ଶରୀରରେ କଣ୍ଟାଥିବା ଡାଇନୋସର

ଶରୀରରେ କଣ୍ଟାଥିବା ଡାଇନୋସର
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଭିଡିଓକଲ ସମୟରେ ଦିଅନ୍ତୁ ଧ୍ୟାନ

ଚୀନରୁ ଏକ ଏପରି ଡାଇନୋସରର ଜୀବାଶ୍ମ ଆବିଷ୍କୃତ ହୋଇଛି, ଯାହାର ଶରୀର କଣ୍ଟାରେ ଆବୃତ, ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ଲିଆଓନିଙ୍ଗ୍ ପ୍ରଦେଶର ସିଆୱୁଜିଆଜି ଗ୍ରାମ ନିକଟରୁ ମିଳିଥିବା ଏହି ଜୀବାଶ୍ମଟି ପ୍ରାୟ ୧୨୫ ନିୟୁତ ବର୍ଷ ପୁରୁଣା ଏବଂ ଏହାର ନାମ ପ୍ରଖ୍ୟାତ ପାଲିଓଣ୍ଟୋଲୋଜିଷ୍ଟ ଡଙ୍ଗ ଜିମିଙ୍ଗଙ୍କ ସ୍ମୃତିରେ 'ହାଓଲଙ୍ଗ୍ ଡଙ୍ଗି'  ରଖାଯାଇଛି। ଏହି ଜୀବାଶ୍ମଟି ଏତେ ସୁରକ୍ଷିତ ଅବସ୍ଥାରେ ଅଛି ଯେ ଏକ୍ସ-ରେ ସ୍କାନ ଏବଂ ହାଇ-ରିଜୋଲ୍ୟୁସନ ମାଇକ୍ରୋସ୍କୋପ୍ ସାହାଯ୍ୟରେ ଗବେଷକମାନେ ଏହାର ସେଲଗୁଡ଼ିକୁ ମଧ୍ୟ ସ୍ପଷ୍ଟ ଦେଖିବାକୁ ସକ୍ଷମ ହୋଇଛନ୍ତି। ପରୀକ୍ଷାରୁ ଜଣାପଡ଼ିଛି ଯେ ଏହି କଣ୍ଟାଗୁଡ଼ିକ ହାଡ଼ର ଅଂଶ ନୁହେଁ, ବରଂ ଏହାର ଚର୍ମର ଏକ ସ୍ୱତନ୍ତ୍ର ସଂରଚନା ଥିଲା। ଇଗୁଆନୋଡୋଣ୍ଟିଆ ଗ୍ରୁପ୍ର ଅନ୍ତର୍ଭୁକ୍ତ ଏହି ତୃଣଭୋଜୀ ଡାଇନୋସର ନିଜକୁ ଶିକାରୀଙ୍କ କବଳରୁ ରକ୍ଷା କରିବା ପାଇଁ ଏହି କଣ୍ଟାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ବେଳେ ଏହା ଶରୀରର ତାପମାତ୍ରା ନିୟନ୍ତ୍ରଣ ଏବଂ ପରିବେଶର ପରିବର୍ତ୍ତନକୁ ଅନୁଭବ କରିବାରେ ମଧ୍ୟ ସାହାଯ୍ୟ କରୁଥିବା ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି। ଯେହେତୁ ଏହି ଜୀବାଶ୍ମଟି ଏକ କମ୍ ବୟସ୍କ ଡାଇନୋସରର, ତେଣୁ ବୟସ୍କ ହେବା ପରେ ମଧ୍ୟ ଏହି କଣ୍ଟାଗୁଡ଼ିକ ରହୁଥିଲା କି ନାହିଁ, ତାହା ଅଧିକ ଗବେଷଣା ପରେ ହିଁ ସ୍ପଷ୍ଟ ହୋଇପାରିବ ।

ସମ୍ବନ୍ଧିତ ଖବର ଦୋଳ ପୂର୍ଣ୍ଣିମା

Tags:

Related Posts