ଡାର୍କ ସ୍କିନ ଟ୍ରେଣ୍ଡ

ଡାର୍କ ସ୍କିନ ଟ୍ରେଣ୍ଡ
Ipsita Picture
By: Ipsita
Published On

 

ଡାର୍କ ସ୍କିନ୍ ରଙ୍ଗ ପାଇବା ପାଇଁ ସୋସିଆଲ ମିଡିଆରେ ଏବେ ଟ୍ୟାନ୍ମାକ୍ସିଂନାମକ ଏକ ନୂଆ ଟ୍ରେଣ୍ଡ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଲୋକମାନେ ଖରାରୁ ବଞ୍ଚିବା ପରିବର୍ତ୍ତେ ଜାଣିଶୁଣି ବିନା ସନ୍ସ୍କ୍ରିନ୍ରେ ଘଣ୍ଟା ଘଣ୍ଟା ଧରି ଟାଣ ଖରାରେ ଛିଡ଼ା ହେଉଛନ୍ତି କିମ୍ବା ଶୋଇ ରହୁଛନ୍ତି । ଅନେକ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର୍ ଏହାକୁ ଏକ ଭଲ ଲୁକ୍ ପାଇବାର ଉପାୟ ବୋଲି କହି ପ୍ରମୋଟ୍ କରୁଛନ୍ତି । ଖରାରେ ଶୋଇବାର ବିଭିନ୍ନ ରୁଟିନ୍ ଭିଡିଓ ମଧ୍ୟ ସେୟାର କରୁଛନ୍ତି । ତେବେ ଚର୍ମ ରୋଗ ବିଶେଷଜ୍ଞ ଏହି ଟ୍ରେଣ୍ଡ୍କୁ ନେଇ ସାବଧାନ କରାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ସୂର୍ଯ୍ୟଙ୍କ ଅତିବାଇଗେଣୀ ରଶ୍ମି ଯୋଗୁଁ ତ୍ୱଚାରେ କ୍ଷତି ପହଞ୍ଚିବା ଫଳରେ ହିଁ ଟ୍ୟାନିଂ ହୋଇଥାଏ ।  ତେଣୁ ଦୀର୍ଘ ସମୟ ଧରି ଟାଣ ଖରାରେ ରହିବା ଦ୍ୱାରା ତ୍ୱଚା ବୟସ ପୂର୍ବରୁ ଡଲ ଦେଖାଯିବା ସହ ସ୍କିନ୍ କ୍ୟାନ୍ସର ରୋଗର ବିପଦ ମଧ୍ୟ ଯଥେଷ୍ଟ ବଢ଼ିଯାଏ । ତେଣୁ ବିନା ସୁରକ୍ଷାରେ ଏହିପରି ଟ୍ରେଣ୍ଡ ଆପଣାଇବାରୁ ଦୂରେଇ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି ।

Tags: