ବିଦ୍ୟାଳୟରେ ନାଁ ଲେଖାଇଲେ ଗାଈ

ବିଦ୍ୟାଳୟରେ ନାଁ ଲେଖାଇଲେ ଗାଈ
Ipsita Picture
By: Ipsita
Published On

 

ଫ୍ରାନ୍ସର ଏକ ଗାଁର ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ଘଟଣା ଘଟିଛି, ଏଠାରେ ଗ୍ରାମବାସୀଙ୍କ ପକ୍ଷରୁ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଏଠାରେ ଥିବା ଏକ ସ୍କୁଲରେ ଛାତ୍ର ସଂଖ୍ୟା କମିଯିବା କାରଣରୁ ସ୍କୁଲଟି ବନ୍ଦ ହେବା ପରିସ୍ଥିତିକୁ ଚାଲିଆସିଥିଲା । ନିୟମ ଅନୁଯାୟୀ ସେଠାରେ ଅତିକମରେ ୧୦୦ ଜଣ ଛାତ୍ର ରହିବା ଆବଶ୍ୟକ ଥିବାବେଳେ, ମାତ୍ର ୯୬ ଜଣ ପିଲା ଥିବାରୁ କର୍ତ୍ତୃପକ୍ଷ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ୪ ଜଣ ପିଲାଙ୍କ ଅଭାବରୁ ନିଜ ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଚାଲିଯିବା ଭୟରେ ଗ୍ରାମବାସୀମାନେ ଏକ ଅଭିନବ ଉପାୟ ପାଞ୍ଚିଥିଲେ । ସେମାନେ ସ୍କୁଲରେ ୫ଟି ଗାଈଙ୍କୁ ଆଣି ସେମାନଙ୍କର ନାଁ ଲେଖାଇଥିଲେ ।  ଯାହାଫଳରେ ଛାତ୍ର ସଂଖ୍ୟା ୧୦୦ରୁ ଅଧିକ ହୋଇଗଲା ଏବଂ ସ୍କୁଲଟି ବନ୍ଦ ହେବାରୁ ବଞ୍ଚିଗଲା । ଏହି ଗାଈମାନଙ୍କୁ ଅବୋଣ୍ଡାନ୍ସ, ଅମାଣ୍ଡିନ୍, ଏବେଇଲ୍, ଅର୍ଲେଟ୍ ଏବଂ ଏମସେଲ୍ ଭଳି ଆକର୍ଷଣୀୟ ନାମ ଦିଆଯାଇଥିଲା । ବିଶେଷ କଥା ହେଉଛି, ସ୍ଥାନୀୟ ମେୟର ନିଜେ ଏହି ଗାଈମାନଙ୍କର ଆଡମିଶନ ଫର୍ମ ପୂରଣ କରି ସ୍କୁଲରେ ଜମା କରିଥିଲେ ।

Tags: