ଗୋଡ ଧୁଆ ପାଣି ପିଇବାକୁ ଭିଡ
ଚୀନର ଏକ ଆନିମେ ଇଭେଣ୍ଟରେ କିଛି ଯୁବତୀ ଆନିମେ ଚରିତ୍ରର ପୋଷାକ ପିନ୍ଧି ଲେମ୍ବୁ ମିଶା ପାଣିରେ ନିଜ ପାଦ ବୁଡ଼ାଇ ବସିଥିବାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ତେବେ ପରେ ସେହି ପାଣିକୁ କପ୍ରେ ଭର୍ତ୍ତି କରି କପ୍ ପିଛା ପ୍ରାୟ ୬୦୦ ଟଙ୍କାରେ ବିକ୍ରି କରାଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଲୋକମାନେ ତାହାକୁ କିଣି ପିଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଷ୍ଟଲ୍ରେ ଏହା କେବଳ ମନୋରଞ୍ଜନ ପାଇଁ ବୋଲି ଲେଖାଯାଇଥିଲା । ତେବେ ଏହି ଷ୍ଟଲରେ ଖୁବ ଅଧିକ ଭିଡ ଦେଖିବାକୁ ମିଳିଥିଲା । ଏହି ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ଲୋକମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନେକ ୟୁଜର୍ସ ଏହାକୁ ଅସ୍ୱାସ୍ଥ୍ୟକର ବୋଲି କହିଥିବା ଦେଖିବାକୁ ମିଳୁଛି । ସେମାନେ ଏଭଳି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ଦାବି କରିଛନ୍ତି ।
Tags:




