ଭିନ୍ନଦେଶର ମହାକାଶ ସଂସ୍ଥା

ଆମେରିକା ଭଳି ବିଶ୍ବର ବିଭିନ୍ନ ଦେଶରେ ସମସ୍ତଙ୍କର ନିଜସ୍ବ ମହାକାଶ ସଂସ୍ଥା ରହିଛି । ଯେଉଁଗୁଡିକ ମହାକାଶରେ ଏକାଧିକ ପ୍ରକଳ୍ପର ପରିଚାଳନା କରନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ସଂସ୍ଥାଙ୍କ ସମ୍ପର୍କରେ ସଂକ୍ଷେପରେ । ରସ୍କୋମୋସ ରୁଷର ମାହାକାଶ ସଂସ୍ଥାର ନାମ ହେଲା ରସ୍କୋମୋସ । ଏହାକୁ ୧୯୯୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଯେଉଁଠାରୁ ସୋଭିଏତ ସ୍ପେସ ପ୍ରୋଗ୍ରାମର ମୂଳଦୁଆ ପଡିଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ମସ୍କୋରେ ଅବସ୍ଥିତ । ଏହି ସଂସ୍ଥାର […]

ଭିନ୍ନଦେଶର ମହାକାଶ ସଂସ୍ଥା
Samaya Live Picture
Published On

ଆମେରିକା ଭଳି ବିଶ୍ବର ବିଭିନ୍ନ ଦେଶରେ ସମସ୍ତଙ୍କର ନିଜସ୍ବ ମହାକାଶ ସଂସ୍ଥା ରହିଛି । ଯେଉଁଗୁଡିକ ମହାକାଶରେ ଏକାଧିକ ପ୍ରକଳ୍ପର ପରିଚାଳନା କରନ୍ତି । ଆସନ୍ତୁ ଜାଣିବା ସେହିଭଳି କିଛି ସଂସ୍ଥାଙ୍କ ସମ୍ପର୍କରେ ସଂକ୍ଷେପରେ ।

ରସ୍କୋମୋସ
ରୁଷର ମାହାକାଶ ସଂସ୍ଥାର ନାମ ହେଲା ରସ୍କୋମୋସ । ଏହାକୁ ୧୯୯୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଯେଉଁଠାରୁ ସୋଭିଏତ ସ୍ପେସ ପ୍ରୋଗ୍ରାମର ମୂଳଦୁଆ ପଡିଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ମସ୍କୋରେ ଅବସ୍ଥିତ । ଏହି ସଂସ୍ଥାର ପ୍ରଥମ ସାଟେଲାଇଟ ସ୍ପୁଟିନିକ ମହାକାଶ ଗସ୍ତ କରିଥିଲା । ଏହି ସଂସ୍ଥା ମୁଖ୍ୟତ ସାଟେଲାଇଟ ଲଞ୍ଚ, ହ୍ୟୁମାନ ସ୍ପେସଫ୍ଲାଇଟ ଓ ଗ୍ରହସମ୍ବନ୍ଧୀୟ ପ୍ରକଳ୍ପ ପରିଚାଳନା କରିଥାଏ ।

ୟୁରୋପିଆନ ସ୍ପେସ ଏଜେନ୍ସି
ଏହାର ପ୍ରତିଷ୍ଠା ୧୯୭୫ ମସିହାରେ କରାଯାଇଥିଲା, ଯାହାର ମୁଖ୍ୟ କାର୍ଯ୍ୟାଳୟ ପ୍ୟାରିସ ଓ ଫ୍ରାନ୍ସରେ ରହିଛି । ଏହି ସଂସ୍ଥାରେ ୨୨ଟି ଦେଶ ସଦସ୍ୟ ଅଛନ୍ତି । ମୁଖ୍ୟତ ଏହି ସଂସ୍ଥା ମଙ୍ଗଳ ଗ୍ରହ, ପୃଥିବୀ ଉପରେ ବିଭିନ୍ନ ଗବେଷଣା କରିଥାଏ । ସେହିଭଳି ଏହି ସଂସ୍ଥା ଅନ୍ୟ ଦେଶଙ୍କ ସହିତ କୋଲାବ୍ରେସନ କରି ବିଭିନ୍ନ ପ୍ରକଳ୍ପର ପରିଚାଳନା କରିଥାଏ ।

ଇସ୍ରୋ
୧୯୬୯ରେ ପ୍ରତିଷ୍ଠା ହୋଇଥିଲା ଭାରତର ମହାକାଶ ସଂସ୍ଥା ଇସ୍ରୋ (ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ) । ଏହାର ମୁ୍ଖ୍ୟ କାର୍ଯ୍ୟଳୟ ବାଙ୍ଗାଲୋରରେ ରହିଛି । ଏହି ସଂସ୍ଥାଟି ଭାରତକୁ ମହାକାଶ ବିଜ୍ଞାନରେ ଖୁବ ଆଗକୁ ନେଇଛି । ଇସ୍ରୋ ମୁଖ୍ୟତ ଚନ୍ଦ୍ର, ମଙ୍ଗଳ ଆଦିରେ କାର୍ଯ୍ୟ କରିଥାଏ । ରକେଟ ଲଞ୍ଚିରେ ମଧ୍ୟ ଇସ୍ରୋର ଭୂମିକା ଖୁବ ଗୁରୁତ୍ବପୂର୍ଣ୍ଣ ରହିଛି । ଏହାର ପିଏସ୍ଏଲ୍ଭି ଓ ଜିଏସଏଲଭି ରକେଟ ଖୁବ ପରିଚିତ । ଚନ୍ଦ୍ରଯାନ ୩ ଏହାର ସବୁଠାରୁ ବଡ ମିଶନ, ଯାହା ଏହାକୁ ପୂରା ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇ‍ଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ । ଭାରତର ପ୍ରଥମ କୃତ୍ରିମ ଉପଗ୍ରହ “ଆର୍ଯ୍ୟଭଟ୍ଟ” ଇସ୍ରୋଦ୍ୱାରା ପ୍ରସ୍ତୁତ ହୋଇଥିଲା । ଇସ୍ରୋର ଗଠନ ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ଉଦ୍ଦେଶ୍ୟରେ କରାଯାଇଥିଲା । ବିଗତ ଦିନରେ ମହାକାଶ ଗବେଷଣାରେ ଅନେକ ମାଇଲଷ୍ଟୋନ ପ୍ରତିଷ୍ଠା କରିଛି ଇସ୍ରୋ । ଆଗକୁ ମଧ୍ୟ ଖୁବ ଭଲଭଲ ପ୍ରକଳ୍ପ ଇସ୍ରୋ ପକ୍ଷରୁ ଲଞ୍ଚ ଅପେକ୍ଷାରେ ରହିଛି ।

ସିଏନ୍ଏସଏ
ଚୀନର ଏହି ମହାକାଶ ସଂସ୍ଥାର ସ୍ଥାପନା ୧୯୯୩ରେ ହୋଇଥିଲା । ଏହାର ମୁଖ୍ୟାଳୟ ବେଜିଂରେ ରହିଛି । ଏହାର ଲୁନାର ମିଶନ, ତିନୱେନ ୧ ମାର୍ସ ମିଶନ ଏହାକୁ ଏକ ସ୍ବତନ୍ତ୍ର ପରିଚୟ ଦେଇଥାଏ । ଏହାର ମଧ୍ୟ ଆଗକୁ ଅନେକ ପ୍ରୋଜେକ୍ଟ ରହିଛି ଲଞ୍ଚ ଅପେକ୍ଷାରେ ।

ଜାକ୍ସା
ଜାପାନର ଜାକ୍ସା ବା ଜାପାନ ଏରୋସ୍ପେସ ଏକ୍ସପ୍ଲୋରେସନ ଏଜେନ୍ସିର ସ୍ଥାପନା ୨୦୦୩ରେ କରାଯାଇଥିଲା । ଏହାର ମୁଖ୍ୟଳୟ ଟୋକିଓରେ ଅବସ୍ଥିତ । ଏହାର ହୟାବୁସା ଆଷ୍ଟୋରଏଡ ମିଶ ଖୁବ ପରିଚିତ । ଏହାସହ ଏହାର ଚନ୍ଦ୍ରରେ ମଧ୍ୟ ଅନେକ ମିଶନ ରହିଛି ଯାହା ଏହାକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥାଏ । ଏହା ବିଶେଷଭାବେ ରୋବୋଟିକ୍ସ, ସାଟେଲାଇଟ ଓ ଟେକ୍ନୋଲୋଜି ଉପରେ ଗୁରୁତ୍ବ ଦେଇଥାଏ ।

Tags: