ଦିଗ୍‌ବିଜୟ ଦିବସ

ଦିଗ୍‌ବିଜୟ ଦିବସ
Ipsita Picture
By: Ipsita
Published On

 

୧୮୯୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆମେରିକାର ଚିକାଗୋଠାରେ ଆୟୋଜିତ ବିଶ୍ୱ ଧର୍ମ ମହାସଭାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଐତିହାସିକ ଅଭିଭାଷଣକୁ ମନେ ପକାଇ ପ୍ରତିବର୍ଷ ଏହି ଦିନକୁ ଦିଗ୍ବିଜୟ ଦିବସଭାବେ ପାଳନ କରାଯାଇଥାଏ । ଆମେରିକାର ଭାଇ ଓ ଭଉଣୀମାନେଆଖ୍ୟାରେ ଆରମ୍ଭ ହୋଇଥିବା ତାଙ୍କର ସେହି ପ୍ରଭାବଶାଳୀ ବକ୍ତବ୍ୟ ସାରା ବିଶ୍ୱକୁ ଭାରତର ସନାତନ ଧର୍ମ, ବେଦାନ୍ତ ଦର୍ଶନ, ଧର୍ମନିରପେକ୍ଷତା, ସାର୍ବଜନୀନ ସହିଷ୍ଣୁତା ଓ ବିଶ୍ୱ ଭ୍ରାତୃତ୍ୱର ମହାନ ସନ୍ଦେଶ ଦେଇଥିଲା । ଏହି ଦିବସ କେବଳ ଭାରତୀୟ ସଂସ୍କୃତି ଓ ଚିନ୍ତନକୁ ବିଶ୍ୱ ସ୍ତରରେ ସ୍ୱୀକୃତି ଓ ଗୌରବ ଦେବାର ଏକ ସ୍ମାରକୀ ନୁହେଁ, ବରଂ ଏହା ଆଜିର ଯୁବସମାଜକୁ ଚରିତ୍ର ଗଠନ, ଜ୍ଞାନ ଆହରଣ ଏବଂ ନିସ୍ୱାର୍ଥପର ସେବା ପାଇଁ ପ୍ରେରଣା ଯୋଗାଉଛି । ସମସ୍ତ ଧାର୍ମିକ ଓ ସାଂସ୍କୃତିକ ଭେଦଭାବରୁ ଊର୍ଦ୍ଧ୍ୱକୁ ଉଠି ସମ୍ପ୍ରୀତି ଓ ଶାନ୍ତିର ବାର୍ତ୍ତା ବାଣ୍ଟୁଥିବା ଏହି ଦିନଟି ବିଶ୍ୱ ଭ୍ରାତୃତ୍ୱର ଶ୍ରେଷ୍ଠ ପ୍ରତୀକ ଭାବେ ପରିଗଣିତ ହୋଇଆସୁଛି ।

Tags: