ବର୍ଷକୁ ମିଳୁଛନ୍ତି ୪୫ଟି ନୂଆ ପ୍ରଜାତି

ବର୍ଷକୁ ମିଳୁଛନ୍ତି ୪୫ଟି ନୂଆ ପ୍ରଜାତି
Ipsita Picture
By: Ipsita


ବିଭିନ୍ନ ସମୟରେ ଭୂତତ୍ୱବିତ୍‌ ମାନେ ମାଟିତଳୁ ଡାଇନୋସରଙ୍କର ବିଭିନ୍ନ ପ୍ରଜାତିର ଜୀବାଶ୍ମକୁ ଆବିଷ୍କାର କରିଥାଆନ୍ତି । ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୦୩ରୁ ପ୍ରତିବର୍ଷ ଏମାନେ ପ୍ରାୟ ୪୫ଟି ନୂଆ ପ୍ରଜାତିର ଡାଇନୋସରଙ୍କର ଜୀବାଶ୍ମ ଆବିଷ୍କାର କରୁଛନ୍ତି । ଚଳିତ ବର୍ଷ ପୋଲାଣ୍ଡରେ ଗବେଷକଙ୍କୁ ୨୦୦ ମିଲିଅନ ପୁରୁଣା ଡାଇନୋସରର ଜୀବାଶ୍ମ ମିଳିଛି । ସେହିପରି ନିଟ ବର୍ଷ ମାନଙ୍କରେ ଚାଇନା ଓ ଆର୍ଜେଣ୍ଟିନାରେ ଏମାନଙ୍କର ଅନେକ ପ୍ରଜାତି ଠାବ କରାଯାଇଛି । ଚାଇନା ଓ ଆର୍ଜେଣ୍ଟିନା ଭଳି ଅଷ୍ଟ୍ରେଲିଆରେ ୯୮ ମିଲିଅନ ବର୍ଷ ପୂର୍ବର ଏକ ଜୀବାଶ୍ମ ମିଳିଛି, ଯାହାର ଲମ୍ବା ଏକ ବଡ ବାସ୍କେଟବଲ୍‌ କୋର୍ଟରୁ ଅଧିକା । ଆଜିକାଲିର ଉନ୍ନତମାନର ଜ୍ଞାନକୌଶଳ ଗବେଷକଙ୍କୁ ଡାଇନୋସର୍‌ଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାରେ ସହାୟକ ହୋଇଥାଏ । ନ୍ୟାସନାଲ ଜୋଗ୍ରାଫି ପକ୍ଷରୁ ଚଳିତ ବର୍ଷ ମିଳିଥିବା କିଛି ନୂଆ ପ୍ରଜାତିର ନାଁ ମଧ୍ୟ ଜାରି କରାଯାଇଛି ।

Read More ଏକ ଲକ୍ଷ ଟଙ୍କାର ଛତା

Tags: