କଙ୍କଡା ରେଡ କାର୍ପେଟ

ସୋସିଆଲ ମିଡିଆରେ ଏକ ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋଟି ଇଣ୍ଡିଆନ ଓସେନର କ୍ରିସମାସ ଆଇଲାଣ୍ଡର । ସୂଚନା ଅନୁସାରେ ପାଖାପାଖି ୫କୋଟି ଲାଲ କଙ୍କଡା ସମୁଦ୍ର ଆଡକୁ ଯାତ୍ରା କରିବା ଆରମ୍ଭ କରିଛନ୍ତି । ଯେଉଁ ସମୟର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟର ନଜାରା ଏଭଳି ଥିଲା ଯେପରି ପୂରା ଦ୍ୱୀପରେ ରେଡ କାର୍ପେଟ ବିଛା ଯାଇଛି । ସୋସିଆଲ ମିଡିଆରେ ସମସ୍ତେ […]

କଙ୍କଡା ରେଡ କାର୍ପେଟ
Samaya Live Picture
Published On

ସୋସିଆଲ ମିଡିଆରେ ଏକ ଫଟୋ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଫଟୋଟି ଇଣ୍ଡିଆନ ଓସେନର କ୍ରିସମାସ ଆଇଲାଣ୍ଡର । ସୂଚନା ଅନୁସାରେ ପାଖାପାଖି ୫କୋଟି ଲାଲ କଙ୍କଡା ସମୁଦ୍ର ଆଡକୁ ଯାତ୍ରା କରିବା ଆରମ୍ଭ କରିଛନ୍ତି । ଯେଉଁ ସମୟର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସମୟର ନଜାରା ଏଭଳି ଥିଲା ଯେପରି ପୂରା ଦ୍ୱୀପରେ ରେଡ କାର୍ପେଟ ବିଛା ଯାଇଛି । ସୋସିଆଲ ମିଡିଆରେ ସମସ୍ତେ ଏହାକୁ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । କଙ୍କଡାଙ୍କର ଏହି ଇମିଗ୍ରେସନ କାରଣରୁ ଏଠାରେ ରାସ୍ତାକୁ ବନ୍ଦ କରାଯାଇଛି, ଯାହାଫଳରେ କଙ୍କଡାମାନେ ନିଜ ଯାତ୍ରା ପୂରା କରିପାରିବେ । ଲାଲ କଙ୍କଡାକୁ ପୃଥିବୀର ସବୁଠାରୁ ବଡ ପ୍ରବାସୀ ଜୀବଭାବେ ଗଣା ଯାଇଥାଏ ।

Tags: