ଦାରିଙ୍ଗବାଡି
ପର୍ଯ୍ୟଟନ
ଶୀତଦିନ ଆସିଲେ ସମସ୍ତେ ନିଜ ପରିବାର ସହିତ ବୁଲିବାକୁ ବାହାରିଥାଆନ୍ତି । ତେବେ ଏହିଦିନେ ଓଡ଼ିଶାର କେତୋଟି ସ୍ଥାନ ରହିଛି ଯେଉଁଠାକୁ ଆପଣ ପରିବାର ସହିତ ବୁଲିବାକୁ ଯାଇପାରିବେ । ଆସନ୍ତୁ ଜାଣିବା ସେହିଭଳି ଏକ ସ୍ଥାନ ଦାରିଙ୍ଗବାଡି ସମ୍ପର୍କରେ ।
ଦାରିଙ୍ଗବାଡିକୁ ଓଡ଼ିଶାର କାଶ୍ମୀର ନାମରେ ଜଣାଯାଇଥାଏ । ଶୀତଦିନେ ଆସିଲେ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାଆନ୍ତି ଛୁଟି କାଟିବା ପାଇଁ । ତେବେ ଏଠାରେ ଅନେକ କିଛି ରହିଛି କରିବା ପାଇଁ, ଯାହା ଆପଣଙ୍କୁ ପରିବାର ସହିତ ଏକ ଖୁବ ସୁନ୍ଦର ଅନୁଭୂତି ପ୍ରଦାନ କରିବ ।

ଭରିରହିଛି ସବୁଜତା
ଏହି ସ୍ଥାନର ଚାରିଆଡ ଭରି ରହିଛି ସବୁଜ ବଣ ଜଙ୍ଗଲରେ । ଏହି ପ୍ରାକୃତିକ ପରିବେଶ ଖୁବ ସୁନ୍ଦର ହୋଇଥାଏ । ସେହିଭଳି ଏହାର ଅନୁଭୂତି ଖୁବ ନିଆରା ହୋଇଥାଏ । ଦାରିଙ୍ଗବାଡି ସମୁଦ୍ର ପତନ ଠାରୁ ୩୦୦୦ ହଜାର ଫୁଟ ଉପରେ ରହିଛି । ଏହାର ଥଣ୍ଡା ଓ ରିଫ୍ରେସିଂ କ୍ଲାଇମେଟ ସମସ୍ତଙ୍କୁ ଖୁବ ପସନ୍ଦ ଆସିଥାଏ । ଯେଉଁମାନଙ୍କୁ ପ୍ରକୃତି ପସନ୍ଦ ସେମାନଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ।
ଟ୍ରେକିଂ
ଦାରିଙ୍ଗ ବାଡିରେ ଆୟୋଜନ ହେଉଥିବା ଟ୍ରେକିଂ ଓ ହାଇକିଂ ସମସ୍ତଙ୍କର ଖୁବ ପସନ୍ଦ ହୋଇଥାଏ । ଏହାର ପର୍ବତରେ ଟ୍ରେକିଂ କରିବାକୁ ଦର୍ଶକ ଖୁବ ପସନ୍ଦ କରନ୍ତି । ଯଦି ଆପଣ ଏକ ଆଡଭେଞ୍ଚରସ ଛୁଟି କାଟିବାକୁ ଚାହୁଁଛନ୍ତି ତେବେ ଏଠାରେ ଟ୍ରେକିଂ ଓ ହାଇକିଂ ଯେମିତି ବି ହେଲେ କରନ୍ତୁ, ଖୁବ ସୁନ୍ଦର ଅନୁଭୂତି ମିଳିବ । ତେବେ ଏହା କରିବା ପୂର୍ବରୁ ଏକ୍ସପର୍ଟଙ୍କ ସହାୟତା ନେଇପାରିବେ ।
ଝରଣାର ଅନନ୍ୟ ସୁନ୍ଦରତା
ଦାରିଙ୍ଗବାଡିରେ କେବଳ ବଣ ଜଙ୍ଗଲ ନୁହେଁ ଏଥିସହିତ ଭରି ରହିଛି ଅନେକ ଛୋଟବଡ ଝରଣା । ଏଠାରେ ବଡଙ୍ଗିଆ ଝରଣା, ପଟୋଦି ଝରଣା ଭଳି ବଡବଡ ଝରଣା ରହିଛି, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କର ଭିଡ ଯମିଥାଏ । ଏହି ଝରଣା ଗୁଡିକର ସୌନ୍ଦର୍ଯ୍ୟ ଖୁବ ସୁନ୍ଦର ହୋଇଥାଏ ।

ସ୍ଥାନୀୟ ବଜାର
ଏଠାରେ ଥିବା ସ୍ଥାନୀୟ ବଜାର ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ । ଏହି ବଜାରରେ ବିଭିନ୍ନ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ସାମଗ୍ରୀ ଯେପରି ମସଲା, କଫି ମଞ୍ଜି ଓ ବିଭିନ୍ନ ପ୍ରକାର ହାତଗଢା ସାମଗ୍ରୀ ମିଳିଥାଏ । ଏଗୁଡିକ ଖୁବ ସୁନ୍ଦର ହୋଇଥାଏ । ଏହି ସମସ୍ତ ବଜାରରେ ପର୍ଯ୍ୟଟକଙ୍କର ଭିଡ ଦେଖିବାକୁ ମିଳିଥାଏ ।
ତୁଷାରପାତ
ଏହାକୁ ଭାରତର କାଶ୍ମୀରି ବୋଲି କୁହାଯାଇଥାଏ କାରଣ ଏଠାରେ କିଛି ସମୟରେ ବରଫ ପାତ ହୋଇଥାଏ । ଯଦି ଆପଣ ଭାଗ୍ୟବାନ ଥିବେ ତେବେ ଆପଣ ମଧ୍ୟ ଏହି ନଜାରା ଦେଖିବାକୁ ପାଇବେ । ତେବେ ଏହି ତୁଷାର ପାତ ବା ବରଫ ପାତର କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ । ଶୀତଦିନେ ଏଠାରେ ଏହି ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ ।




