କୁଲିଂ ଜ୍ୟାକେଟ

କୁଲିଂ ଜ୍ୟାକେଟ
Ipsita Picture
By: Ipsita
Published On

 

ଗୁଜରାଟର ଅହମ୍ମଦାବାଦ ସହରରେ ବଢ଼ୁଥିବା ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଟ୍ରାଫିକ ପୋଲିସ ପ୍ରଶାସନ ନିଜର ଯବାନମାନଙ୍କ ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ସହରର ବିଭିନ୍ନ ଛକରେ ଦିନସାରା ଖରାରେ ଛିଡ଼ା ହୋଇ ଡ୍ୟୁଟି କରୁଥିବା ପୋଲିସ କର୍ମଚାରୀଙ୍କୁ ଗରମରୁ ରକ୍ଷା କରିବା ପାଇଁ ଏବେ 'କୁଲିଂ ଜ୍ୟାକେଟ' ପ୍ରଦାନ କରାଯାଇଛି । ଏହି ଜ୍ୟାକେଟଗୁଡ଼ିକରେ ବ୍ୟାଟେରୀ ଚାଳିତ ଛୋଟ ଛୋଟ ପଙ୍ଖା ଲାଗିଛି, ଯାହା ଶରୀରକୁ କ୍ରମାଗତ ଭାବେ ପବନ ଦେଇଥାଏ ଏବଂ ପ୍ରବଳ ଗରମରେ ମଧ୍ୟ ଶରୀରକୁ ଶୀତଳତା ପ୍ରଦାନ କରିଥାଏ। ଏହି ଜ୍ୟାକେଟରେ ୧୦୦୦୦ mAh ର ଶକ୍ତିଶାଳୀ ବ୍ୟାଟେରୀ ବ୍ୟବହାର କରାଯାଇଛି, ଯାହା ଥରେ ଚାର୍ଜ ହେଲେ ପ୍ରାୟ ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ କାମ କରିଥାଏ ଏବଂ ଏଥିରେ ପଙ୍ଖାର ବେଗକୁ ନିୟନ୍ତ୍ରଣ କରିବା ପାଇଁ ତିନୋଟି ଭିନ୍ନ ସ୍ପିଡ୍ ମୋଡ୍ ମଧ୍ୟ ରହିଛି। ଏହି ଅତ୍ୟାଧୁନିକ ଜ୍ୟାକେଟକୁ 'ମହିଳା ହାଉସିଂ ଟ୍ରଷ୍ଟ' ସହିତ ମିଶି ଡିଜାଇନ୍ କରାଯାଇଛି, ଯେଉଁଥିରେ ପୋଲିସ କର୍ମଚାରୀଙ୍କ ସୁବିଧା ପାଇଁ ଫୁଲ୍ ସ୍ଲିଭ୍ ଏବଂ ହାଫ୍ ସ୍ଲିଭ୍ ଭଳି ଦୁଇଟି ବିକଳ୍ପ ରଖାଯାଇଛି । ଏହାକୁ ପିନ୍ଧିବା ଦ୍ୱାରା ବାହାରର ତାପମାତ୍ରା ତୁଳନାରେ ଶରୀରକୁ ପ୍ରାୟ ୬ ରୁ ୭ ଡିଗ୍ରୀ କମ୍ ଗରମ ଅନୁଭବ ହୋଇଥାଏ, ଯାହା ଫଳରେ ଯବାନମାନେ ଖରାର ପ୍ରଭାବରୁ ରକ୍ଷା ପାଇପାରୁଛନ୍ତି। ବର୍ତ୍ତମାନ ଏହି ପ୍ରକଳ୍ପଟି ପରୀକ୍ଷାମୂଳକ ଭାବେ ସହରର କିଛି ପ୍ରମୁଖ ଟ୍ରାଫିକ ପଏଣ୍ଟରେ କାର୍ଯ୍ୟକାରୀ କରାଯାଉଛି । ପୋଲିସ କର୍ମଚାରୀଙ୍କ ଠାରୁ ମିଳୁଥିବା ମତାମତ ବା ଫିଡବ୍ୟାକ୍ ଆଧାରରେ ଭବିଷ୍ୟତରେ ଏହାର ଡିଜାଇନରେ ଆହୁରି ସୁଧାର ଅଣାଯିବ ବୋଲି ଜଣାପଡିଛି ।

Tags: