ଦକ୍ଷିଣ ପଶ୍ଚିମରେ କରନ୍ତୁ ନାହିଁ ରୋଷେଇ ଘର

ନୂତନ ଗୃହ ନିର୍ମାଣ ସମୟରେ ୪ ଦିଗକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ I ଏହି ୪ ଦିଗ ଉପରେ ଘରର ବାସ୍ତୁ ନିର୍ଭର କରିଥାଏ I ତେଣୁ ଘରର ବଖରା ଗୁଡିକ ବାସ୍ତୁ ଅନୁଯାୟୀ ସଠିକ ଦିଗରେ ନରହିଲେ ଏହା ଗୃହ ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ I ବାସ୍ତୁ ଅନୁଯାୟୀ ରୋଷେଇ ଘରର ବିଶେଷ ମହତ୍ତ୍ୱ ରହିଛି I ଆସନ୍ତୁ ଜାଣିବା ରୋଷେଇ ଘର କେଉଁ କୋଣରେ ରହିବା ଦରକାର I ଦକ୍ଷିଣ-ପୂର୍ବ : […]

Samaya Live Picture
Published On

ନୂତନ ଗୃହ ନିର୍ମାଣ ସମୟରେ ୪ ଦିଗକୁ ବିଶେଷ ମହତ୍ତ୍ୱ ଦିଆଯାଇଥାଏ I ଏହି ୪ ଦିଗ ଉପରେ ଘରର ବାସ୍ତୁ ନିର୍ଭର କରିଥାଏ I ତେଣୁ ଘରର ବଖରା ଗୁଡିକ ବାସ୍ତୁ ଅନୁଯାୟୀ ସଠିକ ଦିଗରେ ନରହିଲେ ଏହା ଗୃହ ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ I ବାସ୍ତୁ ଅନୁଯାୟୀ ରୋଷେଇ ଘରର ବିଶେଷ ମହତ୍ତ୍ୱ ରହିଛି I ଆସନ୍ତୁ ଜାଣିବା ରୋଷେଇ ଘର କେଉଁ କୋଣରେ ରହିବା ଦରକାର I

ଦକ୍ଷିଣ-ପୂର୍ବ :
– ଘର ତିଆରି ବେଳେ ରୋଷେଇ ଘରର ଅବସ୍ଥାନ ଦକ୍ଷିଣ-ପୂର୍ବ କୋଣରେ ରହିବା ଉଚିତ୍ I
– ରୋଷେଇ କରିବା ସମୟରେ, ଆପଣ ପୂର୍ବ ଆଡକୁ ମୁହାଁଇବା ଉଚିତ୍ I
– ସିଙ୍କ ରୋଷେଇ ଘରର ଉତ୍ତର-ପଶ୍ଚିମ କୋଣରେ ରଖନ୍ତୁ I
– ଆକ୍ବଗାର୍ଡ଼ ବା ଫିଲଟର କିମ୍ବା ଗରା ଇତ୍ୟାଦିକୁ ଉତ୍ତର-ପୂର୍ବ ଦିଗରେ ରଖନ୍ତୁ I

ଦକ୍ଷିଣ-ପଶ୍ଚିମ :
– ଏହି ଦିଗରେ ରୋଷେଇ ଘର ଆଦୌ କରନ୍ତୁ ନାହିଁ I ଏହା ଭୂ-ତତ୍ୱ ସହିତ ଜଡିତ ଥାଏ I ଏହି କୋଣ ଟି ରାକ୍ଷସ ବା ରାହୁ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥାଏ I ଜ୍ୟୋତିଷ ଶାସ୍ତ୍ର
ଅନୁଯାୟୀ ଏହା ସବୁଠାରୁ ପୀଡା ଦାୟକ ଗ୍ରହମାନଙ୍କ ମଧ୍ୟରୁ ଅନ୍ୟତମ । ତେଣୁ ଯଦି ରୋଷେଇ ଘର ଏହି କୋଣରେ ରହିଥାଏ,ଏହା ମନ ଏବଂ ଶରୀର ଉପରେ ନକାରାତ୍ମକ ପ୍ରଭାବ
ପକାଏ I ମନ ସଦାବେଳେ ଅସ୍ଥିର ରହିବା ସହିତ ବୃତ୍ତିଗତ କିମ୍ବା ଆର୍ଥିକ କ୍ଷତି ହୋଇଥାଏ I

କିନ୍ତୁ ଆଜି କାଲି ଫ୍ଲାଟ ଘର ଗୁଡିକରେ ରୋଷେଇ ଘର ସର୍ବଦା ନିର୍ଦ୍ଦିଷ୍ଟ କୋଣରେ ରହି ନଥାଏ I ଯଦି ଆପଣଙ୍କ ଘରେ ରୋଷେଇ ଘରଟି ଭୁଲ ଦିଗରେ ରହିଥାଏ I ତେବେ
ଆପଣ ରୋଷେଇ ଘରର ରଙ୍ଗ ବଦଳାଇ,ୟେଲୋ କିମ୍ବା ଆଇଭରି କଲର ଦିଅନ୍ତୁ I

ଯଦି ଆପଣଙ୍କ ରୋଷେଇ ଘର ଦକ୍ଷିଣ-ପଶ୍ଚିମ ଦିଗରେ ଅଛି, ତେବେ ଏହାର ପ୍ରବେଶ ପଥରେ ସିନ୍ଦୁରରେ ଏକ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ I ଏହା ନକାରାତ୍ମକ ଶକ୍ତିର ପ୍ରଭାବ
ହ୍ରାସ କରେ I ଏହା ଛଡା ରୋଷେଇ ଘରର କବାଟରେ ଆମ୍ବ ପତ୍ରର ଏକ ତୋରଣ ଲଗାନ୍ତୁ I ଯଦି ପାରୁଛନ୍ତି ଦକ୍ଷିଣ- ପଶ୍ଚିମ କୋଣରେ ରହିଥିବା ସିଙ୍କ କୁ ବଦଳାଇ ଦିଅନ୍ତୁ I

Tags: