ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଧର୍ମମାସ କାର୍ତ୍ତିର ଶେଷଦିନ ବା କାର୍ତ୍ତିକ ପୂର୍ଣ୍ଣମୀ I ଏହି ପୂର୍ଣ୍ଣମୀକୁ ରାସ ପୂର୍ଣ୍ଣମୀ ମଧ୍ୟ କୁହାଯାଏ। ଏହି ଦିନ ‘ବୋଇତ ବନ୍ଦାଣ’ ପାଳନ କରାଯାଏ I ଏହାସହ କାର୍ତ୍ତିକ ମାସ ବା ପଂଚୁକ ବ୍ରତଧାରୀମାନେ ଏହି ଦିନ ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭସାଇଥାନ୍ତି Iଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠେ । ଏହି ଦିନ ପ୍ରାତଃକାଳରୁ ଆବାଳ ବୃଦ୍ଧ ବନିତା ନଦୀ ବା ପୁଷ୍କରଣୀରେ ବୁଡ଼ ପକାଇ […]
ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଧର୍ମମାସ କାର୍ତ୍ତିର ଶେଷଦିନ ବା କାର୍ତ୍ତିକ ପୂର୍ଣ୍ଣମୀ I ଏହି ପୂର୍ଣ୍ଣମୀକୁ ରାସ ପୂର୍ଣ୍ଣମୀ ମଧ୍ୟ କୁହାଯାଏ। ଏହି ଦିନ ‘ବୋଇତ ବନ୍ଦାଣ’ ପାଳନ କରାଯାଏ I ଏହାସହ କାର୍ତ୍ତିକ ମାସ ବା ପଂଚୁକ ବ୍ରତଧାରୀମାନେ ଏହି ଦିନ ବିଭିନ୍ନ ପୁଷ୍କରିଣୀରେ ଡଙ୍ଗା ଭସାଇଥାନ୍ତି Iଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠେ । ଏହି ଦିନ ପ୍ରାତଃକାଳରୁ ଆବାଳ ବୃଦ୍ଧ ବନିତା ନଦୀ ବା ପୁଷ୍କରଣୀରେ ବୁଡ଼ ପକାଇ କଦଳୀ ବାହୁଙ୍ଗା ବା ସୋଲରେ ତିଆରି ଡଙ୍ଗାରେ ଦୀପ ଜାଳି ସେଥିରେ ପାନ ଗୁଆ ଥୋଇ ଭସାଇଥାଆନ୍ତି । ଏହି ସମୟରେ‘ଆ କା ମା ବୈ,ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ’ର ଗାଇ ଥାଆନ୍ତି । ବିଶ୍ୱାସ ରହିଛି,ଏହି ଦିନ ପ୍ରାତଃକାଳରୁ ସ୍ନାନ କରି ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ତେଣୁ ଭୋରୁ ଭୋରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ବିଭିନ୍ନ ନଦୀ,କେନାଲ ଓ ପୋଖରୀରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମି, କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ୱର ବିନ୍ଦୁସାଗର ଓ କୁଆଖାଇ ନଦୀରେ ଶ୍ରଦ୍ଧାଳକୁମାନେ ଭୋର ୪ ଟାରୁ ଡଙ୍ଗା ଭସାଇଛନ୍ତି। ଏହାଛଡ଼ା ଓଡ଼ିଶାର ସବୁ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। କଦଳୀ ପାଟୁଆ, କାଗଜ, ସୋଲରେ ତିଆରି ଡଙ୍ଗା ଭସାଇଛନ୍ତି ଲୋକେ। ଲୋକେ ଡଙ୍ଗାରେ ପାନ,ଗୁଆର ଥୋଇ ଧରମ ମାସରେ ଡଙ୍ଗା ଭସାଉଥିବା ପରିଲକ୍ଷିତ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୁରୀ, ଭୁବନେଶ୍ୱର,ଚନ୍ଦ୍ରଭାଗା ଆଦି ସ୍ଥାନରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।




