ହୀରା ବର୍ଷା

ହୀରା ବର୍ଷା
Ipsita Picture
By: Ipsita
Published On

 

ବର୍ଷା ନାମ ଶୁଣିଲେ ସାଧାରଣତଃ ଆମ ମନକୁ ପାଣି, କୁଆପଥର କିମ୍ବା ବରଫ କଥା ଆସିଥାଏ । ହେଲେ ଆମ ସୌରମଣ୍ଡଳରେ ଏଭଳି ଦୁଇଟି ଗ୍ରହ ରହିଛି ଯେଉଁଠାରେ ପ୍ରକୃତ ହୀରାର ବର୍ଷା ହୋଇଥାଏ । ବୈଜ୍ଞାନିକମାନଙ୍କ ଅନୁଯାୟୀ, ପୃଥିବୀ ଠାରୁ ପ୍ରାୟ ୧୫ ଗୁଣ ବଡ଼ ନେପଚ୍ୟୁନ୍ ଏବଂ ୧୭ ଗୁଣ ବଡ଼ ୟୁରେନସ୍ ଗ୍ରହରେ ଏଭଳି ପରିବେଶ ସୃଷ୍ଟି ହୁଏ ଯାହାଦ୍ୱାରା ସେଠାରେ ଆକାଶରୁ ହୀରା ବର୍ଷିଥାଏ । ଏହି ଦୁଇଟିଯାକ ଗ୍ରହର ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ମିଥେନ୍ ଗ୍ୟାସ୍ ରହିଛି ଏବଂ ଗ୍ରହର ଆଭ୍ୟନ୍ତରୀଣ ଭାଗରେ ଥିବା ଅତ୍ୟଧିକ ଚାପ ଓ ଉତ୍ତାପ ଯୋଗୁଁ ମିଥେନ୍ ଗ୍ୟାସ୍ରୁ କାର୍ବନ ଅଲଗା ହୋଇ ସେହି କାର୍ବନ ହିଁ ହୀରାରେ ରୂପାନ୍ତରିତ ହୋଇଯାଏ । ବୈଜ୍ଞାନିକମାନେ ଲେଜର ବୈଷୟିକ ଜ୍ଞାନକୌଶଳ ସାହାଯ୍ୟରେ ପୃଥିବୀ ପୃଷ୍ଠରେ ନେପଚ୍ୟୁନ୍ ଓ ୟୁରେନସ୍ ଭଳି କୃତ୍ରିମ ପରିବେଶ ସୃଷ୍ଟି କରି କାର୍ବନ ଓ ହାଇଡ୍ରୋଜେନ ଯୁକ୍ତ ସ୍ୱତନ୍ତ୍ର ପ୍ଲାଷ୍ଟିକ ଉପରେ ଗବେଷଣା କରି ନାନୋ ଡାଇମଣ୍ଡପ୍ରସ୍ତୁତ କରିବାରେ ମଧ୍ୟ ସଫଳ ହୋଇଛନ୍ତି । ଅନୁମାନ କରାଯାଏ ଯେ ସେହି ଗ୍ରହଗୁଡ଼ିକରେ ହୀରାର ପରିମାଣ ଏତେ ଅଧିକ ଯେ ଯଦି କୌଣସି ପ୍ରକାରେ ତାହାକୁ ପୃଥିବୀକୁ ଅଣାଯାଇପାରନ୍ତା, ତେବେ ଦୁନିଆର ପ୍ରତ୍ୟେକ ବ୍ୟକ୍ତି ଅତ୍ୟନ୍ତ ଧନୀ ହୋଇଯାଆନ୍ତେ । ହେଲେ ବର୍ତ୍ତମାନର ବୈଷୟିକ ଜ୍ଞାନକୌଶଳ  ଅନୁଯାୟୀ ସେହି ଗ୍ରହଗୁଡ଼ିକରେ ପହଞ୍ଚିବା ଏବଂ ସେଠାରୁ ହୀରା ନେଇ ଆସିବା ଆଦୌ ସମ୍ଭବପର ନୁହେଁ ।

Tags: