ଡାଇନୋସର ଜୀବାଶ୍ମରୁ ବ୍ୟାଗ

ଡାଇନୋସର ଜୀବାଶ୍ମରୁ ବ୍ୟାଗ
Ipsita Picture
By: Ipsita
Published On

 

ଫ୍ୟାଶନ୍ ଏବଂ ବିଜ୍ଞାନର ଏକ ଅଦ୍ଭୁତ ସମନ୍ୱୟରେ ପ୍ରସ୍ତୁତ ହୋଇଛି ଏକ ବିଳାସପୂର୍ଣ୍ଣ ହ୍ୟାଣ୍ଡବ୍ୟାଗ୍ । ବ୍ୟାଗଟି କୋଟି କୋଟି ବର୍ଷ ପୁରୁଣା ଡାଇନାସୋର 'ଟି-ରେକ୍ସ'ର ଜୀବାଶ୍ମରୁ ପ୍ରେରିତ ହୋଇଛି । ଏହି ଅନନ୍ୟ ବ୍ୟାଗ୍ଟିକୁ ଫ୍ୟାଶନ୍ ବ୍ରାଣ୍ଡ ଏନ୍ଫିନ ଲିଭ୍ ଡିଜାଇନ୍ କରିଛି । ଏଥିରେ ପ୍ରାୟ ୬.୬ କୋଟି ବର୍ଷ ପୂର୍ବେ ବିଲୁପ୍ତ ହୋଇଥିବା ଏହି ଜୀବର ଜୀବାଶ୍ମ ଉପରେ ଆଧାରିତ ଲ୍ୟାବ୍-ନିର୍ମିତ କୋଲାଜେନ୍ ବ୍ୟବହାର କରାଯାଇଛି । ଯାହାକି କୌଣସି ପ୍ରାଣୀକୁ କ୍ଷତି ନପହଞ୍ଚାଇ ଅବିକଳ ଅସଲି ଚମଡ଼ା ଭଳି ଅନୁଭୂତି ଦେଇଥାଏ। ଏହି ବ୍ୟାଗ୍ରେ ଷ୍ଟର୍ଲିଂ ସିଲଭର ଏବଂ ବ୍ଲାକ୍ ଡାଇମଣ୍ଡ ଭଳି ଦାମୀ ରତ୍ନର ବ୍ୟବହାର କରାଯାଇଛି । ଏହାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଡଲାର ବା ୫ କୋଟି ଟଙ୍କା ରଖାଯାଇଛି । ସମ୍ପ୍ରତି ଏହି ବ୍ୟାଗ୍ଟିକୁ ଆମ୍ଷ୍ଟରଡାମର ଆର୍ଟ ଜୁ ମ୍ୟୁଜିୟମରେ ପ୍ରଦର୍ଶିତ କରାଯାଉଛି, ଯାହାକି ଆଧୁନିକ ଟେକ୍ନୋଲୋଜି ଜରିଆରେ ଏକ ପ୍ରାଗୈତିହାସିକ ଜୀବର ନୂଆ ରୂପକୁ ପ୍ରତିପାଦିତ କରୁଛି ।

Tags: