ବିନା ଡିଗ୍ରୀରେ କରିହେବନି ରିଲ୍ସ
ସାଧାରଣତଃ ସୋସିଆଲ ମିଡିଆରେ ରିଲ୍ସ କରିବାପାଇଁ ପାଠପଢାକୁ ନେଇ କୌଣସି ନିୟମ ନଥାଏ । କିନ୍ତୁ ଚୀନ ତାର ସୋସିଆଲ ମିଡିଆ ଇନଫ୍ଲìଏନ୍ସରଙ୍କ ପାଇଁ ନୂଆ ନିୟମ ବାହାର କରିଛି । ବର୍ତ୍ତମାନ ଚୀନରେ ସ୍ୱାସ୍ଥ୍ୟ, ଆଇନ, ଶିକ୍ଷା କିମ୍ବା ବିତ୍ତ ସମ୍ପର୍କିତ କୌଣସି ବି ଭିଡିଓ ତିଆରି କରିବାକୁ ହେଲେ ତିନୋଟି ନିୟମ ମାନିବାକୁ ବାଧ୍ୟ । ସେମାନଙ୍କୁ ୨ ମାସ ଭିତରେ ସାର୍ଟିଫିକେଟ୍, ଡିଗ୍ରୀର ପ୍ରମାଣ ପତ୍ର ଯମା କରିବାକୁ ହେବ । ଦିଆଯାଇଥିବା […]
ସାଧାରଣତଃ ସୋସିଆଲ ମିଡିଆରେ ରିଲ୍ସ କରିବାପାଇଁ ପାଠପଢାକୁ ନେଇ କୌଣସି ନିୟମ ନଥାଏ । କିନ୍ତୁ ଚୀନ ତାର ସୋସିଆଲ ମିଡିଆ ଇନଫ୍ଲìଏନ୍ସରଙ୍କ ପାଇଁ ନୂଆ ନିୟମ ବାହାର କରିଛି । ବର୍ତ୍ତମାନ ଚୀନରେ ସ୍ୱାସ୍ଥ୍ୟ, ଆଇନ, ଶିକ୍ଷା କିମ୍ବା ବିତ୍ତ ସମ୍ପର୍କିତ କୌଣସି ବି ଭିଡିଓ ତିଆରି କରିବାକୁ ହେଲେ ତିନୋଟି ନିୟମ ମାନିବାକୁ ବାଧ୍ୟ । ସେମାନଙ୍କୁ ୨ ମାସ ଭିତରେ ସାର୍ଟିଫିକେଟ୍, ଡିଗ୍ରୀର ପ୍ରମାଣ ପତ୍ର ଯମା କରିବାକୁ ହେବ । ଦିଆଯାଇଥିବା ନଥିପତ୍ର ଅସଲ ବୋଲି ପ୍ରମାଣିତ କରିବାକୁ ହେବ ଏବଂ ଭିଡିଓରେ ପ୍ରଦାନ କରାଯାଇଥିବା ତଥ୍ୟର ସୋର୍ସର ପ୍ରମାଣ ମଧ୍ୟ ଦେବାକୁ ହେବ । ଏହି ତିନୋଟି ନିୟମ ନମାନିଲେ ସମ୍ପୃକ୍ତ ଆକାଉଣ୍ଟକୁ ଡିଲିଟ କରାଯିବ ବୋଲି କଡା ନିମୟ କରାଯାଇଛି । ଏହାସହିତ ପାଖାପାଖି ୧୨ ଲକ୍ଷ ପର୍ଯ୍ୟନ୍ତ ଜରିମାନା ମଧ୍ୟ ଦେବାକୁ ହେବ ବୋଲି ଏହି ନୂଆ ନିୟମରେ ଧାର୍ଯ୍ୟ କରାଯାଇଛି । ଏହାପଛରେ ସୋସିଆଲ ମିଡିଆରେ ସ୍ୱଚ୍ଛତା ହିଁ ଉଦ୍ଦେଶ୍ୟ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।




