ଡାର୍କ ମ୍ୟାଜିକ ମସରୁମ 

ଡାର୍କ ମ୍ୟାଜିକ ମସରୁମ 
Ipsita Picture
By: Ipsita
Published On

 

ଫ୍ଲୋରିଡ଼ାର ଜଳଭୂମିରୁ ଏକ ନୂତନ ପ୍ରକାରର କ୍ଷୁଦ୍ର ବାଦାମୀ ରଙ୍ଗର ଛତୁ ଆବିଷ୍କୃତ ହୋଇଛି । ଯାହାର ଆକାର ଛତା ଭଳି ହୋଇଥିବାବେଳେ ଏଥିରେ ମାରାତ୍ମକ ବିଷ ଭରି ରହିଥିବା ଜଣାପଡିଛି । 'ଗାଲେରିନା ଇଣ୍ଡିକା'  ନାମକ ଏହି ଛତୁଟି ଭ୍ରମ ସୃଷ୍ଟିକାରୀ 'ସାଇଲୋସାଇବିନ୍' ଏବଂ ପ୍ରକୃତିର ଅନ୍ୟତମ ମାରାତ୍ମକ ବିଷ 'ଆମାଟକ୍ସିନ୍'  ଉଭୟ ଉତ୍ପାଦନ କରୁଥିବା ଜଣାପଡ଼ିଛି । ଫ୍ଲୋରିଡ଼ା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ "ଡାର୍କ ମ୍ୟାଜିକ୍ ମସରୁମ୍" ବୋଲି କହୁଛନ୍ତି । ୨୦୨୫ ମସିହାରେ ଫ୍ଲୋରିଡ଼ାର ଜଳଭୂମିରେ କେମିଷ୍ଟ ତଥା ଫଙ୍ଗାଲ ବାୟୋଲଜିଷ୍ଟ ଆଣ୍ଡ୍ର୍ୟୁ କୁନିକ୍ ଏହି ଛତୁଗୁଡ଼ିକୁ ଆବିଷ୍କାର କରିଥିଲେ। ଏହାକୁ ନେଇ ତଥ୍ୟ 'କରେଣ୍ଟ ବାୟୋଲଜି'  ପତ୍ରିକାରେ ପ୍ରକାଶିତ ହୋଇଛି । ପୂର୍ବରୁ ଏହି ଯୌଗିକ ବା କମ୍ପାଉଣ୍ଡଗୁଡ଼ିକ ଭିନ୍ନ ଭିନ୍ନ କବକ ଗୋଷ୍ଠୀରେ ଦୃଶ୍ୟମାନ ହେଉଥିଲେ ମଧ୍ୟ କୌଣସି ଗୋଟିଏ ପ୍ରଜାତି ମଧ୍ୟରେ ଏଗୁଡ଼ିକ ଏକାସାଙ୍ଗରେ ମିଳିଥିବାର ନଜିର ନଥିଲା ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି । ବଂଶଗତ ସ୍ତରରେ ପୂର୍ବପୁରୁଷମାନେ ଅନ୍ୟ ପ୍ରଜାତି ସହିତ ଡିଏନ୍ଏ ଆଦାନପ୍ରଦାନ କରିଥିବାରୁ ଏହି ଦୁଇଟି ଯୌଗିକର ସଂଶ୍ଳେଷଣ ସମ୍ଭବ ହୋଇଛି ବୋଲି ଗବେଷକମାନେ ମତ ଦେଇଛନ୍ତି । ବିଶେଷଜ୍ଞମାନଙ୍କ ପାଇଁ ମଧ୍ୟ ଏହାକୁ ସହଜରେ ଚିହ୍ନିବା କଷ୍ଟକର ହୋଇଥିବାରୁ ଏହାକୁ ଖାଇବା ପୂର୍ବରୁ ସତର୍କ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି ।

Tags: