ଏକାଦଶୀ ଦିନ କରନ୍ତୁ ଏହି ଉପାୟ
ହିନ୍ଦୁ ଧର୍ମରେ ଏକାଦଶୀକୁ ବିଶେଷ ମହତ୍ତ୍ୱ ଦିଆଯାଇଥଏ I ଏକାଦଶୀ ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ I ତେଣୁ ଏହିଦିନ ଯେଉଁମାନେ ବ୍ରତ କରନ୍ତି ଭଗବାନ ବିଷ୍ଣୁଙ୍କ ସାନ୍ନିଧ୍ୟ ପାଇଥାନ୍ତି ଏହା ସହିତ ମୃତ୍ୟୁ ପରେ ସେମାନଙ୍କୁ ବିଷ୍ନୁଲୋକ ପ୍ରାପ୍ତ ହୋଇଥାଏ I ଏକାଦଶୀ ବ୍ରତରେ ସେ ଭଳି ବିଶେଷ କିଛି କଠୋର ନୀତି ନିୟମ ନ ଥାଏ କେବଳ ନିଷ୍ଠାର ସହିତ ସାତ୍ତ୍ଵିକ ଭୋଜନ କରି ଏହା ପାଳନ କରାଯାଇଥଏ I ଏପରିକି ସେ ଦିନ […]
ହିନ୍ଦୁ ଧର୍ମରେ ଏକାଦଶୀକୁ ବିଶେଷ ମହତ୍ତ୍ୱ ଦିଆଯାଇଥଏ I ଏକାଦଶୀ ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ I ତେଣୁ ଏହିଦିନ ଯେଉଁମାନେ ବ୍ରତ କରନ୍ତି ଭଗବାନ ବିଷ୍ଣୁଙ୍କ ସାନ୍ନିଧ୍ୟ ପାଇଥାନ୍ତି ଏହା ସହିତ ମୃତ୍ୟୁ ପରେ ସେମାନଙ୍କୁ ବିଷ୍ନୁଲୋକ ପ୍ରାପ୍ତ ହୋଇଥାଏ I ଏକାଦଶୀ ବ୍ରତରେ ସେ ଭଳି ବିଶେଷ କିଛି କଠୋର ନୀତି ନିୟମ ନ ଥାଏ କେବଳ ନିଷ୍ଠାର ସହିତ ସାତ୍ତ୍ଵିକ ଭୋଜନ କରି ଏହା ପାଳନ କରାଯାଇଥଏ I ଏପରିକି ସେ ଦିନ ଅନ୍ନ ବଦଳରେ ଆପଣ ଅନ୍ୟ କୌଣସି ଖାଦ୍ୟ ଖାଇ ବିଷ୍ଣୁଙ୍କ ଆରାଧନା କରି ପାରିବେ I
ପ୍ରତି ମାସରେ ୨ ଟି ଲେଖାଏଁ ଏକାଦଶୀ ପଡିଥାଏ I ଗୋଟିଏ ଶୁକ୍ଳ ପକ୍ଷର ଏବଂ ଅନ୍ୟଟି କୃଷ୍ଣ ପକ୍ଷର ଏକାଦଶୀ I ଅଖଣ୍ଡ ସୌଭାଗ୍ୟ ଏବଂ କ୍ୟାରିଅରରେ ଉନ୍ନତି ପାଇଁ ଆସନ୍ତୁ ଜାଣିବା ଏକାଦଶୀରେ କଣ କରିବା :
— ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣଙ୍କ ମନ ଯଦି ଆପଣଙ୍କ ମନ ବାରମ୍ଵାର ବିଚଳିତ ହେଉଛି, ମନରେ ନକାରାତ୍ମକତା ଦେଖା ଦେଉଛି ,ତେବେ ଆପଣ ଏକାଦଶୀ ଦିନ ଗାଈ କ୍ଷୀରରେ କିଛି କେଶର ମିଶାଇ ପୂଜାବେଳେ ଭଗବାନ ବିଷ୍ଣୁଙ୍କୁ ପ୍ରସାଦ ଭବରେ ଅର୍ପଣ କରନ୍ତୁ I
–କ୍ୟାରିଅରରେ ଉନ୍ନତି ଚାହୁଁଥିଲେ ଏକାଦଶୀ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଘିଅ ଦୀପ ଜାଲନ୍ତୁ I ଏହି ସମୟରେ ଭଗବାନ ବିଷ୍ଣୁଙ୍କ ନାମକୁ ଜପ କରନ୍ତୁ I ଏହା ଅନେକ ଶୁଭ ଫଳ ଦେଇଥାଏ I ଆଗକୁ ଯଦି ଚାକିରୀ ପାଇଁ କୌଣସି ସ୍ଥାନରେ ସାକ୍ଷାତ୍କାର ଥାଏ,ତେବେ ଏହା ପୂର୍ବରୁ କୌଣସି ଏକାଦଶୀ ଠାରୁ ଆରମ୍ଭ କରି ନିୟମିତ ଏହି ବିଧି କରନ୍ତୁ ନିହାତି ଶୁଭ ଫଳ ପାଇବେ I
— ଘର ପରିବାରକୁ ଅଶୁଭ ନଜରରୁ ରକ୍ଷା କରିବା ପାଇଁ ଏକାଦଶୀ ଦିନ,ଗୋବର ଘଷି ଉପରେ ୧୧ ଟି ଦାନା ଆଳତି କର୍ପୁର ରଖି ଜଳାନ୍ତୁ I ଏହାକୁ ପୁରା ଘର ସାରା ବୁଲାଇ ଆଣି ଦୁଆର ମୁହଁରେ ରଖି ଦିଅନ୍ତୁ I ନଜର ଦୋଷ କଟିଯିବ I ଏହି ଉପାୟତି ଆପଣ ନିଜର ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅଫିସ୍ରେ ମଧ୍ୟ କରି ପାରିବେ I ୩ ଟି ଏକାଦଶୀ ନିୟମିତ ରୂପେ କରନ୍ତୁ I
–ଶତ୍ରୁଙ୍କ କବଳରୁ ମୁକ୍ତି ପାଇବାପାଇଁ କୌଣସି ଏକାଦଶୀ ଦିନ ଧଳା ସୁତା ନେଇ ବିଷ୍ଣୁଙ୍କ ମନ୍ତ୍ର ଜପ କରି କୌଣସି ଅଶ୍ୱସ୍ଥ ଗଛ ଚାରିପଟେ ୧୧ ଥର ବୁଲାଇ ଆଣନ୍ତୁ ଇ ଏହି ସମୟରେ ଶତ୍ରୁ ନାଶ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ଶୀଘ୍ର ଫଳ ମିଳିଥାଏ I
— ଋଣ ମୁକ୍ତ ହେବା ପାଇଁ ଏକାଦଶୀ ଦିନ ମାନଙ୍କରେ ସନ୍ଧ୍ୟା ସମୟରେ ଅଶ୍ୱସ୍ଥ ଗଛ ମୂଳରେ ତେଲ ଦୀପ ଜାଳି ୧୧ ଥର ବିଷ୍ଣୁଙ୍କ ମନ୍ତ୍ର ‘ଓ଼ମଂ ନମୋ ଭଗବତେ ବାସୁଦେବାୟ’ଜପ କରନ୍ତୁ ଶୀଘ୍ର ଋଣ ମୁକ୍ତ ହେବେ I
— ବ୍ୟବସାୟରେ ଲାଭ ପାଇଁ କୌଣସି ଏକାଦଶୀ ଦିନ ଏକ ମାଟି ପାତ୍ରରେ ଗହମ ଭରନ୍ତୁ I ଏହି ପାତ୍ରଟିକୁ ନେଇ ନିକଟସ୍ଥ ମନ୍ଦିର ଦାନ କରି ଦେଇ ଆସନ୍ତୁ I ଏହାବାଦ ମନ୍ଦିର ସାମ୍ନାରେ ଥିବା କୌଣସି ଗାଈକୁ ଖାଇବାକୁ ଦିଅନ୍ତୁ ଶୁଭ ଫଳମିଳିଵ I
–ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରଖିବା ପାଇଁ, ଏକାଦଶୀ ଦିନ କ୍ଷୀରରେ ଖୁଆ କିମ୍ବା ରାବିଡି ତିଆରି କରି ଏଥିରେ କେଶର ମିଶାଇ ଲକ୍ଷ୍ମୀ ନାରାୟଣଙ୍କ ନିକଟରେ ପ୍ରସାଦ ଅର୍ପଣ କରନ୍ତୁ I
–ଏକାଦଶୀ ଦିନ, ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ଘରୁ ବାହାରକୁ ଯାଉଛନ୍ତି, ତେବେ କପାଳରେ ହଳଦୀ, ଚନ୍ଦନର ତିଲକ ଧାରଣ କରି ଯାଆନ୍ତୁ I ଏହି ଭଳି ପ୍ରତିକାର କରି ଆପଣ ସେହି କାର୍ଯ୍ୟରେ ସଫଳତା ପାଇବେ |




