ଚାକିରି ପାଇଁ କସମେଟିକ ସର୍ଜରୀ
ଦକ୍ଷିଣ କୋରିଆରେ ସୁନ୍ଦର ଚେହେରା ପାଇଁ ମାତା-ପିତା ନିଜ ପିଲାମାନଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଉଥିବା ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ସୁନ୍ଦର ଦେଖାଯିବାର ସାମାଜିକ ଚାପ ଯୋଗୁଁ ପାଠପଢ଼ା ଶେଷ ହେବା ପରେ ବାପା-ମା' ନିଜ ପିଲାଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରାଉଛନ୍ତି । ଏଥିପାଇଁ ସିଓଲ୍ର ଗ୍ୟାଙ୍ଗନମ୍ ଅଞ୍ଚଳରେ ଶହ ଶହ କ୍ଲିନିକ୍ ଖୋଲିବାରେ ଲାଗିଛି । ଏଠାରେ ଆଖିକୁ ବଡ଼ ଦେଖାଇବା ପାଇଁ 'ଡବଲ୍ ଆଇଲିଡ୍ ସର୍ଜରୀ' ସହ ନାକ ଓ ମୁହଁର ଆକାର ବଦଳାଇବା ଭଳି ପ୍ରୋସିଜର ବେଶ୍ ଲୋକପ୍ରିୟ ହୋଇଛି । କେବଳ ମହିଳାନୁହେଁ ପୁରୁଷମାନେ ମଧ୍ୟ ଫେସିଆଲ୍ ସର୍ଜରୀ ଓ ହେୟାର ଟ୍ରାନ୍ସପ୍ଲାଣ୍ଟ କରାଉଛନ୍ତି । ଦକ୍ଷିଣ କୋରିଆରେ ଚାକିରି ଆବେଦନରେ ନିଜ ଫଟୋ ଲଗାଇବା ପାଇଁ ଯୁବପିଢ଼ିଙ୍କ ଉପରେ ନିଜ ଲୁକ୍କୁ ନେଇ ଅଧିକ ଚାପ ପଡୁଛି । ଏହାସହ ସୋସିଆଲ୍ ମିଡିଆ ଓ କେ ପପ୍ ସେଲିବ୍ରିଟିମାନଙ୍କ ପ୍ରଭାବ ଯୋଗୁଁ ବଡ଼ ଆଖି, ପତଳା ମୁହଁ ଓ ତୀକ୍ଷ୍ଣ ନାକର କ୍ରେଜ୍ ବଢ଼ିବାରେ ଲାଗିଛି। ଯାହାଫଳରେ ଅଧିକରୁ ଅଧିକ ଯୁବକ-ଯୁବତୀ କସ୍ମେଟିକ୍ ପ୍ରୋସିଜରର ସାହାରା ନେଉଛନ୍ତି ।




