ଡେବ୍ରିଗଡ଼ ଅଭୟାରଣ୍ୟ

ଡେବ୍ରିଗଡ଼ ଅଭୟାରଣ୍ୟ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଦିଗପହଣ୍ଡି ୨ ବାଇକ ଆରୋହୀଙ୍କ ମୃତ୍ୟୁ ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ଭରି ରହିଛି ଏଭଳି ଅନେକ ସ୍ଥାନ ଯାହା ପ୍ରକୃତି ପ୍ରେମୀଙ୍କ ପାଇଁ ସ୍ବର୍ଗ । ଏଠାକୁ ପ୍ରତିବର୍ଷ ଅନେକ ପର୍ଯ୍ୟଟକଙ୍କର ଭିଡ ଛୁଟିଥାଏ । ସମସ୍ତେ ଏଠିକାର ସୌନ୍ଦର୍ଯ୍ୟର ମଜା ନେଉଥିବାର ଦେଖିବାକୁ ମିଳେ । ସେହିଭଳି ଏକ ନିଆରା ସ୍ଥାନ ହେଲା ଡେବ୍ରିଗଡ ଅଭୟାରଣ୍ୟ, ଯେଉଁଠାରେ ଭରି ରହିଛି ଧରିତ୍ରୀ ମାଆର ନିଆରା ସୌନ୍ଦର୍ଯ୍ୟ ।

ସମ୍ବନ୍ଧିତ ଖବର ଶେଷକୃତ୍ୟ କରିବାକୁ ଆସି ଶେଷ ହୋଇଗଲେ ଯୁବକ

ଓଡ଼ିଶାର ବରଗଡ଼ ଜିଲ୍ଲାରେ ଅବସ୍ଥିତ ଡେବ୍ରିଗଡ଼ ଅଭୟାରଣ୍ୟ ପ୍ରକୃତି ଓ ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଏକ ସ୍ୱର୍ଗ ସଦୃଶ। ପ୍ରାୟ ୩୪୭ ବର୍ଗ କିଲୋମିଟର ପରିମିତ ଏହି ଅଞ୍ଚଳ ହୀରାକୁଦ ଜଳଭଣ୍ଡାର କୂଳରେ ଅବସ୍ଥିତ, ଯାହା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ଏହି ଅଭୟାରଣ୍ୟ ବିରଳ 'ଚୌଶିଙ୍ଗା' ବା ଚାରି ଶିଙ୍ଗ ଥିବା ମୃଗ ଏବଂ ଭାରତୀୟ ଗୌର ବା ବିସନ ପାଇଁ ବିଶେଷ ଭାବେ ପ୍ରସିଦ୍ଧ । ପର୍ଯ୍ୟଟକମାନେ ଏଠାରେ ଜଙ୍ଗଲ ସଫାରୀ ମାଧ୍ୟମରେ ହରିଣ, ଭାଲୁ ଓ ଅନେକ ବିରଳ ପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇଥାନ୍ତି । ଡେବ୍ରିଗଡ଼ ହେଉଛି ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପରିବେଶ ପର୍ଯ୍ୟଟନର ଏକ ଅଦ୍ଭୁତ ମିଶ୍ରଣ। ଆସନ୍ତୁ ଜାଣିବା ଏଠାକୁ ବୁଲିବାକୁ ଗଲେ କେଉଁ କଥା ଆପଣ ଦେଖିବେ ।

ସମ୍ବନ୍ଧିତ ଖବର ମହିଳାଙ୍କ ସୁରକ୍ଷାରେ ୩୪ ତମ ସ୍ଥାନରେ ରାଜଧାନୀ

ଜଙ୍ଗଲ ସଫାରୀ:

ଏଠାରେ ଆପଣ ଗାଡିରେ ବସି ବନ୍ୟଜନ୍ତୁ ସଫାରୀର ମଜା ନେଇପାରିବେ । ଘଞ୍ଚ ଜଙ୍ଗଲରେ ଖୋଲାରେ ବନ୍ୟ ଜନ୍ତୁ ଦେଖିବାର ମଜା ହିଁ କିଛି ଭିନ୍ନ ହୋଇଥାଏ । ଏଠାରେ ଆପଣ ଜିରୋ ପଏଣ୍ଟ, ଭୀମମଣ୍ଡଳୀ ଗୁମ୍ଫା ଏବଂ ହୀରାକୁଦ ଜଳଭଣ୍ଡାର କୂଳେ କୂଳେ ବୁଲି 'ଚାରି ଶିଙ୍ଗ ଥିବା ମୃଗ ଭଳି ବିରଳ ପଶୁଙ୍କୁ ଦେଖିପାରିବେ। ଏହାସହିତ ଆହୁରି ଅନେକ ପଶୁ ଅଛନ୍ତି ଯାହାଙ୍କୁ ଆପଣ ଏହି ସଫାରୀରେ ଦେଖିପାରିବେ ।

 

ବାଦୁଡ଼ି ଦ୍ୱୀପ :

ଯଦି ଆପଣଙ୍କର ବୋଟିଂ କରିବା ପସନ୍ଦ ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ । ଏଠାରେ ଥିବା ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ମଧ୍ୟରେ ବୋଟ୍ ସଫାରୀ କରି ସୁନ୍ଦର 'ବାଦୁଡ଼ି ଦ୍ୱୀପ' ବୁଲି ପାରିବେ । ଏହାର ମଜା ଖୁବ ନିଆରା ହୋଇଥାଏ । ସମସ୍ତେ ଏହାକୁ ଖୁବ ପସନ୍ଦ କରିଥାଆନ୍ତି ।

 

 ଇକୋ-କ୍ୟାମ୍ପ:

ପ୍ରକୃତିର ନିକଟତର ହେବା ପାଇଁ ଏଠାକାର ଟେଣ୍ଟ୍ କିମ୍ବା ସ୍ୱତନ୍ତ୍ର 'ଷ୍ଟାରଗେଜର ସୁଇଟ୍' ରେ ରାତି ରହଣିର ବ୍ୟବସ୍ଥା ରହିଥାଏ । ଯାହାର ମଜା ଆପଣ ନେଇ ପାରିବେ । ଏହା ଖୁବ ସ୍ବତନ୍ତ୍ର ହୋଇଥାଏ । ପ୍ରକୃତିର କୋଳରେ ରାତ୍ରି ଯାପନ କରିବା ଏକ ନିଆରା ଅନୁଭୂତି ପ୍ରଦାନ କରିଥାଏ ।

 

Thumb20190427_223545

 

ଭୀମମଣ୍ଡଳୀ :

 ଏହାର ଆଉ ଏକ ମଜା ହେଲା ଟ୍ରେକିଂ । ଜଙ୍ଗଲ ସଫାରୀ ସହିତ ଆପଣ ପ୍ରାକୃତିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ପ୍ରାଚୀନ ଭୀମମଣ୍ଡଳୀ ଗୁମ୍ଫା ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ । ଏହି ଟ୍ରେକିଂ ସମୟରେ ଅନେକ କଥା ଆପଣ ଜାଣିବାକୁ ପାଇବେ । ସେହିଭଳି ଏହି ଗୁମ୍ଫାରେ ମଧ୍ୟ ଅନେକ ଐତିହ ଲୁଚି ରହିଛି, ଯାହାକୁ ଆପଣ ଦେଖିପାରିବେ ।

CNu_vBBU8AAo-th

ସୂର୍ଯ୍ୟାସ୍ତ :

ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିରେ ମନୋରମ ସୂର୍ଯ୍ୟାସ୍ତ ଦେଖିବା ଏକ ରୋମାଞ୍ଚକର ଅନୁଭୂତି ଆପଣଙ୍କ ପ୍ରଦାନ କରିବ । ଏହି ସମୟରେ ଫଟୋ ଉଠାଇବାକୁ ସମସ୍ତ ପର୍ଯ୍ୟଟକ ବେଶ ଭଲ ପାଇଥାଆନ୍ତି । ଏଠିକାର ପରିବେଶ ଖୁବ ଶାନ୍ତ ହୋଇଥାଏ । ସହରର କୋଳାହଳ ଠାରୁ ଦୂର ଏହି ଶାନ୍ତ ପରିବେଶ ଅନେକ ପର୍ଯ୍ୟଟକଙ୍କୁ ସବୁବେଳେ ଆକୃଷ୍ଠ କରିଥାଏ ।

 

Tags: