ଝିଅ ପାଠ ପଢା ପାଇଁ ଖାଲି ପାଦରେ ଦୌଡିଲେ ମାରାଥନ

ଝିଅ ପାଠ ପଢା ପାଇଁ ଖାଲି ପାଦରେ ଦୌଡିଲେ ମାରାଥନ
Ipsita Picture
By: Ipsita
Published On

 

ମହାରାଷ୍ଟ୍ରର ବୀଡ୍ ଜିଲ୍ଲାର ୪୭ ବର୍ଷୀୟା ରମାବାଈ ରଣବୀର ନିଜ ଝିଅର ପାଠପଢ଼ା ପାଇଁ ଶାଢ଼ୀ ପିନ୍ଧି ଏବଂ ଖାଲି ପାଦରେ ଦୌଡ଼ି ମ୍ୟାରାଥନ୍ ଜିତିଛନ୍ତି । ସ୍ପୋର୍ଟସ୍ ଶୁଜ୍ ଏବଂ ଟ୍ରାକ୍ ସୁଟ୍ ପିନ୍ଧିଥିବା ଅନେକ ଯୁବ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ପୁରସ୍କାର ସ୍ୱରୂପ ମିଳିଥିବା ୩,୦୦୦ ଟଙ୍କାର ନଗଦ ରାଶିକୁ ସେ ଆପଣା ଝିଅର ପାଠପଢ଼ାରେ ଖର୍ଚ୍ଚ କରିବେବୋଲି ପ୍ରକାଶ କରିଥିଲେ, ଯାହାପରେ ସମସ୍ତେ ତାଙ୍କୁ ଖୁବ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ପ୍ରାରମ୍ଭରେ ସେ ଶାଢ଼ୀ ଓ ଚପଲ ପିନ୍ଧି ଆସି ପ୍ରତିଯୋଗିତାରେ ଭାଗ ନେଇଥିଲେ, ମାତ୍ର ଦୌଡ଼ିବା ସମୟରେ ଚପଲ ଗୋଡ଼ରୁ ଖସିବାରୁ ସେ ଅଟକି ନଯାଇ ଚପଲ ହାତରେ ଧରି ଖାଲି ପାଦରେ ଦୌଡ଼ିବା ଜାରି ରଖିଥିଲେ । ରାସ୍ତାରେ ପଥର ଏବଂ ଶାଢ଼ୀ ସମ୍ଭାଳିବା ତାଙ୍କ ପାଇଁ ଆହ୍ୱାନ ହୋଇଥିଲା ଏହାପରେ ବି ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଫିନିଶିଂ ଲାଇନ୍ ଉପରେ ଥିଲା । ସ୍ୱାମୀଙ୍କ ଦେହାନ୍ତ ପରେ ଏକ ଏକାଡେମୀରେ ରୋଷେୟା ଭାବେ କାର୍ଯ୍ୟ କରୁଥିବା ରମାବାଈ, ଭାରତୀୟ ଶିକ୍ଷଣ ପ୍ରସାରକ ସଂସ୍ଥାର ଅମୃତ ମହୋତ୍ସବ ସମାରୋହ ଅନ୍ତର୍ଗତ ଆୟୋଜିତ 'ଅମୃତ ଦୌଡ଼' ମ୍ୟାରାଥନ୍ରେ ଅଂଶଗ୍ରହଣ କରି ଏହି ସଫଳତା ହାସଲ କରିଛନ୍ତି ।

Tags: