ହତ୍ୟା ଅଭିଯୋଗରେ କୁମ୍ଭୀର ଗିରଫ !

ହତ୍ୟା ଅଭିଯୋଗରେ କୁମ୍ଭୀର ଗିରଫ !
Ipsita Picture
By: Ipsita
Published On

 

ଦକ୍ଷିଣ ଆଫ୍ରିକାରେ ଜଣେ ନିଖୋଜ ବ୍ୟବସାୟୀଙ୍କୁ ଖୋଜୁଥିବା ପୋଲିସ ଏକ କୁମ୍ଭୀରକୁ ଗିରଫ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ ୫୯ ବର୍ଷୀୟ ବ୍ୟବସାୟୀ ଗାବ୍ରିଏଲ୍ ବାଟିଷ୍ଟା ନିଖୋଜ ହେବା ପରେ ଏକ ସପ୍ତାହ ଧରି ସର୍ଚ୍ଚ ଅପରେସନ୍ ଚାଲିଥିଲା । ଏହି ସମୟରେ ପୋଲିସ ଏକ ଅସ୍ୱାଭାବିକ ଅବସ୍ଥାରେ ଥିବା କୁମ୍ଭୀରକୁ ଦେଖିବାକୁ ପାଇଥିଲା, ଯାହାର ପେଟ ଫୁଲିଥିଲା ଏବଂ ସେ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥିଲା । ତେଣୁ ପୋଲିସର କୁମ୍ଭୀର ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । କୁମ୍ଭୀରକୁ କାବୁ କରି ହେଲିକପ୍ଟର ଯୋଗେ କ୍ରୁଗର ନ୍ୟାସନାଲ ପାର୍କକୁ ନିଆଯାଇଥିଲା । ସୂଚନା ଅନୁଯାୟୀ, କୁମ୍ଭୀର ପେଟରୁ ମାନବ ଅବଶେଷ ମିଳିଛି ଏବଂ ଏହି ଅବଶେଷଗୁଡ଼ିକ ଗାବ୍ରିଏଲ୍ଙ୍କର କି ନୁହେଁ, ତାହା ନିଶ୍ଚିତ କରିବା ପାଇଁ ବର୍ତ୍ତମାନ ଡିଏନ୍ଏ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Tags: