ମସ୍ତିଷ୍କକୁ ବୟସ୍କ କରୁଛି କରୋନା

ଭାରତ ସମେତ ବିଶ୍ୱର ଅନ୍ୟ କେତେକ ଦେଶରେ କରୋନା ମାମଲା ପୁଣି ଥରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ଇମ୍ପିରିୟଲ୍‌ କଲେଜର ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ କରିଛନ୍ତି । ଏହି ରିସର୍ଚ୍ଚରେ ଜଣାପଡ଼ିଛି ଯେ ଗୁରୁତର କରୋନା ସଂକ୍ରମଣ ରୋଗୀଙ୍କ ମସ୍ତିଷ୍କକୁ ୨୦ ବର୍ଷ ବୁଢା କରିଦେଉଛି । ଏହାପୂର୍ବରୁ ବୈଜ୍ଞାନିକମାନେ କରୋନା ଭାଇରସ ଏବଂ ମସ୍ତିଷ୍କ ମଧ୍ୟରେ ସଂଯୋଗ ବିଷୟରେ ଜାଣିବା ପାଇଁ ଅନେକ ଗବେଷଣା କରିଛନ୍ତି । […]

Samaya Live Picture
Published On

ଭାରତ ସମେତ ବିଶ୍ୱର ଅନ୍ୟ କେତେକ ଦେଶରେ କରୋନା ମାମଲା ପୁଣି ଥରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଏବଂ ଇମ୍ପିରିୟଲ୍‌ କଲେଜର ବୈଜ୍ଞାନିକମାନେ ଏକ ଆଶ୍ଚର୍ଯ୍ୟଜନକ ରିସର୍ଚ୍ଚ କରିଛନ୍ତି । ଏହି ରିସର୍ଚ୍ଚରେ ଜଣାପଡ଼ିଛି ଯେ ଗୁରୁତର କରୋନା ସଂକ୍ରମଣ ରୋଗୀଙ୍କ ମସ୍ତିଷ୍କକୁ ୨୦ ବର୍ଷ ବୁଢା କରିଦେଉଛି ।

ଏହାପୂର୍ବରୁ ବୈଜ୍ଞାନିକମାନେ କରୋନା ଭାଇରସ ଏବଂ ମସ୍ତିଷ୍କ ମଧ୍ୟରେ ସଂଯୋଗ ବିଷୟରେ ଜାଣିବା ପାଇଁ ଅନେକ ଗବେଷଣା କରିଛନ୍ତି । ଏଥିମଧ୍ୟରେ ବ୍ରେନ୍‌ ଫଗ୍‌ ଏବଂ ଭୁଲିଯିବା ରୋଗଠାରୁ ଆରମ୍ଭ କରି ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ପର୍ଯ୍ୟନ୍ତ ପ୍ରତ୍ୟେକ ସମସ୍ୟା ଉପରେ ଅଧିକ ବିଶ୍ଲେଷଣ କରାଯାଇଛି । ହେଲେ ଏହି ନୂଆ ଅଧ୍ୟୟନ ଆପଣଙ୍କ ବୁଦ୍ଧିମତ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କରେ ଦର୍ଶାଇଛି । ଏହି ରିସର୍ଚ୍ଚ ପାଇଁ ବୈଜ୍ଞାନିକମାନେ ହାରାହାରି ୫୧ ବର୍ଷ ବୟସ ଥିବା ୪୬ ଜଣ କରୋନା ସଂକ୍ରମିତଙ୍କୁ ସାମିଲ କରିଥିଲେ । ଏସମସ୍ତ ରୋଗୀ ୨୦୨୦ରେ କରୋନାର ଶିକାର ହୋଇଥିଲେ ।

 ମସ୍ତିଷ୍କକୁ ବୟସ୍କ କରୁଛି କରୋନା

ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକ ସଂକ୍ରମଣ ବେଳେ ଭେଣ୍ଟିଲେଟରରେ ରହିଥିଲେ । ଏହାପରେ କରୋନାରୁ ସୁସ୍ଥ ହେବାର ୬ ମାସ ପରେ କିଛି ମେମୋରୀ ପରୀକ୍ଷା କରାଯାଇଥିଲା । ଏଥିସହ ସେମାନଙ୍କର ଚିନ୍ତା, ଅବସାଦ ଏବଂ ପୋଷ୍ଟ ଟ୍ରାମେଟିକ୍‌ ଷ୍ଟେସ୍‌ ଡିସ୍‌ଅର୍ଡରକୁ ମଧ୍ୟ ଆକଳନ କରାଯାଇଥିଲା । ଏଥିସହ ବୈଜ୍ଞାନିକମାନେ ରିସର୍ଚ୍ଚରେ ୬୬ ହଜାର ସାଧାରଣ ଲୋକଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ଏହି ଅନୁସନ୍ଧାନର ଫଳାଫଳରୁ ଜଣାପଡ଼ିଛି ଯେ ସାଧାରଣ ଲୋକଙ୍କ ତୁଳନାରେ କରୋନା ରୋଗୀଙ୍କ ପ୍ରତିକ୍ରିୟା ସମୟ ବହୁତ ଧୀର ଥିଲା ଏବଂ ଅନେକ ଉତ୍ତର ଭୁଲ ଥିଲା ।

ତେବେ ଆଇସିୟୁରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମସ୍ତିଷ୍କ ଉପରେ ଏହି ପ୍ରଭାବ ଅଧିକ ଦେଖାଯାଇଛି । ଏହା ସିଧାସଳଖ ୧୦ ଆଇକୁ୍ୟ ପଏଣ୍ଟ୍‌ ହରାଇବା ସହିତ ସମାନ ଥିଲା । ରିସର୍ଚ୍ଚ ଅନୁସାରେ ଏହି କରୋନା ରୋଗୀଙ୍କ ମସ୍ତିଷ୍କ ୫୦ରୁ ୭୦ ବୟସରେ ଯାଇ ପହଞ୍ଚିଛି । ଅର୍ଥାତ୍‌ ସେମାନଙ୍କ ମସ୍ତିଷ୍କ ପ୍ରାୟ ୨୦ ବର୍ଷ ବୁଢା ହୋଇଯାଇଛି । ଏଥିପାଇଁ ସମୟ ପୂର୍ବରୁ ହିଁ ସେମାନଙ୍କଠାରେ ଡିମୋନ୍ସେୟା(ଭୁଲିବା ରୋଗ) ସମେତ ବିଭିନ୍ନ ପ୍ରକାର ସ୍ନାୟୁରୋଗ ହେବାର ସମ୍ଭାବନା ଅଧିକ ରହିଛି ।

ଏହାପରେ ବୈଜ୍ଞାନିକମାନେ ଏହି ରୋଗୀଙ୍କୁ ୧୦ ମାସ ପର୍ଯ୍ୟନ୍ତ ଅନୁଧ୍ୟାନ କରିଥିଲେ । ଏଥିମଧ୍ୟରୁ ମାତ୍ର କିଛି ଲୋକଙ୍କ ମାନସିକ ଅବସ୍ଥାରେ ସୁଧାର ଦେଖାଗଲା ଏବଂ ଅନ୍ୟ କେତେକଙ୍କର କୌଣସି ପରିବର୍ତ୍ତନ ପରିଲିଖିତ ହେଲା ନାହିଁ । ସ୍ନାୟୁବିଜ୍ଞାନୀ ଡେଭିଡ୍‌ ମେନନ୍‌ଙ୍କ ଅନୁଯାୟୀ କରୋନା ମନୁଷ୍ୟର ମସ୍ତିଷ୍କ ଉପରେ ଏକପ୍ରକାର ଛାପ ଛାଡ଼ିଯାଉଛି ଏବଂ ଗଭୀର ପ୍ରଭାବ ପକାଉଛି ।