ମୂଷା ମସ୍ତିଷ୍କର ଡିଜିଟାଲ ଭର୍ସନ

ମୂଷା ମସ୍ତିଷ୍କର ଡିଜିଟାଲ ଭର୍ସନ
Ipsita Picture
By: Ipsita


ବୈଜ୍ଞାନିକମାନେ ନିକଟରେ ମୂଷା ମସ୍ତିଷ୍କର ଏକ ଭର୍ଚୁଆଲ ମଡେଲ ପ୍ରସ୍ତୁତ କରିଛନ୍ତି, ଯାହାଫଳରେ ବୈଜ୍ଞାନିକମାନେ ମୂଷାଙ୍କ ସମ୍ପର୍କରେ ଆହୁରି ଅନେକ କଥା ବିଶେଷ୍ଲଣ କରିପାରିବେ । ଏହି ପ୍ରକଳ୍ପଟିକୁ ଆମେରିକାର କିଛି ପ୍ରତିଷ୍ଠିତ ବୈଜ୍ଞାନିକ ସଂସ୍ଥାନ ବିକଶିତ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଅଲଜାଇମର ରୋଗ କିପରି ହୋଇଥାଏ ସେନେଇ ଅଧିକ ଗବେଷଣା କରାଯିବ । ଏହି ଅନୁଷ୍ଠାନମାନେ ଗୋଟିଏ ମୂଷାର ମସ୍ତିଷ୍କର ସେରେବେରାଲ କର୍ଟେକ୍ସକୁ ତିଆରି କରିଛନ୍ତି । ମସ୍ତିଷ୍କର ଏହି ଭାଗରେ ବିଭିନ୍ନ ତଥ୍ୟକୁ ପ୍ରୋସେସ କରାଯାଇଥାଏ । ମୂଷାର ମସ୍ତିଷ୍କ ସାଧାରଣତଃ ମଣିଷଙ୍କ ମସ୍ତିଷ୍କଙ୍କ ଠାରୁ ଛୋଟ ଓ କମ ଜଟିଳ । ହେଲେ ଉଭୟଙ୍କ ମସ୍ତିଷ୍କ ମଧ୍ୟରେ ଅନେକ ସମାନତା ରହିଛି । ଏହି ଡିଜିଟାଲ ମସ୍ତିଷ୍କରେ ୯ମିଲିଅନ ନ୍ୟୁରୋନ ଓ ୨୬ ବିଲିଅନ ସିନାପ୍ସ ରହିଛି, ଯାହା ପାଖାପାଖି ୮୬ଟି ଭିନ୍ନଭିନ୍ନ ରିଜନ ସହିତ ଜଡିତ ଅଛନ୍ତି । ଏହାକୁ ଏକ ସୁପର କମ୍ପ୍ୟୁଟର ସହିତ ଯୋଡା ମଧ୍ୟ ଯାଇଛି । ଗୋଟିଏ ସତମୂଷା ର ମସ୍ତିଷ୍କରେ ୭୦ ମିଲିଅନ ନ୍ୟୁରୋନ ରହିଥାଏ । ଏହି ମଡେଲ ଦ୍ୱାରା ମୂଷାର ମସ୍ତିଷ୍କ ସମ୍ବନ୍ଧରେ ଅଧିକ ଜାଣିହେବ ବୋଲି ବୈଜ୍ଞାନିକ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର ଭିଡିଓ ଗେମ୍‌ ଦେଉଛି ଟ୍ରେନିଂ

Tags: