ଡିଜିଟାଲ୍‌ ଲକେଟ୍‌

ଡିଜିଟାଲ୍‌ ଲକେଟ୍‌
Ipsita Picture
By: Ipsita
Published On


ସବୁବେଳେ ଦିବ୍ୟାଙ୍ଗ ଛୋଟ ପିଲା, ବୟସ୍କ ଲୋକ, ଡିମ୍‌ନେସିଆ ଓ ଆଲଜିମର ରୋଗରେ ପୀଡିତଙ୍କ ପାଇଁ ସେମାନଙ୍କ ପରିବାର ଲୋକ ଖୁବ ଚିନ୍ତାରେ ରହିଥାଆନ୍ତି । ଏମାନଙ୍କ କ୍ଷେତ୍ରରେ ହଜିଯିବାର ଭୟ ଅଧିକ ରହିଥାଏ । ଏମାନେ ଯଦି କୌଣସି ସ୍ଥାନରେ ହଜି ଯାଆନ୍ତି ତେବେ ମିଳିବାର ସମ୍ଭାବନା ମଧ୍ୟ କମ ଥାଏ, କାରଣ ଏମାନେ ନିଜ ଠିକଣା ମନେ ରଖିବାରେ ଅସମର୍ଥ ହୋଇଥାଆନ୍ତି । ତେବେ ଏମାନଙ୍କ ପାଇଁ ଅକ୍ଷୟ ରିଦ୍‌ଲାନ ନାମକ ଜଣେ ବ୍ୟକ୍ତି ଏକ ଡିଜିଟାଲ ଲକେଟ୍‌ର ଉଦ୍ଭୁାବନ କରିଛନ୍ତି, ଯେଉଁଥିରେ ଏକ କ୍ୟୁଆର୍‌ କୋଡ ରହୁଛି । ଏହି କ୍ୟୁଆର କୋଡକୁ ସ୍କାନ୍‌ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ଅନେକ କିଛି ଜାଣି ହେବ । ଏକ ରିପୋର୍ଟ ଅନୁସାରେ  ଭାରତରେ ପାଖାପାଖି ୮.୮ ମିଲିଅନ ଲୋକଙ୍କର ଡିମ୍‌ନେସିଆ ରୋଗ ରହିଛି, ତେଣୁ ଏହା ଭାରତ ପାଇଁ ଖୁବ ଉପକାରୀ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଲକେଟ୍‌ ସେମାନଙ୍କ ପାଇଁ ଏକ ଇନ୍ସìରାନ୍ସ ଭଳି କାମ କରିବ ବୋଲି ସେ ମତ ଦେଇଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ତାଙ୍କର ଏହି ପ୍ଲାନ୍‌କୁ ଖୁବ ପ୍ରଶଂସା କରିବାରେ ଲାଗିଛନ୍ତି ।

Tags: