ଚାଲାଣ କାଟିବା ଧର୍ମ ବିରୋଧୀ
By: Ipsita
ସମ୍ବନ୍ଧିତ ଖବର ଚିକିତ୍ସା ବିଜ୍ଞାନର ଚମତ୍କାରିତା
ଆଫଗାନିସ୍ଥାନରେ ସ୍ବତନ୍ତ୍ର ଧରଣର ଟ୍ରାଫିକ ରୁଲ୍ସ ଦେଖିବାକୁ ମିଳିଥାଏ । ଏଠାରେ ଯଦି କୌଣସି ବ୍ୟକ୍ତି ଟ୍ରାଫିକ ରୁଲ୍ସ ଭାଙ୍ଗନ୍ତି ଏବଂ ତାଙ୍କର ଚାଲାଣ କଟେ ତେବେ ଏହା ଧର୍ମର ବିରୋଧ ବୋଲି ଧରାଯାଇଥାଏ । ତାଲିବାନ ସରକାରଙ୍କର ନିୟମ ଅନୁସାରେ ଆର୍ଥିକ ଦଣ୍ଡ କିମ୍ବା ଜରିମାନା ଆଦାୟ କରିବା ସେମାନଙ୍କର ଧର୍ମ ବିରୋଧୀ ଅଟେ । ଏଠାରେ ଯଦି କିଏ ଟ୍ରାଫିକ ରୁଲ୍ସ ଭାଙ୍ଗେ ତେବେ ତାର ଗାଡିକୁ ଜବତ କରାଯାଏ ଏବଂ ଯେତେବେଳେ ଉକ୍ତ ବ୍ୟକ୍ତି ସଠିକ ପ୍ରମାଣ ପତ୍ର ଦେଖାନ୍ତି ସେତେବେଳେ ତାଙ୍କୁ ଗାଡି ପ୍ରଦାନ କରାଯାଇଥାଏ । ଏହି ପ୍ରକ୍ରିୟାରେ କୌଣସି ଜରିମାନା ଆଦାୟ ହୋଇ ନଥାଏ । ଏଠାରେ କୌଣସି ବ୍ୟକ୍ତିର ଭୁଲ ବଦଳରେ ତାକୁ ଆର୍ଥିକ ଦଣ୍ଡ ଦେବା ଧର୍ମ ବିରୋଧୀ ଅଟେ । ତେଣୁ ଏଠାରେ ଏହି ନିୟମ ଅନୁସାରେ ଚାଲାଣ ପ୍ରକ୍ରିୟାକୁ ସମାପ୍ତ କରାଯାଇଛି ।
ସମ୍ବନ୍ଧିତ ଖବର ଲୋକ ହାତ ହଲାଇଲେ ରହୁଛି ଟ୍ରେନ
Tags:
Related Posts



