ସବୁଘରେ ଦିବ୍ୟାଙ୍ଗ

ସବୁଘରେ ଦିବ୍ୟାଙ୍ଗ
Ipsita Picture
By: Ipsita
Published On

 

ଜାମ୍ମୁ-କାଶ୍ମୀରର ଧାଡକଈ ଗାଁକୁ ଦ ସାଇଲେଣ୍ଟ୍ ଭିଲେଜ୍ ଅଫ୍ ଇଣ୍ଡିଆବୋଲି କୁହାଯାଏ, ଯାହାର ଏକ ଆଶ୍ଚର୍ଯ୍ୟଜନକ ବାସ୍ତବତା ଉପରୁ ଏବେ ପରଦା ହଟିଛି । ପ୍ରାୟ ୨,୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୯୦ରୁ ଅଧିକ ଲୋକ ମୂକ ଓ ବଧିର ଥିବାବେଳେ ଏଠାରେ ଥିବା ୧୦୫ଟି ପରିବାର ମଧ୍ୟରୁ ୫୫ରୁ ଅଧିକ ପରିବାରରେ ଅତିକମରେ ଜଣେ ସଦସ୍ୟ ଶୁଣି ବା କହି ପାରନ୍ତି ନାହିଁ । ଏପରିକି କିଛି ପରିବାରରେ ୭ ଜଣ ସନ୍ତାନରୁ ୬ ଜଣ ମଧ୍ୟ ମୂକ-ବଧିର ଜନ୍ମ ହୋଇଛନ୍ତି । ଏହି ବିଶେଷ ପରିସ୍ଥିତି ଯୋଗୁଁ ଏଠାକାର ବାସିନ୍ଦା ନିଜସ୍ୱ ଏକ ସ୍ଥାନୀୟ  ସାଙ୍କେତିକ ଭାଷା ବିକଶିତ କରିଛନ୍ତି, ଯାହା ସାହାଯ୍ୟରେ ଶୁଣି ଓ କହି ପାରୁଥିବା ସାଧାରଣ ଲୋକେ ମଧ୍ୟ ସେମାନଙ୍କ ସହ ସହଜରେ ଭାବ ବିନିମୟ କରିଥାନ୍ତି । ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହା ପଛରେ କୌଣସି ରହସ୍ୟ ନାହିଁ, ବରଂ ଦୀର୍ଘ ସମୟ ଧରି ନିଜ ସମୁଦାୟ ଏବଂ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେବା ଯୋଗୁଁ ଜେନେଟିକ୍ କ୍ଲଷ୍ଟରଏବଂ ଫାଉଣ୍ଡର୍ସ ଇଫେକ୍ଟକାରଣରୁ ଏହି ବଂଶାନୁକ୍ରମିକ ତ୍ରୁଟି ପିଢ଼ି ପରେ ପିଢ଼ି ଆଗକୁ ବଢ଼ିଚାଲିଛି । ବିଶେଷ କରି ଗ୍ରାମବାସୀଙ୍କ ଶରୀରରେ ଥିବା ଓଟିଓଏଫଜିନ୍ରେ ତ୍ରୁଟି ଦେଖାଯାଇଛି। ଯାହା କାନରୁ ମସ୍ତିଷ୍କ ପର୍ଯ୍ୟନ୍ତ ଶବ୍ଦର ସଙ୍କେତ ପହଞ୍ଚାଇବାର ମୁଖ୍ୟ କାର୍ଯ୍ୟ କରିଥାଏ ଏବଂ ଏହି ଅନୁବାଂଶିକ ସମସ୍ୟା ପିତାମାତାଙ୍କ ଠାରୁ ପିଲାମାନଙ୍କ ପାଖକୁ ସଂକ୍ରମିତ ହେଉଛି ।

Tags: