ମାଘ ପୂର୍ଣ୍ଣିମାରେ କରନ୍ତୁ ଏହି ୫ଟି ଉପାୟ,ମିଳିବ ଲକ୍ଷ୍ମୀଙ୍କ କୃପା
ଏଥର ମାଘ ପୂର୍ଣ୍ଣିମା ଆସନ୍ତା ରବିବାର ଫେବୃଆରୀ ୫ ତାରିଖରେ ପଡୁଛି I ମାଘ ପୂର୍ଣ୍ଣିମାକୁ ଅଘିରା ପୁନେଇଁ ମଧ୍ୟ କୁହାଯାଏ I ଏଥର ମାଘ ପୂର୍ଣ୍ଣିମାରେ ରବି ପୁଷ୍ପ ଯୋଗ ସହିତ ଅନେକ ବିରଳ ଯୋଗ ପଡୁଛି I ଏହି ଶୁଭ ଯୋଗ ରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ବିଶେଷ ଉପାୟ I ପ୍ରତ୍ୟେକ ମାସର ପୂର୍ଣ୍ଣିମାର ବିଶେଷ ଧାର୍ମିକ ମହତ୍ତ୍ୱ ଥାଏ,କିନ୍ତୁ ମାଘ ପୂର୍ଣ୍ଣିମାରେ ସଙ୍ଗମ ସ୍ଥଳରେ ସ୍ନାନ […]
ଏଥର ମାଘ ପୂର୍ଣ୍ଣିମା ଆସନ୍ତା ରବିବାର ଫେବୃଆରୀ ୫ ତାରିଖରେ ପଡୁଛି I ମାଘ ପୂର୍ଣ୍ଣିମାକୁ ଅଘିରା ପୁନେଇଁ ମଧ୍ୟ କୁହାଯାଏ I ଏଥର ମାଘ ପୂର୍ଣ୍ଣିମାରେ ରବି ପୁଷ୍ପ ଯୋଗ ସହିତ ଅନେକ ବିରଳ ଯୋଗ ପଡୁଛି I ଏହି ଶୁଭ ଯୋଗ ରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ବିଶେଷ ଉପାୟ I ପ୍ରତ୍ୟେକ ମାସର ପୂର୍ଣ୍ଣିମାର ବିଶେଷ ଧାର୍ମିକ ମହତ୍ତ୍ୱ ଥାଏ,କିନ୍ତୁ ମାଘ ପୂର୍ଣ୍ଣିମାରେ ସଙ୍ଗମ ସ୍ଥଳରେ ସ୍ନାନ କରିବାର ବିଧି ରହିଛି I ଯଦି ଏହା ସମ୍ଭବ ନ ହୁଏ ତେବେ ଘରେ ଆପଣ ସ୍ନାନ ପାଣିରେ,ଗଙ୍ଗା ଜଳ ଓ ହଳଦୀ ମିଶାଇ ସ୍ନାନ କରନ୍ତୁ I ଆସନ୍ତୁ ଜାଣିବା ଏହିଦିନ ଆପଣ କଣ କରିବେ :
ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ,ମାଘ ପୂର୍ଣ୍ଣିମା ଫେବୃଆରୀ ୪ ସନ୍ଧ୍ୟା ୭ :୫୯ ରୁ ଆରମ୍ଭ ହୋଇ ଫେବୃଆରୀ ୫ ରେ ରାତି ୧୦ :୨୮ ରେ ଶେଷ ହେବ। ତେଣୁ ସୂର୍ଯ୍ୟ ଉଦୟ ତିଥି ଅନୁଯାୟୀ ମାଘ ପୂର୍ଣ୍ଣିମା ୫ ଫେବୃଆରୀରେ ପାଳନ କରାଯିବ।
ଧାର୍ମିକ ଦୃଷ୍ଟିକୋଣରୁ, ମାଘ ପୂର୍ଣ୍ଣିମାରେ ଗଙ୍ଗାରେ ସ୍ନାନ କରିବା ବିଶେଷ ମହତ୍ତ୍ୱ ରଖିଥାଏ I କିନ୍ତୁ ଚଳିତ ବର୍ଷର ମାଘ ପୂର୍ଣ୍ଣିମା ଏକ ବିରଳ ଶୁଭ ଯୋଗ ସୃଷ୍ଟି କରୁଛି I ଏହିଦିନ ତିନୋଟି ଗ୍ରହ ଚନ୍ଦ୍ର, ବୃହସ୍ପତି ଏବଂ ଶନି ନିଜ ନିଜ ରାଶି ଚିହ୍ନ ଅର୍ଥାତ ଅଶ୍ଳେଷା ନକ୍ଷତ୍ରରେ ରହିବେ I ଏହା ସହିତ ଏହିଦିନ ରବି ପୁଷ୍ୟା (ପୁଷ୍ପ) ଯୋଗ ସୃଷ୍ଟି ହେଉଛି I ରବି ପୁଷ୍ପ ଯୋଗ ଏବଂ ମାଘ ପୂର୍ଣ୍ଣିମା ଏକ ବିରଳ ସଂଯୋଗ I ଏହା ବ୍ୟକ୍ତିର ଧନ,ମାନ,ଯଶଃ ବୃଦ୍ଧି କରିବା ସହିତ କର୍ମକ୍ଷେତ୍ରରେ ଉନ୍ନତି କରିଥାଏ I
ଏହା ସହିତ ମାଘ ପୂର୍ଣ୍ଣିମାରେ ଭାସି ଯୋଗ, ଆୟୁଷ୍ମାନ ଯୋଗ, ଶୂନଫା ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ପଡୁଛି I ତେଣୁ ଏହି ଶୁଭ ଯୋଗରେ ଯାହା କିଛି କରାଯାଏ, ସେଥିରେ ନିଶ୍ଚିତ ସଫଳତା ହାସଲ ହୁଏ I
କୌଣସି ପୂର୍ଣ୍ଣିମା,ଅମାବାସ୍ୟା,ସଂକ୍ରାନ୍ତି,ଏକାଦଶୀ ତିଥିରେ ନିରାମିଷ ଭୋଜନ ସହିତ ତୁଳସୀ ଚୟନ ନିଷେଧ ରହିଛି I ମାଘ ପୂର୍ଣ୍ଣିମା ଦିନ,କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ I ଏହା ସହିତ କ୍ଷୌର ହେବା ମଧ୍ୟ ନିଷେଧ ରହିଛି I ସେହିପରି ଏହିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ବିଷ୍ଣୁଙ୍କ ସ୍ତୋତ୍ର ପାଠ କରନ୍ତୁ I
ରବି ପୁଷ୍ପ ଯୋଗରେ ସୁନା କିଣିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ I ଏହି ଦିନ ସୁନା କିଣିବା ପରେ ଏହାକୁ ନିଜ ଘରର ପୂଜା ସ୍ଥାନରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ I ଏମିତି କଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବା ସହିତ ଧନ ବୃଦ୍ଧି ଘଟିବ I କର୍ମ ସୁନା କୁ ମଧ୍ୟ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ଧରାଯାଇଥାଏ I
ଯେଉଁମାନଙ୍କର ସନ୍ତାନ କଷ୍ଟ ରହିଥାଏ ,ସେମାନେ ଏହିଦିନ ସ୍ନାନ ପରେ ନିଜେ ହଳଦିଆ ବସ୍ତ୍ର ପିନ୍ଧାନ୍ତୁ I ଏବଂ ଶୁଦ୍ଧ ମନରେ ଭଗବାନ କୃଷ୍ଣଙ୍କୁ ପୂଜା କରି ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧାନ୍ତୁ । ପୂଜା ପରେ ହଳଦିଆ ପ୍ରସାଦ ଯଥା ବେସନ ତିଆରି ବରଫି କିମ୍ବା ଵୁନ୍ଦ ଲଡୁ ଅର୍ପଣ କରନ୍ତୁ I ଏହାପରେ ଘର ପାଖରେ ଥିବା ଛୋଟ ପିଲାମଙ୍କ ମଧ୍ୟରେ ଏହା ବାଣ୍ଟି ଦିଅନ୍ତୁ I ଏହି ପ୍ରତିକାର କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୁଅନ୍ତି ଏବଂ ସନ୍ତାନ କଷ୍ଟ ଦୂର ହୋଇଥାଏ I
ଏହି ଦିନ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କୁ କ୍ଷୀର ସହିତ ଗଙ୍ଗା ଜଳ ମିଶାଇ ଅଭିଷେକ କରନ୍ତୁ I ଏହା ପରେ ଶ୍ରୀସୁକ୍ତ କିମ୍ବା କନକଧରା ସ୍ତୋତ୍ର ପଢିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୋଇ କୃପାବର୍ଷI କରିଥାନ୍ତି I
ମାଘ ପୂର୍ଣ୍ଣିମାରେ ଅଶ୍ୱସ୍ଥ ଗଛକୁ ପୂଜା କରିବା ବିଶେଷ ମହତ୍ୱ ରହିଛି I ଅଶ୍ୱସ୍ଥ ଗଛକୁ ଭଗବାନ ବିଷ୍ଣୁଙ୍କର ପ୍ରିୟ ହୋଇଥାଏ I ଏହି ଦିନ,ଅଶ୍ୱସ୍ଥ ଗଛରେ ପାଣିରେ କ୍ଷୀର ମିଶାଇ ଅର୍ପଣ କରନ୍ତୁ I ଗଛ ମୂଳରେ ଘିଅ ଦୀପ ଜାଳନ୍ତୁ |ଏହା କରିବା ଦ୍ୱାରା ପିତୃପୁରୁଷଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମିଳିଥାଏ I
ଯଦି କୌଣସି ତୀର୍ଥ ଭ୍ରମଣରେ ଯାଇଛନ୍ତି ଏହି ଦିନ ବ୍ରହ୍ମ ମୁହୁର୍ତ୍ତରେ ନିକଟସ୍ଥ ପୁଷ୍କରିଣୀ ,ନଦୀ କିମ୍ବା ଗଙ୍ଗାନଦୀରେ ସ୍ନାନ କରନ୍ତୁ I ଯଦି ସୁବିଧା ନହୁଏ ଘରେ ସ୍ନାନ ଜଳରେ ଗଙ୍ଗା ପାଣି ମିଶାଇ ଗାଧୋଇଲେ ଆଗକୁ ଥିବା ରିଷ୍ଟ ଖଣ୍ଡନ ହେବା ସହିତ ବହୁ ରୋଗରୁ ମୁକ୍ତି ମିଳିଥାଏ I ବିଶ୍ୱାସ ରହିଛି ଏହି ଦିନ ଚନ୍ଦ୍ର ତାଙ୍କର ଷୋହଳ କଳା ଯୁକ୍ତ ହୋଇ ବର୍ଷା କରିଥାନ୍ତି I ଏହି କାରଣରୁ, ନଦୀର ଜଳରେ ମଧ୍ୟ ଅମୃତ ବର୍ଷା ହୋଇଥାଏ I ତେଣୁ ସେହି ଜଳ ରେ ସ୍ନାନ କଲେ ସମସ୍ତ ପାପ ଏବଂ ରୋଗ ନାଶ ହୋଇଥାଏ I




