ଡେଙ୍ଗୁ କମାଇବ ମଶା

ଡେଙ୍ଗୁ କମାଇବ ମଶା
Ipsita Picture
By: Ipsita
Published On

 

ମଶା ଜନିତ ମାରାତ୍ମକ ରୋଗ ବିରୋଧରେ ଲଢ଼େଇ କରିବା ପାଇଁ ଗୁଗଲ୍ ସହ ଜଡ଼ିତ ଏକ ହେଲଥ୍ ଟେକ୍ କମ୍ପାନୀ ଆମେରିକାରେ ପ୍ରତିବର୍ଷ ପ୍ରାୟ ୩.୨ କୋଟି ସ୍ୱତନ୍ତ୍ର ପ୍ରଜାତିର ମଶା ଛାଡ଼ିବାକୁ ଯୋଜନା ପ୍ରସ୍ତୁତ କରିଛି ।  ମିଳିଥିବା ସୂଚନା ଅନୁଯାୟୀ, ବାୟୋଲୋଜି ଏବଂ ଆଧୁନିକ ଟେକ୍ନୋଲୋଜିର ମିଶ୍ରଣରେ ପ୍ରସ୍ତୁତ ଏହି ବିଶେଷ ପୁରୁଷ ମଶାଗୁଡ଼ିକ ଶରୀରରେ 'ୱଲବାଚିଆ' ନାମକ ଏକ ବ୍ୟାକ୍ଟେରିଆ ପ୍ରବେଶ କରାଯାଇଛି । ଏହାକୁ କାଲିଫର୍ଣ୍ଣିଆ ଏବଂ ଫ୍ଲୋରିଡା ଭଳି ଅଞ୍ଚଳରେ ଛଡ଼ାଯିବାର ଯୋଜନା ରହିଛି। ଏହି ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ, ପୁରୁଷ ମଶାମାନେ ସାଧାରଣତଃ ମଣିଷଙ୍କୁ କାମୁଡ଼ନ୍ତି ନାହିଁ । ତେଣୁ ଯେତେବେଳେ ଏହି ପୁରୁଷ ମଶାଗୁଡ଼ିକ ବାହାରେ ଥିବା ଜଙ୍ଗଲୀ ମାଈ ମଶାମାନଙ୍କ ସହ ପ୍ରଜନନ କରିବେ, ସେତେବେଳେ ବ୍ୟାକ୍ଟେରିଆ କାରଣରୁ ସେମାନଙ୍କ ଅଣ୍ଡା ଫୁଟିବ ନାହିଁ । ଯାହାଦ୍ୱାରା ଧୀରେ ଧୀରେ ବିପଜ୍ଜନକ ମଶାମାନଙ୍କ ବଂଶବୃଦ୍ଧି ହ୍ରାସ ପାଇବ ଏବଂ ଡେଙ୍ଗୁ ଓ ଜିକା ଭଳି ଘାତକ ସଂକ୍ରମଣରୁ ରକ୍ଷା ମିଳିପାରିବ। ଯଦିଓ ଏହି ସମ୍ପୂର୍ଣ୍ଣ ପ୍ରକଳ୍ପଟି ବର୍ତ୍ତମାନ ଆମେରିକାର ପରିବେଶ ସୁରକ୍ଷା ଏଜେନ୍ସିର ସମୀକ୍ଷାଧୀନ ରହିଛି, ତଥାପି ଆବଶ୍ୟକୀୟ ମଞ୍ଜୁରୀ ମିଳିବା ପରେ ଏହି ସ୍ୱତନ୍ତ୍ର ମଶାଗୁଡ଼ିକୁ ପ୍ରକୃତି ମଧ୍ୟକୁ ଛଡ଼ାଯିବା ସହ ଏହି ଅଭିନବ ମିଶନର ଶୁଭାରମ୍ଭ କରାଯିବ ।

Tags: