କୁଲିଂ ହର୍ବସ

କୁଲିଂ ହର୍ବସ
Ipsita Picture
By: Ipsita
Published On

 

ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଝାଳ ବୋହିବା, ଶାରୀରିକ ଥକ୍କାପଣ ଏବଂ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେବା ଏହା ସୂଚାଇଥାଏ ଯେ ଶରୀରର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏବଂ ଶରୀରର ଗରମକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ପ୍ରାୟତଃ ବିଭିନ୍ନ ଖାଦ୍ୟପେୟର ସାହାରା ନେଇଥାନ୍ତି । ଯେଉଁଥିପାଇଁ ଭାରତୀୟ ରୋଷେଇ ଘରେ ସହଜରେ ମିଳୁଥିବା କିଛି ପ୍ରାକୃତିକ କୁଲିଂ ହର୍ବସ ପୋଦିନା, ପାନମଧୁରୀ ଏବଂ ଧନିଆ ଶରୀରର ତାପମାତ୍ରାକୁ ସନ୍ତୁଳିତ ରଖିବା ସହ ହଜମ ପ୍ରକ୍ରିୟାରେ ସୁଧାର ଆଣିବାରେ ସାହାଯ୍ୟ କରିଥାଏ ।  ଏହା ଶରୀରକୁ ହାଇଡ୍ରେଟ୍ ରଖିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାନ୍ତି । ସୂଚନା ଅନୁସାରେ ଏହି ପ୍ରାକୃତିକ କୁଲିଂ ହର୍ବସଗୁଡ଼ିକ ଶରୀରରୁ ଗରମ ବାହାର କରି ପ୍ରାକୃତିକ ଉପାୟରେ ଶୀତଳତା ପ୍ରଦାନ କରନ୍ତି । ଏହି ହର୍ବସଗୁଡ଼ିକରେ ଥିବା ବାୟୋଆକ୍ଟିଭ୍ କମ୍ପାଉଣ୍ଡଗୁଡ଼ିକ ମସ୍ତିଷ୍କର ହାଇପୋଥାଲାମସକୁ 'କୁଲିଂ ସିଗନାଲ୍' ପଠାଇବା ସହ ରକ୍ତବାହୀ ନଳୀକୁ ଆରାମ ଦେଇ ଚର୍ମ ଆଡ଼କୁ ରକ୍ତ ସଞ୍ଚାଳନ ବଢ଼ାଇଥାନ୍ତି । ଯାହାଦ୍ୱାରା ଶରୀରର ଭିତର ଗରମ ବାହାରକୁ ବାହାରିଯାଏ ଏବଂ ପୋଦିନାରେ ଥିବା ମେନ୍ଥଲ ଚର୍ମ ଓ ସ୍ନାୟୁର କୋଲ୍ଡ ରିସେପ୍ଟରକୁ ସକ୍ରିୟ କରିଥାଏ । ଏହି କୁଲିଂ ହର୍ବସଗୁଡ଼ିକୁ ଆମେ ଦୈନନ୍ଦିନ ଡାଏଟ୍ରେ ହର୍ବାଲ ୱାଟର, ପାନମଧୁରୀ ପାଣି, ବେଲ ସରବତ,  ପୋଦିନା-ଧନିଆ ଚଟଣି  ଭଳି ବିଭିନ୍ନ ପାନୀୟ ଏବଂ ଖାଦ୍ୟ ଆକାରରେ ସାମିଲ କରିପାରିବା । ଯାହାକୁ ସକାଳେ ଖାଲି ପେଟରେ କିମ୍ବା ଦ୍ୱିପହର ଓ ସଞ୍ଜ ସମୟରେ ସେବନ କରିବା ଦ୍ୱାରା ଦିନସାରାର ଗରମ ଏବଂ ଥକ୍କାପଣ ଦୂର ହୋଇଥାଏ । ତେବେ ଏହାର ସଠିକ୍ ଲାଭ ପାଇବା ପାଇଁ ଦିନକୁ ୧-୨ ଗ୍ଲାସ ହର୍ବାଲ ପାନୀୟ, ୧-୨ ଚାମଚ ଧନିଆ-ପୁଦିନା ଚଟଣି କିମ୍ବା ୧-୨ ଚାମଚ ଭିଜାଯାଇଥିବା ପାନମଧୁରୀ ଭଳି ସନ୍ତୁଳିତ ପରିମାଣରେ ହିଁ ସେବନ କରିବା ଉଚିତ । କାରଣ ଅତ୍ୟଧିକ ସେବନ ଦ୍ୱାରା ଗ୍ୟାସ କିମ୍ବା ପେଟ ଖରାପ ହେବା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇପାରେ । ତେବେ ଗର୍ଭବତୀ ମହିଳା, ଶିଶୁ କିମ୍ବା କୌଣସି ଗୁରୁତର ରୋଗରେ ପୀଡ଼ିତ ଥିବା ବ୍ୟକ୍ତିମାନେ ଏହାକୁ ଅତ୍ୟନ୍ତ ସାବଧାନତାର ସହ ବ୍ୟବହାର କରିବା ଆବଶ୍ୟକ ଏବଂ ଡାକ୍ତରଙ୍କ ପରାମର୍ଶରେ ହିଁ ସେବନ କରନ୍ତୁ ।

Tags: