ଯୀଶୁ ଖ୍ରୀଷ୍ଟ ଭାରତ ଆସିଥିଲେ କି? ଜାଣନ୍ତୁ ତାଙ୍କର ପ୍ରରଣାଦାୟୀ ଚିନ୍ତାଧାରା ସବୁ କଣ

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ହେଲା ଡିସେମ୍ବର ୨୫ ବା ଖ୍ରୀଷ୍ଟମାସ I ଏହା ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ I ତେଣୁ ଏହାକୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଖୁବ ଉତ୍ସାହରେ ପାଳନ କରିଥାନ୍ତି I ଡିସେମ୍ବର ମାସ ପ୍ରଥମରୁହିଁ ଖ୍ରୀଷ୍ଟମାସ ପାଳନ ପ୍ରସ୍ତୁତି ଧୀରେ ଧୀରେ ଆରମ୍ଭ ହୋଇଯାଏ I କିନ୍ତୁ ଡିସେମ୍ବର ୨୧ ଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ବିଧିବଦ୍ଧ ଭାବରେ ଏହାର ପାଳନ ପ୍ରକ୍ରିୟା ଆରମ୍ଭ ହୋଇଯାଏ I ଏହା […]

Samaya Live Picture
Published On

ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ହେଲା ଡିସେମ୍ବର ୨୫ ବା ଖ୍ରୀଷ୍ଟମାସ I ଏହା ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମ ଦିବସ I ତେଣୁ ଏହାକୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଖୁବ ଉତ୍ସାହରେ ପାଳନ କରିଥାନ୍ତି I ଡିସେମ୍ବର ମାସ ପ୍ରଥମରୁହିଁ ଖ୍ରୀଷ୍ଟମାସ ପାଳନ ପ୍ରସ୍ତୁତି ଧୀରେ ଧୀରେ ଆରମ୍ଭ ହୋଇଯାଏ I କିନ୍ତୁ ଡିସେମ୍ବର ୨୧ ଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ବିଧିବଦ୍ଧ ଭାବରେ ଏହାର ପାଳନ ପ୍ରକ୍ରିୟା ଆରମ୍ଭ ହୋଇଯାଏ I ଏହା ଭାରତୀୟ ସଂସ୍କୃତି ନହେଲେ ମଧ୍ୟ ଭାରତରେ ଖ୍ରୀଷ୍ଟମାସ କୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଖୁବ ଧୁମ ଧାମ ରେ ପାଳନ କରିଥାନ୍ତି I ତେବେ ଆପଣ ଆପଣ ଜାଣନ୍ତି କି ଯୀଶୁ ଖ୍ରୀଷ୍ଟ ପ୍ରକୃତରେ ଭାରତକୁ ଆସିଛନ୍ତି କି? ଆସନ୍ତୁ ଜାଣିବା ଯୀଶୁଖ୍ରୀଷ୍ଟଙ୍କ ଅମୁଲ୍ୟ ବାଣୀ ସବୁ କଣ ରହିଥିଲା I

ଯୀଶୁଖ୍ରୀଷ୍ଟ ଙ୍କ ବିଷୟରେ ଅନେକ ରହସ୍ୟ ଆଜି ବି ଅଜଣା ରହିଛି I ଯୀଶୁ ୧୩ ବର୍ଷରୁ ୨୯ ବର୍ଷ ପର୍ଯ୍ୟନ୍ତ କେଉଁଠାରେ ଥିଲେ, ଏହି ସମୟ ମଧ୍ୟରେ ସେ କ’ଣ କରିଥିଲେ ତାହା ଏବେ ବି ରହସ୍ୟମୟ I ଏହା ତାଙ୍କ ପବିତ୍ର ଧର୍ମଗ୍ରନ୍ଥ ବାଇବେଲ ରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ I ତେବେ କିଛି ତଥ୍ୟ ରୁ ଜଣା ପଡିଛି ଯୀଶୁ ଖ୍ରୀଷ୍ଟ ଭାରତକୁ ଆସିଥିଲେ ବୋଲି, ପ୍ରଭୁ ଯୀଶୁ,ହେଉଛନ୍ତି,ଅହିଂସା କରୁଣା ଏବଂ ଦୟା,କ୍ଷମା ର ପ୍ରତିମୂର୍ତ୍ତି I ତାଙ୍କ ବାଣୀରେ , ସର୍ବଦା ଲୋକଙ୍କୁ ଖରାପ କାର୍ଯ୍ୟ,କପଟ,ଛଳନା ପରିତ୍ୟାଗ କରିବାକୁ ପ୍ରେରଣା ଦେଉଥିଲେ I ତାଙ୍କର ଏହି ଅମୁଲ୍ୟ ଚିନଧାରା ସବୁ ଲୋକଙ୍କୁ ସତପଥରେ ପରିଚାଳିତ କରୁଥିଲା I

