ରୋବଟଙ୍କ କୌଶଳ ପ୍ରଦର୍ଶନ

ରୋବଟଙ୍କ କୌଶଳ ପ୍ରଦର୍ଶନ
Ipsita Picture
By: Ipsita
Published On

 

ବର୍ଲିନ୍ରେ ଆୟୋଜିତ ' ଆଇଏଫଏ ୨୦୨୬ ' ଟେକ୍ନୋଲୋଜି ଶୋ'ରେ ରୋବୋଟ୍ଗୁଡ଼ିକର ଏକ ଅନନ୍ୟ ରୂପ ଦେଖିବାକୁ ମିଳିଛି । ଯେଉଁଠାରେ ହ୍ୟୁମାନଏଡ୍ ରୋବୋଟ୍ ଏବଂ ରୋବୋଟିକ୍ ପୋଷା ପ୍ରାଣୀମାନେ ଘରୋଇ କାର୍ଯ୍ୟ କରିବା ସହ ରନ୍ୱେରେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଛନ୍ତି । ଏହି ପ୍ରଦର୍ଶନୀରେ 'ଏଲଜି'ର କ୍ଲୋଇଡ ରୋବୋଟ୍ ଘରୋଇ କାମ ପାଇଁ ପ୍ରଦର୍ଶିତ ହୋଇଥିବା ବେଳେ ' ସ୍ବିଇଚବଟ 'ର ରୋବୋଟ୍ ପୋଷାକ ଉଠାଇ ୱାସିଂ ମେସିନ୍ରେ ରଖି କବାଟ ବନ୍ଦ କରିଥିଲା । ଏଥିସହିତ 'ପୁଡୁ'ର ରୋବୋଟ୍ ସାମଗ୍ରୀ ବୋହିବା ଓ ଦର୍ଶକଙ୍କ ସହ ସେଲ୍ଫି ପାଇଁ ପୋଜ୍ ଦେଇଥିବା ବେଳେ 'ଟିସିଏଲ' ଏବଂ 'ଓଲାଇବୋଟ ' ଲୋକଙ୍କ ସହ କଥାବାର୍ତ୍ତା ଓ ସହାୟତା ପାଇଁ ନିଜର ଛୋଟ ରୋବୋଟ୍ଗୁଡ଼ିକୁ ସାମ୍ନାକୁ ଆଣିଥିଲେ । ଅନ୍ୟପଟେ ରନ୍ୱେରେ ଓହ୍ଲାଇଥିବା ରୋବୋଟ୍ଗୁଡ଼ିକ ନୃତ୍ୟ, ତାଇ ଚି , ବ୍ୟାକ୍ଫ୍ଲିପ୍ସ ଏବଂ ସ୍ପ୍ଲିଟ୍ସ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନ ଜିଣିଥିଲେ । ଯଦିଓ ପ୍ରଦର୍ଶନ ପରେ କିଛି ରୋବୋଟ୍ ନିଜର ସନ୍ତୁଳନ ହରାଇଥିଲେ ଏବଂ ଗୋଟିଏ ରୋବୋଟିକ୍ କୁକୁର ତଳେ ପଡ଼ିଯାଇଥିଲା, ହେଲେ ରୋବଟ ଗୁଡିକୁ ଖୁବ ପ୍ରଶଂସା ମିଳିଥିଲା ।

Tags: