କାଉ କରୁଛନ୍ତି ସହର ସଫା
କାଉମାନେ ପରିବେଶ ସଫା ରଖିବାରେ କାହିଁ କେଉଁ କାଳରୁ ସାହାଯ୍ୟ କରୁଛନ୍ତି । ତେବେ ନିକଟରେ ସ୍ବିଡେନରେ ଏକ ଅଭିନବ ଘଟଣା ଦେଖିବାକୁ ମିଳିଛି । ଏଠିକାର ପ୍ରଶାସନ କାଉଙ୍କର ଏହି ପରିବେଶ ସଫା ରଖିବାର ପ୍ରାକୃତିକ ଉପାୟକୁ ବ୍ୟବହାର କରି ସହର ସଫା କାମରେ ସେମାନଙ୍କୁ ଲଗାଇଛି । ଏଠାରେ ରାସ୍ତାରେ ପଡିରହୁଥିବା ସିଗାରେଟର ଅଂଶବିଶେଷ ଉଠାଇବା ପାଇଁ କାଉମାନଙ୍କୁ ବ୍ୟବହାର କରାଯାଉଛି । ଏଥିପାଇଁ ସେମାନେ କାଉଙ୍କୁ ଟ୍ରେନିଂ ପ୍ରଦାନ କରୁଥିବା ଜଣା ପଡିଛି । ଏହି ପ୍ରୋଜେକ୍ଟ ଏକ ଫାଉଣ୍ଡେସନର ସହାୟତାରେ ଆରମ୍ଭ କରାଯାଉଛି । ରାସ୍ତାରେ ଏକ ପ୍ରକାର ଖାସ ମେସିନ ଲଗାଯାଇଛି ଯାହା ସିଗାରେଟର ଅଂଶବିଶେଷକୁ ଚିହ୍ନଟ କରୁଛି । ଯେତେବେଳେ ଏହି କାଉମାନେ ସିଗାରେଟର ବଳକା ଖଣ୍ଡକୁ ମେସିନରେ ପକାନ୍ତି, ମେସିନରୁ ଖାଇବା ବାହାରିଥାଏ । ତେଣୁ ଖାଇବା ମିଳିବା କାରଣରୁ ସେମାନେ ଆହୁରି ଅଧିକ ସିରାଗେଟ ଅଂଶ ଖୋଜିଆଣି ଏଥିରେ ପକାନ୍ତି । ଏହି ଉପାୟଟି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି, ସମସ୍ତେ ଏହାକୁ ଖୁବ ପସନ୍ଦ କରୁଛନ୍ତି । କାଉମାନେ ଦୁନିଆର ବୁଦ୍ଧିମାନ ପକ୍ଷୀଙ୍କ ଭିତରେ ଗଣାଯାଇଥାଆନ୍ତି, ଏବଂ ଏମାନେ ଖୁବଶୀଘ୍ର କାମ ଶିଖିଥାଆନ୍ତି ତେଣୁ ସେମାନଙ୍କୁ ହିଁ ଏହି କାର୍ଯ୍ୟପାଇଁ ଚୟନ କରାଯାଇଛି । ଏହି ପ୍ରୋଜେକ୍ଟକୁ ୨୦୨୨ରୁ ଆରମ୍ଭ କରାଯାଇଥିବା ସୂଚନା ରହିଛି ।