ପ୍ରଭୁ ଯୀଶୁ ଭାରତ ଆସିବା ବିଷୟରେ କୌଣସି ବଳିଷ୍ଠ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ I କିନ୍ତୁ କିଛି ଅନୁସନ୍ଧାନକାରୀ କହିଛନ୍ତି ଯେ ୧୩ ରୁ ୨୯ ବର୍ଷ ବୟସରେ ସେ ଭାରତ ଗସ୍ତ କରିଥିଲେ। ଏହିଭଳି ଏକ ତଥ୍ୟ କୁ ଫିଫଥ ଗୋଷ୍ପେଲ ନାମକ ପୁସ୍ତକରେ ମଧ୍ୟ ଉଲ୍ଲେଖ କରାଯାଇଛି । ଅନେକ ତଥ୍ୟ ଅନୁସନ୍ଧାନକାରୀ ଏହା ମଧ୍ୟ କହିଛନ୍ତି ଯେ ଯୀଶୁ ଭାରତରେ ରହିଥିବା ସମୟରେ ବୌଦ୍ଧ ଧର୍ମ ସଂସ୍ପର୍ଶରେ ଆସିଥିଲେ I ତେବେ ଏହି ବିଷୟରେ ଭାରତୀୟ ତଥ୍ୟ ଅନୁସନ୍ଧାନକାରୀ ଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ନାହିଁ। ଅନ୍ୟପକ୍ଷରେ ଖ୍ରୀଷ୍ଟିଆନ ଗବେଷକ ମାନେ ମଧ୍ୟ ଏହି ତଥ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି I

ପ୍ରଭୁ ଯୀଶୁଙ୍କ ମୂଲ୍ୟବାନ ଚିନ୍ତାଧାରା

ଯୀଶୁ ଖ୍ରୀଷ୍ଟ କହିଛନ୍ତି ଯେ ତୁମେ ଲୋକମାନଙ୍କ ଠାରୁ ଯେଉଁଭଳି ବ୍ୟବହାର ଆଶା କରୁଛ,ତାଙ୍କ ସହିତ ମଧ୍ୟ ସେହିଭଳି ବ୍ୟବହାର କର I ଗରୀବ ଲୋକଙ୍କର ସେବା କର, ବିନାମୁଲ୍ୟରେ କାହାଠାରୁ କିଛି ନେବେ ନାହିଁ I ସଂକଟରେ ପଡିଥିବା ଲୋକଙ୍କୁ ଉଦ୍ଧାର କର I

ଯୀଶୁ କହିଥଲେ ଯେ ଯେଉଁମାନେ ନିଜ ଅପେକ୍ଷା ଅନ୍ୟମାନଙ୍କ କଲ୍ୟାଣ ବିଷୟରେ ଚିନ୍ତା କରନ୍ତି, ସେମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି I ନିଜ ହାତ ହିଂସା ପାଇଁ ନୁହେଁ ବରଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଉଠିବା ଦରକାର I

ପ୍ରଭୁ ଯୀଶୁ କହିଥିଲେ ଯେ ଶତ୍ରୁମାନଙ୍କୁ ମଧ୍ୟ ସ୍ନେହ କରିବା ଉଚିତ୍। ଯେଉଁମାନେ ଆମକୁ ମାନସିକ ବା ଶାରୀରିକ ଭାବରେ ନିର୍ଯାତନା ଦେଉଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ I ଏହା ଦ୍ୱାରା ଆମେ ଈଶ୍ୱରଙ୍କ ନିକଟତର ହୋଇପାରିବI ପ୍ରଭୁ ଙ୍କ କୃପା ଉଭୟ ଭଲ ଓ ମନ୍ଦ ଉପରେ ସମାନ ଭାବରେ ପଡିଥାଏ I