ଗାଈମାନଙ୍କର ହୋଇଥାଏ ଅବସାଦ

ଗାଈମାନଙ୍କର ହୋଇଥାଏ ଅବସାଦ
Ipsita Picture
By: Ipsita
Published On

 

ବ୍ରିଟେନର ୟୁନିଭର୍ସିଟି ଅଫ୍ ନର୍ଥାମ୍ପଟନରେ ହୋଇଥିବା ଏକ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ, ମଣିଷଙ୍କ ଭଳି ଗାଈମାନଙ୍କର ମଧ୍ୟ ଅବସାଦ ହୋଇଥାଏ ।  ଗବେଷକଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ପରୀକ୍ଷାରୁ ପ୍ରମାଣିତ ହୋଇଛି ଯେ, ଗାଈମାନେ ନିଜ ପଲ ଭିତରେ ପସନ୍ଦ ଅନୁସାରେ ନିଜର ସ୍ୱତନ୍ତ୍ର ବନ୍ଧୁ ବାଛିଥାନ୍ତି । ଏହାସହ ସମ୍ପର୍କର ଗଭୀରତାକୁ ଅତି ନିବିଡ଼ ଭାବେ ଅନୁଭବ କରନ୍ତି । ଗବେଷଣା ଅନୁଯାୟୀ, ଯେତେବେଳେ ଗାଈମାନଙ୍କୁ ସେମାନଙ୍କର ସେହି ପ୍ରିୟ ସାଥୀଙ୍କଠାରୁ ଅଲଗା କରାଯାଏ, ସେତେବେଳେ ସେମାନଙ୍କର ମାନସିକ ଚାପ ବୃଦ୍ଧି ପାଇବା ସହ ହୃଦସ୍ପନ୍ଦନର ଗତି ତୀବ୍ର ହୋଇଯାଏ । ଅନେକ ଗାଈଙ୍କଠାରେ ସ୍ପଷ୍ଟ ଭାବେ ଡିପ୍ରେସନର ଲକ୍ଷଣ ଦେଖିବାକୁ ମିଳିଥାଏ । ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାରରୁ ଏହା ସାମ୍ନାକୁ ଆସିଛି ଯେ, ଗାଈମାନେ କେବଳ ଭାବପ୍ରବଣ ଜୀବ ନୁହନ୍ତି, ବରଂ ସାମାଜିକ ସ୍ତରରେ ମଧ୍ୟ ସେମାନେ ଅତ୍ୟନ୍ତ ସମ୍ବେଦନଶୀଳ ଅଟନ୍ତି । ଯେଉଁମାନେ କି ମଣିଷ ଭଳି ବନ୍ଧୁତା, ଆପଣାରପଣ ଏବଂ ବିଚ୍ଛେଦର ଦୁଃଖ ଭଳି ଜଟିଳ ଭାବନାକୁ ଗଭୀର ଭାବେ ବୁଝିପାରନ୍ତି ।

Tags: