶାଖ ମାସ I ଏହି ଦିନ ଠାରୁ ହିଁ ଆରମ୍ଭ ହେଉଛି ଓଡ଼ିଆ ନବ ବର୍ଷ I ଏହାକୁ ଧର୍ମ ମାସ ବୋଲି କୁହାଯାଏ I ବିଶେଷକରି ବୈଶାଖ ସୋମବାରରେ ଦେବ ଦେବ ମହାଦେବଙ୍କର ପୂଜା କରାଯାଇଥାଏ I ଏହାବାଦ ବୈଶାଖ ମାସର ଆଉ ଏକ ବିଶେଷ ମହତ୍ତ୍ୱ ରହିଛି I ବୈଶାଖ ମାସରେ ପଡୁଥିବା ଅମାବାସ୍ୟାରେ ଶନି ଦେବଙ୍କର ପୂଜା ହୋଇଥାଏ I ଦକ୍ଷିଣ ଭାରତରେ ଏହାକୁ ଶନି ଜୟନ୍ତୀ ବା ଶନି ଅମାବାସ୍ୟା ବୋଲି କହିଥାନ୍ତି I
ଚଳିତ ବର୍ଷ ଶନି ଅମାବାସ୍ୟା ଏପ୍ରିଲ ୨୦ ତାରିଖରେ ପଡୁଛି I ପ୍ରତ୍ୟକ ଅମାବାସ୍ୟାର ସ୍ୱାମୀ ହେଉଛନ୍ତି ପିତୃଦେବ I ଏହି ଦିନ ପିତୃପୁରୁଷଙ୍କ ଉଦ୍ଦ୍ୟେଶରେ ସ୍ନାନ ପରେ,ତର୍ପଣ, ଦାନ, ଉପାସନା, ଇତ୍ୟାଦି ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ I ଏହା ଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମିଳିଥାଏ I କିନ୍ତୁ ଚଳିତ ଏପ୍ରିଲ ୨୦ ରେ ପଡୁଥିବା ଅମାବାସ୍ୟା ଦିନ ସୂର୍ଯ୍ୟ ପରାଗ ପଡୁଛି I ମାତ୍ର ଏହା ଭାରତକୁ ଦୃଶ୍ୟମାନ ହେଉନ ଥିବାରୁ ଏହା ସୂତାକ କାଳ ଧରାଯିବ ନାହିଁ I
ଚଳିତ ବର୍ଷ ଅମାବାସ୍ୟା ତିଥି ଏପ୍ରିଲ ୧୯ ତାରିଖ ରାତି ୧୧.୨୩ ରୁ ଆରମ୍ଭ ହୋଇ ୨୦ ଏପ୍ରିଲ ରାତି ୯ଟା ପର୍ଯ୍ୟନ୍ତ ରହୁଛି I ତେଣୁ ଏହିଦିନ ସ୍ନାନ ଏବଂ ଦାନ ପାଇଁ ଶୁଭ ସମୟ ଏପ୍ରିଲ ୨୦ ଭୋର, ୦୪ :୨୩ ରୁ ସନ୍ଧ୍ୟା ୦୫ :୦୭ ମଧ୍ୟରେ ରହିଛି I
-ଏହିଦିନ ଦକ୍ଷିଣ ଭାରତର ଶନି ଜୟନ୍ତୀ ପାଳନ କରାଯାଏ I ଏହି ଅମାବାସ୍ୟାରେ ଶନି ଦେବଙ୍କୁ ପୂଜା କଲେ ସମସ୍ତ ପ୍ରକାର ମାନସିକ, ଶାରୀରିକ ଏବଂ ଆର୍ଥିକ ଅସୁବିଧା ଦୂର ହୋଇ ଜୀବନରେ ସୁଖ ,ସମୃଦ୍ଧି ଆସିଥାଏ I
– ଏହି ଅମାବାସ୍ୟା ଦିନ ନିକଟସ୍ଥ ଶନି ମନ୍ଦିର ବା ହନୁମାନ ମନ୍ଦିରକୁ ଯାଆନ୍ତୁ I ଯିବାବେଳେ ଏକ ରାଶି ତେଲର ଦୀପରେ କିଛି କଳା ରାଶି ଏବଂ ଲୁହା କଣ୍ଟା ପକେଇ ମନ୍ଦିରରେ ଜଳାନ୍ତୁ I ଯଦି କଳା ଅପରାଜିତା ଫୁଲ ପାଆନ୍ତି ତାକୁ ନେଇ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ I ପୂଜା ସାରି ସେଠାରେ କିଛି ସମୟ ବସି ଶନି ଚାଳିଶା ଏବଂ ହନୁମାନ ଚାଳିଶା ପାଠ କରନ୍ତୁ I ମନ୍ଦିର ବାହାରେ ବସିଥିବା ଅଭାବୀ ଲୋକଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଦାନ କରି ଘରକୁ ଆସନ୍ତୁ I
– ଯେଉଁ ମାନଙ୍କର ଶନି ସାଢ଼େସାତି ବା ଶନି ଅଢେଇ ରହିଥାଏ I ଶନି ଜୟନ୍ତୀ ଦିନ ସେମାନେ ହନୁମାନ ମନ୍ଦିର ଯାଇ ୧୧ ଟି ବରପତ୍ରରେ ଚନ୍ଦନରେ ଜୟ ଶ୍ରୀରାମ ଲେଖି ହନୁମାନଙ୍କ ବେକରେ ମାଳ ପିନ୍ଧାନ୍ତୁ I ଯଦି ପାରିବେ ହନୁମାନଙ୍କ ପାଦର ବୁଢା ଆଙ୍ଗୁଳିରେ ଚମେଲୀ ତେଲ ଲଗାନ୍ତୁ I ହନୁମାନଙ୍କ ସହିତ ଶନିଦେବ ମଧ୍ୟ ପ୍ରସନ୍ନ ହେବେ I କାରଣ ପବନପୁତ୍ର ହନୁମାନ ଓ ସୂର୍ଯ୍ୟ ପୁତ୍ର ଶନିଦେବ ହେଉଛନ୍ତି ଗୁରୁ ଭାଇ I ଏହା ସହିତ ରାବଣ ର ସିଂହାସନ ଖୁରାରୁ ବନ୍ଧା ପଡିଥିବା ଶନି ଦେବଙ୍କୁ ମୁକୁଳାଇଥିଲେ ହନୁମାନ I ତେଣୁ ଶନିଙ୍କ ପୂଜାରେ ହନୁମାନଙ୍କୁ ପୂଜା କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି I
– ଶନି ଜୟନ୍ତୀ ଦିନ ଶମୀ ବୃକ୍ଷକୁ ପୂଜା କରିବା ସହିତ ଏହାର ଫୁଲକୁ ଶନିଦେବଙ୍କୁ ଅର୍ପଣ କରନ୍ତୁ I ଏହାପରେ ଅଶ୍ୱସ୍ଥ ଗଛରେ ଜଳ ଅର୍ପଣ କରି ଶନି ସ୍ତୋତ୍ର ପାଠକଲେ ଶନି ଦେବ ଆର୍ଥିକ ସଙ୍କଟରୁ ରକ୍ଷା କରିଥାନ୍ତି I
– ବୈଶାଖ ଅମାବାସ୍ୟା ଦିନ ସ୍ନାନ ,ତର୍ପଣ,ପରେ କୌଣସି ବ୍ରାହ୍ମଣଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଭୋଜନ କରାନ୍ତୁ I ଏହା ପରେ କଲା କୁକୁର ଏବଂ କାଉଙ୍କୁ ଖାଇବାକୁ ଦିଅନ୍ତୁ I ଏହାଦ୍ୱାରା ପିତୃପୁରୁଷ ସନ୍ତୁଷ୍ଟ ହେବେ ଏବଂ ଅପାର ସୁଖ ସମୃଦ୍ଧି ପ୍ରଦାନ କରିବେ I




