୧୫ କୋଟିର ବହି !

୧୫ କୋଟିର ବହି !
Ipsita Picture
By: Ipsita


ପାଟନାର ଗାନ୍ଧୀ ମୈଦାନରେ ଚାଲୁଥିବା ପୁସ୍ତକମେଳାରେ ଏକ ବହି ବିକ୍ରି ହେଉଛି, ଯାହାର ଦାମ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବହିଟିର ଦାମ ରହିଛି ୧୫ କୋଟି ଟଙ୍କା । ଦାବି ଅନୁସାରେ ଏହା ହେଉଛି ବିଶ୍ୱର ସବୁଠାରୁ ଦାମୀ ବହି । ବହିଟିର ନାଁ ରହିଛି ମୁଁ ବା ହିନ୍ଦୀରେ ମେ, ଏବଂ ଏହାର ଲେଖକ ହେଉଛନ୍ତି ରନେିଶ୍ୱର । ଲେଖକଙ୍କ ମତରେ ଏହି ବହି ପରମ ରହସ୍ୟକୁ ଉନ୍ମୋଚନ କରିଥାଏ, ଯାହାକୁ ବୃଦ୍ଧା ଅବସ୍ଥାରେ ମୋକ୍ଷ କୁହାଯାଇଥାଏ । ଏଥିରେ ଲେଖାଯାଇଥିବା କଥା ବେଶ ଗୁରୁତ୍ୱପୂର୍ଣ୍ଣ ଓ ଲଭା ଦାୟକ । ଏଥିରେ ଲେଖାଯାଇଥିବା ତଥ୍ୟ ବ୍ରହ୍ମାଣ୍ଡର ଉତ୍ପତ୍ତି ସହିତ ଜଡିତ, ତେଣୁ ଏହାର ଦାମ ଏତେ ଟଙ୍କା । ଏହି ବହିଟିର ଲେଖାକୁ ଏହାର ଲେଖକ ୯୦ ଦିନରେ ଲେଖିଛନ୍ତି । ଏହାର ହିନ୍ଦୀ ଭାଷାରେ ବହିଟିର ପୃଷ୍ଠା ସଂଖ୍ୟା ୩୮୨ ଥିବାବେଳେ ଇଂରାଜୀ ଭାଷାରେ ୪୦୮ଟି ରହିଛି । ସେହିଭଳି ବର୍ତ୍ତମାନ ସୁଦ୍ଧା ଏହାର ମାତ୍ର ୧୬ଟି କପି ଛପା ଯାଇଛି । ଯେଉଥିରୁ ମାତ୍ର ୩ଟି ବହି ବିକ୍ରି ପାଇଁ ଉଦ୍ଦିଷ୍ଟ ଓ ଅନ୍ୟ ସମସ୍ତ ବହି କେବଳ ପ୍ରଚାର ପାଇଁ ।

ସମ୍ବନ୍ଧିତ ଖବର ଭାରତୀୟ ନୌସେନା ଦିବସ

Tags: