ମିଠାରେ ମିଠାରେ ଦୀପାବଳି

ଦୀପାବଳିର ପାଳନ ବିନା ମିଠାରେ ଅସମ୍ଭବ । ତେବେ ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ସମସ୍ତଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯେଉଁକାରଣରୁ ମନ ମାରି ରହିବାକୁ ପଡୁଛି । ତେବେ ଏଥର ଦୀପାବଳିରେ ଘରେ ବନାନ୍ତୁ କିଛି ଏଭଳି ମିଠା ଯାହାକୁ ସମସ୍ତେ ଖାଇପାରିବେ । ଆଲମଣ୍ଡ ବର୍ଫି ପ୍ରଥମେ ଖୁଆକୁ ଗୁଣ୍ଡ କରିନିଅନ୍ତୁ । ପ୍ୟାନ ବସାଇ ସେଥିରେ ଖୁଆ ପକାନ୍ତୁ । ଏଥିରେ ମିଠା ପାଇଁ ସୁଇଟ୍‌ନର ବ୍ୟବହାର କରନ୍ତୁ, ଯେଉଁଥିରେ […]

ମିଠାରେ ମିଠାରେ ଦୀପାବଳି
Samaya Live Picture
Published On


ଦୀପାବଳିର ପାଳନ ବିନା ମିଠାରେ ଅସମ୍ଭବ । ତେବେ ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ସମସ୍ତଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯେଉଁକାରଣରୁ ମନ ମାରି ରହିବାକୁ ପଡୁଛି । ତେବେ ଏଥର ଦୀପାବଳିରେ ଘରେ ବନାନ୍ତୁ କିଛି ଏଭଳି ମିଠା ଯାହାକୁ ସମସ୍ତେ ଖାଇପାରିବେ
।

ଆଲମଣ୍ଡ ବର୍ଫି
ପ୍ରଥମେ ଖୁଆକୁ ଗୁଣ୍ଡ କରିନିଅନ୍ତୁ । ପ୍ୟାନ ବସାଇ ସେଥିରେ ଖୁଆ ପକାନ୍ତୁ । ଏଥିରେ ମିଠା ପାଇଁ ସୁଇଟ୍‌ନର ବ୍ୟବହାର କରନ୍ତୁ, ଯେଉଁଥିରେ ବିନା ଚିନିରେ ମିଠା ରହିଥାଏ । ଖୁଆରେ ସୁଇଟ୍‌ନର ପକାଇ ତିନିରୁ ଚାରି ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏହାକୁ ବାହାରକରି ଆଣନ୍ତୁ । ଏଥିରେ ପରେ ଭଜା ପେସ୍ତାବାଦାମ ମିଶାନ୍ତୁ, ଉପରେ କିଛି ସୁଇଟ୍‌ନର ଛିଞ୍ଚନ୍ତୁ । ମିଶାଇବା ପରେ ଏହାକୁ ଓଭାନରେ ୨୦୦ସି ହିଟ୍‌ରେ ରଖନ୍ତୁ । ସୁଇଟ୍‌ନର ଅଳ୍ପ ତରଳିବା ପରେ ବର୍ଫିକୁ କାଢି ପରଷନ୍ତୁ ।

ଖାସ ମାଲପୋଇ
ଖାସ ମାଲପୋଇ ତିଆରି କରିବା ପାଇଁ ପ୍ରଥମେ ଗାଜର ହାଲୁଆକୁ ପାରମ୍ପରିକ ଉପାୟରେ ପ୍ରସ୍ତୁତ କରନ୍ତୁ । ଏଥିରେ ଚିନି ଛଡା ଆଉ ସମସ୍ତ ସାମଗ୍ରୀ ବ୍ୟବହାର କରିହେବ । ସେହିଭଳି କ୍ଷୀର, ଅଟା, ଗୁଜୁରାତି,ଖୁଆ ଆଦି ପକାଇ ମାଲପୁଆ ପ୍ରସୁତ କରନ୍ତୁ । ଏଥିରେ ମଧ୍ୟ ଚିନି ବ୍ୟବହାର କରନ୍ତୁ ନାହିଁ । ପ୍ରସ୍ତୁତ ମାଲପୁଆରେ ଗାଜର ହାଲୁଆକୁ ପୁର ଭଳି ପୁରାନ୍ତୁ ଏବଂ ଏହାକୁ ବଜାରରେ ମିଳୁଥିବା ସୁଗାର ଫ୍ରି ରାବିଡି ସହିତ ପରଷନ୍ତୁ ।

ବାଦାମ ବର୍ଫି
ଗୋଟିଏ ପ୍ୟାନ୍‌ରେ ଖୁଆ ଓ ବାଦାମ ମିଶାଇ ଭାଜନ୍ତୁ । ଏହାକୁ ଭଲ ଭାବେ ମିଶାଇ ୫ ମିନିଟ୍‌ ଭାଜନ୍ତୁ । ଏହାପରେ ଏଥିରେ କଟାଯାଇଥିବା ବାଦାମ, ଗୁଜୁରାତି ପାଉଡର, କଟାହୋଇଥିବା ଫଳ ମିଶାନ୍ତୁ । ଏହାକୁ ଘିଅ ଲଗାଯାଇଥିବା ଏକ ଆଲୁମିନିୟମ ଡବାରେ କାଢନ୍ତୁ । ଏହାକୁ ପ୍ରାୟ ୫ଘଣ୍ଟା ପାଇଁ ଥଣ୍ଡା ହେବା ପାଇଁ ଛାଡନ୍ତୁ । ଥଣ୍ଡା ହେବାପରେ ଏହାକୁ ଖଣ୍ଡଖଣ୍ଡ କରି କାଟନ୍ତୁ ଏବଂ ପରଷନ୍ତୁ ।

Tags: