ଭେନଜୁଏଲାରେ ପୂଜା ପାଆନ୍ତି ଅପରାଧି

ବିଶ୍ୱର ସମସ୍ତ ଦେଶରେ ପୂଜା ପାଠର ଅଲଗା ଅଲଗା ନିୟମ ରହିଛି । କିନ୍ତୁ ଆଜି ଆମେ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଲୋକମାନେ ଭଗବାନଙ୍କୁ ନୁହେଁ ଅପରାଧିଙ୍କୁ ପୂଜା କରିଥାନ୍ତି । ସାଧାରଣତଃ ଅପରାଧିଙ୍କୁ ସମସ୍ତେ ଘୃଣା କରିଥାନ୍ତି ଓ ଭୟରେ ଦୂରରୁ ଜୁହାର କରିଥାନ୍ତି । କିନ୍ତୁ ଏହି ଦେଶରେ ଲୋକମାନେ ଭୟରେ ନୁହେଁ ସତ ସତିକା ଅପରାଧିଙ୍କ ପୂଜା କରିଥାନ୍ତି । ଏଠିକାର ଲୋକେ ଅପରାଧିଙ୍କ ମୂର୍ତ୍ତି ତିଆରି […]

Samaya Live Picture
Published On

ବିଶ୍ୱର ସମସ୍ତ ଦେଶରେ ପୂଜା ପାଠର ଅଲଗା ଅଲଗା ନିୟମ ରହିଛି । କିନ୍ତୁ ଆଜି ଆମେ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଲୋକମାନେ ଭଗବାନଙ୍କୁ ନୁହେଁ ଅପରାଧିଙ୍କୁ ପୂଜା କରିଥାନ୍ତି । ସାଧାରଣତଃ ଅପରାଧିଙ୍କୁ ସମସ୍ତେ ଘୃଣା କରିଥାନ୍ତି ଓ ଭୟରେ ଦୂରରୁ ଜୁହାର କରିଥାନ୍ତି । କିନ୍ତୁ ଏହି ଦେଶରେ ଲୋକମାନେ ଭୟରେ ନୁହେଁ ସତ ସତିକା ଅପରାଧିଙ୍କ ପୂଜା କରିଥାନ୍ତି ।

ଭେନଜୁଏଲାରେ ପୂଜା ପାଆନ୍ତି ଅପରାଧି

ଏଠିକାର ଲୋକେ ଅପରାଧିଙ୍କ ମୂର୍ତ୍ତି ତିଆରି କରିଥାନ୍ତି ଓ ତାହା ପୂଜା କରିଥାନ୍ତି । ଭେନଜୁଏଲାରେ ଏପରି ଅଦ୍ଭୁତ ପରମ୍ପରା ଦେଖିବାକୁ ମିଳିଥାଏ । ଏଠାରେ ସ୍ପାନିସ୍‌ ଭାଷାରେ ଏହି ଅପରାଧି ଦେବତାଙ୍କୁ ସାଣ୍ଟୋସ ମେଲେଡ୍ରୋସ କୁହାଯାଏ । ଏଠାରେ ବଡ ବଡ ଅପରାଧିଙ୍କ ଛୋଟ ଛୋଟ ମୂର୍ତ୍ତି ତିଆରି କରି ଏକ ସ୍ଥାନରେ ରଖାଯାଇଛି । ବହୁ ଦୂର ଦୂରାନ୍ତରୁ ଲୋକମାନେ ଏହି ଅପରାଧି ଦେବତାଙ୍କ ଦର୍ଶନ ପାଇଁ ଆସିଥାନ୍ତି ।
ଭେନଜୁଏଲାରେ ପୂଜା ପାଆନ୍ତି ଅପରାଧି

କୁହାଯାଏ ଭେନଜୁଏଲାବାସୀ ଏହି ଅପରାଧିଙ୍କୁ ରବିନହୁଡ୍‌ ଭଳି ମନେ କରିଥାନ୍ତି । ଏହି ସମସ୍ତ ଅପରାଧି ଧନୀ ଲୋକଙ୍କ ଠାରୁ ଧନ ସମ୍ପତ୍ତି ଚୋରି କରି ଗରିବ ଲୋକଙ୍କ ମଧ୍ୟରେ ବାଣ୍ଟିଥାନ୍ତି ଓ ଏମାନେ କାହାର ହତ୍ୟା କରି ନ ଥାନ୍ତି । ଏହି କାରଣରୁ ଏଠିକାର ଲୋକମାନେ ଏମାନଙ୍କ ପୂଜା କରିଥାନ୍ତି ।

ଭେନଜୁଏଲାରେ ପୂଜା ପାଆନ୍ତି ଅପରାଧି

କେବଳ ପୂଜା କରି ନ ଥାନ୍ତି ଏଠାରେ ଲୋକମାନେ ଅପରାଧି ଦେବତାଙ୍କ ପାଖରେ ମାନସିକ ମଧ୍ୟ ରଖିଥାନ୍ତି ଓ ମାନସିକ ପୂରଣ ହେବା ପରେ ଭୋଗ ଲାଗି କରିଥାନ୍ତି ।